ଅଧାପନ୍ତରିଆ ହୋଇ ପଡ଼ିରହିଛି କୁତୁର୍ଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୋଠାର ନିର୍ମାଣ କାମ : ଛାତ୍ରଛାତ୍ରୀ ଓ ଶିକ୍ଷାପ୍ରେମୀ ମହଲରେ ଅସନ୍ତୋଷ

ଦେଓଗାଁ, (ମନୀଷ କୁମାର ସାହୁ) : ଛାତ୍ର, ଛାତ୍ରୀଙ୍କ ଆବଶ୍ୟକତାକୁ ଦେଖି ଶ୍ରେଣୀ କୋଠା ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯାଉଛି । ହେଲେ ଆସିଥିବା ଅନୁଦାନକୁ ଠିକ୍‌ ଭାବେ ଖର୍ଚ୍ଚ କରାଯାଉନାହିଁ, ଯାହାଫଳରେ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବା ସହ ପାଠ ପଢ଼ୁଥିବା ଅଭିଯୋଗ ହେଉଛି । ଏହି ଅସୁବିଧା କୌଣସି ପ୍ରାଥମିକ କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୁହେଁ, ଏହା ଦେଓଗାଁ ବ୍ଳକ କୁତୁର୍ଲା ସ୍ଥିତ ଧୃବାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦେଖାଯାଇଛି । ଅନୁଷ୍ଠାନର ଦାୟିତ୍ବରେ ଥିବା ଅଧ୍ୟକ୍ଷ ପ୍ରମୋଦ ବଡ଼ପଣ୍ଡା‌ଙ୍କ କହିବା ଅନୁସାରେ କୋଠା ନିର୍ମାଣ କରିବା ପାଇଁ ୧୧ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା । ଏହି କାମ ପୂର୍ବ ବ୍ଳକ ଅଧ୍ୟକ୍ଷଙ୍କ ନାମରେ ଥିବା ବେଳେ କଲେଜର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶାନ୍ତନୁ ପଣ୍ଡା ତଦାରଖ କରୁଥିଲେ । ଜଣେ ଶିକ୍ଷା ଅନୁ‌ଷ୍ଠାନର କର୍ମଚାରୀ ନିଜ କାମରୁ କିପରି ସମୟ ବାହାର କରି ନିର୍ମାଣ କାମର ତଦାରଖ କରୁଥିଲେ ଓ ଅନୁଷ୍ଠାନର ଅଧ୍ୟକ୍ଷ କେଉଁ ସ୍ବାର୍ଥରେ ଅନୁ‌ଷ୍ଠାନର କାମ ନ କରି ଠିକା କାମରେ ବ୍ୟସ୍ତତାକୁ ଦେଖି ଚୁପ ରହୁଥିଲେ ବୋଲି ପ୍ରଶ୍‌ଶ୍ନ ଉଠୁଛି। ଅପରପକ୍ଷେ, ଏହି ଅନୁଷ୍ଠାନ ଉପରେ ସ୍ଥାନୀୟ କୁତୁର୍ଲା, ବଡ଼ବନ୍ଧ ପଞ୍ଚାୟତର ବିଭିନ୍ନ ଗାଁଗୁଡ଼ିକର ଛାତ୍ରଛାତ୍ରୀମାନଙ୍କ ସହ ଦେଓଗାଁ, ସଇଁନ୍ତଲା, ବଲାଙ୍ଗିର ସଦର ବ୍ଲକ ଓ ତୁଷୁରା ଏନ୍‌ଏସି ଅଞ୍ଚଳର ମଧ୍ୟ ବହୁ ଛାତ୍ରଛାତ୍ରୀ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ିବାକୁ ଆସିଥାନ୍ତି । ଏହି କଳେଜର ଉନ୍ନୟନ ପାଇଁ ଆର୍ଥିକ ସାହଯ୍ୟ କରି ଅଧ୍ୟୟନ କରି ଆସୁଥିବା ବେଳେ ଅଧାପନ୍ତରିଆ ଘରେ ବସି ଅଧ୍ୟୟନ କରୁଥିବାରୁ ଅନୁ‌ଷ୍ଠାନ ପ୍ରତି ଛାତ୍ରଛାତ୍ରୀଙ୍କ ବିଶ୍ୱାସ କମିବାରେ ଲାଗିଛି ।

ସୂଚନା ଯୋଗ୍ୟ ଯେ, ଦେଓଗାଁ ବ୍ଳକର ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଯୋଗାଇବା ଉଦ୍ଦେଶ୍ୟରେ କୁତୁର୍ଲା ଧୃବାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦୀର୍ଘ ୨୫ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା । କୁତୁର୍ଲା ଅଞ୍ଚଳର ଅନେକ ଶିକ୍ଷାପ୍ରେମୀଙ୍କ ପରିଶ୍ରମରେ ଏହି ଅନୁ‌ଷ୍ଠାନ ଛିଡ଼ା ହୋଇଥିବା ବେଳେ କୋଠା ନିର୍ମାଣ ପାଇଁ ଆସିଥିବା ଅନୁଦାନକୁ ଉପଯୋଗ କରିବାରେ ଅନିୟମିତତା ହେଉ କି ଅସମ୍ପୂର୍ଣ୍ଣ କରି ପକାଯାଇ ଥିବାରୁ ଶିକ୍ଷାପ୍ରେମୀ ମହଲରେ ଅସନ୍ତୋଷ ଦେଖାଯାଇଛି । ତେଣୁ କୋଠା ପାଇଁ ଆସିଥିବା ଅନୁଦାନ ଖର୍ଚ୍ଚ ବିଷୟରେ ତଦନ୍ତ କରିବା ସହ ନିର୍ମାଣ କାମ ଶୀଘ୍ର ସମ୍ପୂର୍ଣ୍ଣ କରାଯିବାକୁ ଅଞ୍ଚଳର ଶିକ୍ଷାପ୍ରେମୀ ମହଲରେ ଦାବୀ ହେଉଛି ।

4 Comments
  1. Hi, I desire to subscribe for this web site to take most recent updates, so where can i
    do it please assist. https://vanzari-parbrize.ro/parbrize/parbrize-man.html

    1. Koshala Prabaha says

      thank

  2. Parbriz Daihatsu says

    It is perfect time to make a few plans for the future and it’s time to be happy.

    I have learn this put up and if I could I desire to counsel you some interesting issues or advice.

    Maybe you could write subsequent articles
    referring to this article. I want to learn more issues approximately it! https://parbrizeladomiciliu.ro/parbriz-hyundai-porter.html

    1. Koshala Prabaha says

      thanks

Leave A Reply

Your email address will not be published.