centurian jitm

ବିଶ୍ଵନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

nschool

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ଵନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ମହାନ୍ତି, ସମ୍ମାନିତ ଅତିଥି ରୂପେ ବନବିଭାଗର ଅଧିକାରୀ ରାକେଶ ପଣ୍ଡା ଯୋଗଦେଇଥିବା ବେଳେ ବର୍ତ୍ତମାନର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପର୍ଶୁରାମ ଜେନା ସଭାପତିତ୍ୱ କରି ପିଲାମାନଙ୍କୁ ପ୍ରେରଣା ବାର୍ତ୍ତା ପ୍ରଦାନ ସହିତ ଉତ୍ସାହିତ କରିଥିଲେ । ବିଜ୍ଞାନ ମେଳାର ମୁଖ୍ୟ ଆ‌ୟୋଜିକା ଲକ୍ଷ୍ମୀ ପ୍ରିୟା ଦାଶ ବିଜ୍ଞାନର ଅଗ୍ରଗତି ଓ ବିଜ୍ଞାନ ମେଳାର ଲକ୍ଷ୍ୟ ଉଦ୍ଦେଶ୍ୟ ବୁଝାଇ ଥିଲେ । ଏହି କାର୍ଯ୍ୟକ୍ରମରେ ୫୮ଟି ପ୍ରକଳ୍ପ ସ୍ୱାସ୍ଥ୍ୟ, ପରିବେଶ, ଗଣିତ, ସଡ଼କ ସୁରକ୍ଷା, କୃଷି ପ୍ରଯୁକ୍ତି ବିଦ୍ୟା ଇତ୍ୟାଦି ବିଷୟ ଭିତ୍ତିକ ଥିଲା । ଉଦ୍‌ଘାଟନୀ ଉତ୍ସବରେ ଛାତ୍ରଛାତ୍ରୀମାନେ ବିଜ୍ଞାନ ଭିତ୍ତିକ ସ୍ୱାଗତ ସଂଗୀତ ଗାନ କରିଥିଲେ ଓ ଶ୍ରୀ ଜଗନ୍ନାଥଙ୍କ ପାଖରେ ଦୀପ ଜାଳି ସଭା କାର୍ଯ୍ୟ ପରିଚାଳନା କରାଯାଇଥିଲା । ଏହାପରେ ଶୁଭ ରଥ, ସରୋଜିନୀ ଦାସ ଓ ସୁରେଶ ଚନ୍ଦ୍ର ବେହେରା ପ୍ରମୁଖ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖି ବିଚାର କରି ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରକଳ୍ପ ଚିହ୍ନଟ କରିଥିଲେ । କାର୍ଯ୍ୟକ୍ରମ ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ଫଳ ବୃକ୍ଷଚାରା ଓ ସିଲ୍ ସାର୍ଟିଫିକେଟ୍‌ ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଥିଲା । ମୁଖ୍ୟ ଆ‌ୟୋଜିକା ଲକ୍ଷ୍ମୀପ୍ରିୟା ଦାଶ ପୁରସ୍କାର ବିତରଣରେ ସହଯୋଗ କରିଥିଲେ ଓ ଏଥି ସହିତ ଶିକ୍ଷୟିତ୍ରୀ ସରିତା ମିଶ୍ର, ଦେବକୀ ଦାଶ, ଦିଲ୍ଲୀପ କୁମାର ବେହେରା, ଦିବାକର ସେଠୀ, ଶାନ୍ତ ସବର, ରାଜେନ୍ଦ୍ର ଗମାଙ୍ଗ, ପ୍ରତାପ ସବର, କେଶିରାମ ହେମ୍ବ୍ରମ, ଶାନ୍ତିଲତା ପ୍ରଧାନ ପ୍ରମୁଖ ପ୍ରଭୃତି ସମସ୍ତ ଶିକ୍ଷକ ମାନେ ସହଯୋଗ କରିଥିଲେ । ପରିଶେଷରେ ବିଜ୍ଞାନ ଶିକ୍ଷୟିତ୍ରୀ ଅନନ୍ୟା ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!