oom

ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଆୟୋଜିତ ହେବାକୁ ଯାଉଛି ୩୦ତମ ଜାତୀୟ ଜୁନିଅର(ୟୁ-୨୦) ଅସିଚାଲଣା ପ୍ରତିଯୋଗିତା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଆୟୋଜିତ ହେବାକୁ ଯାଉଛି ୩୦ତମ ଜାତୀୟ ଜୁନିଅର(ୟୁ-୨୦) ଅସିଚାଲଣା ପ୍ରତିଯୋଗିତା । ଏଥିରେ ୨୭ଟି ରାଜ୍ୟରୁ ଯୋଗଦେବେ ୮୦୦ ଖେଳାଳି । ଏନେଇ ବଲାଙ୍ଗିର ଜେଏସ୍‌ଏମ୍‌ କଲେଜରେ ୧ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ହେବ ଜୁନିଅର ଅସିଚାଲଣା ତାଲିମ ଶିବିର । ଏହି ତାଲିମ ଶିବିରରେ ଯୋଗଦେବେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚୟନ ହୋଇଥିବା ଖେଳାଳିମାନେ । ଏହି ଖେଳାଳିମାନଙ୍କୁ ତାଲିମ ଦେବେ ଅସିଚାଲଣା ସଂଘର ଏନ୍‌ଆଇଏସ୍‌ କୋଚ ସୁକାନ୍ତ ସେଠ୍ ଏବଂ ଶ୍ରୀମତୀ କରିସ୍ମା ରାଉତ । ଏନେଇ ଆଜି ବଲାଙ୍ଗିର ଜେଏସ୍‌ଏମ୍‌ କଲେଜରେ ଅନୁଷ୍ଠିତ ହୋଇଥିବା ଜୁନିଅର ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ୧୮୯ ବାଟାଲିୟନର କମାଣ୍ଡେଣ୍ଟ ପବନ କୁମାର ତିୱାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭୀମ ଭୋଇ ମେଡିକାଲ କଲେଜର ଅଧ୍ୟକ୍ଷ ଡ଼କ୍ଟର ମହେନ୍ଦ୍ର କୁମାର ନାୟକ, ରାଜ୍ୟ ଅସିଚାଲଣା ସଂଘ ସହ ସମ୍ପାଦକ ସୁମିତ ରଂଜନ ପୁରୋହିତ, ମନୋଜ ମିଶ୍ର, ମନରଞ୍ଜନ ସାହୁ, ସିଏ ଶ୍ରୀକାନ୍ତ ଶର୍ମା, କୋଚ ସୁକାନ୍ତ ସେଠ୍ ନିରେଜ ମିଶ୍ର ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.