oom

ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫ ବିରୋଧରେ କେଶରିଆ ହିନ୍ଦୁ ବାହିନୀର ବିକ୍ଷୋଭ ପ୍ରଦର୍ଶନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରିପବ୍ଲିକ ଭାରତ ଟିଭିର ମୁଖ୍ୟ ସମ୍ପାଦକଙ୍କୁ ମହାରାଷ୍ଟ୍ର ପୋଲିସ ତାଙ୍କ ଘରୁ ଗିରଫ କରିଛି । ଏହାର ପ୍ରତିବାଦରେ ଆଜି ଜିଲ୍ଲା ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ବଲାଙ୍ଗିର କେଶରିଆ ହିନ୍ଦୁ ବାହିନୀ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ମହାରାଷ୍ଟ୍ର ସରକାର ତାଙ୍କୁ ଅତି ଶୀଘ୍ର ସସମ୍ମାନେ ଓ ନିର୍ଦୋଷରେ ଖଲାସ କରନ୍ତୁ ବୋଲି ଦାବୀ କରିଛି ବାହିନୀ । ଅର୍ଣ୍ଣବ ଜଣେ ବିଶିଷ୍ଟ ରାଷ୍ଟ୍ରବାଦୀ ପତ୍ରକାର । ସେ ଦେଶ ଓ ଦେଶବାସୀଙ୍କ ହିତରେ ଅନେକ କାର୍ୟ୍ୟ କରିଛନ୍ତି । ମହାରାଷ୍ଟ୍ରରେ ଥିବା କଂଗ୍ରେସ, ଶିବସେନା ଓ ଏନସିପି ସରକାରଙ୍କ କିଛି ଗୋପନ ତଥ୍ୟ ଅର୍ଣ୍ଣାବଙ୍କ ହାତରେ ଲାଗିଛି । ତେଣୁ ମହାରାଷ୍ଟ୍ର ସରକାର ଆକ୍ରୋଶମୂଳକ ଭାବେ ତାଙ୍କୁ ଗୁରଫ କରିଛି । ଯାହା ସମ୍ପୂର୍ଣ ଭାବେ ସାମ୍ବାଦିକତା ଓ ଗଣତନ୍ତ୍ର ପ୍ରତି ଆକ୍ରମଣ ବୋଲି ବାହିନୀ କହିଛି । ତେବେ ଅର୍ଣ୍ଣବଙ୍କୁ ଯଥା ଶୀଘ୍ର ମହାରଷ୍ଟ୍ର ସରକାର ସସମ୍ମାନେ ଖଲାସ କରନ୍ତୁ, ନହେଲେ କେଶରୀଆ ହିନ୍ଦୁ ବାହିନୀ ସାରା ଦେଶରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ବାଧ୍ୟ ହେବ ବୋଲି ବାହିନୀ ତରଫରୁ ଖୋଲା ଖୋଲି ଚେତାବନୀ ଦିଆଯାଇଛି । ଆଜିର କାର୍ୟ୍ୟକ୍ରମରେ କେଶରିଆ ହିନ୍ଦୁ ବାହିନୀର ଜିଲ୍ଲା ବରିଷ୍ଠ ସଙ୍କର୍ଷଣ ଆଚାର୍ୟ୍ୟ, ପ୍ରବକ୍ତା ଦେବାନନ୍ଦ ନାୟକ, ନଗର ସଭାପତି ସନ୍ତୋଷ ସାହୁ, ସୁନୀଲ ମିଶ୍ର, ସୁବ୍ରତ କୁଅଁର, ବିରେନ୍ଦ୍ର ବାରିକ, ମୁନେଶ ରଥ, ସୋମ୍ୟ ରଞ୍ଜନ ପୁରୋହିତ, ସୁଶିଲ ସାହୁ, ପ୍ରହଲ୍ଲାଦ ପ୍ରଧାନ, ଅକ୍ଷୟ ଜେନା, ଗିରିଧାରୀ ସାହୁ ପ୍ରମୁଖ ଅଂଶ ଗ୍ରହଣ ଥିଲେ ।

jittmm
Leave A Reply

Your email address will not be published.