କରୋନା ଯୋଦ୍ଧା ସମ୍ମାନ ଓ କରୋନା ସତେତନତା ସହ ମାକ୍ସ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଗୋଡଭଗା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ କରୋନା ସଚେତନତା ଓ କରୋନା ଯୋଦ୍ଧା ସମ୍ମାନ ସହ ମାକ୍ସ ଓ ସାନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସୁଷମା ସାହୁ, ଜ୍ୟୋର୍ତିମୟୀ ନାଏକ ଓ ଅନୁଷ୍ଠାନର ସଭାପତି ମୁକୁନ୍ଦ ଦାଶ କାର୍ଯ୍ୟକ୍ରମରେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରିବା ସହ ମାକ୍ସ ଓ ସାନିଟାଇଜର ବଣ୍ଟନ କରିଥିଲେ । ଏହି ଅବସରରେ ମହାମାରୀ ସମୟରେ ନିଜକୁ ବାଜି ଲଗାଇ ଲୋକଙ୍କ ସେବା ପାଇଁ ୩ ଜଣ ସମାଜସେବୀଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ଜଣାଶୁଣା ସାମାଜିକ କର୍ମୀ ମନଜିତ କୌର (ଚାଚି), ଆଦର୍ଶ ମହିଳା ସରପଞ୍ଚ କୁମେଲସିହା ତଥା ସମାଜସେବୀ ଓ କରୋନା ଯୋଦ୍ଧା ଶ୍ରୀମତି ଜ୍ୟୋର୍ତିମୟୀ ନାଏକ ଓ କବିତା ମାଧ୍ୟମରେ ସଚେତନତା ପାଇଁ ସୁଶାନ୍ତ କୁମାର ଶତପଥୀଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ସହ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା । ଏହା ସହିତ ଟୀକାକରଣ ବିଷୟରେ ସମସ୍ତଙ୍କୁ ସତେତନତା କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବାଳକୃଷ୍ଣ ସାହୁ, ସମସ୍ତ ଗୁରୁମା’ ଓ ଶିକ୍ଷକ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରକାଶ ଥାଉକି ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ୬ ଟି ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ସହ ମହାବାଦ୍ୟାଲୟ ମାନଙ୍କରେ ସତେତନତା ସହ ମାକ୍ସ ଓ ସାନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ଅନୁଷ୍ଠାନ ପକ୍ଷରୁ ବରଗଡ ଜିଲ୍ଲାର ଅନେକ ଗୁଡ଼ିଏ ସ୍ଥାନ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରିଛନ୍ତି ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ମୁକୁନ୍ଦ ଦାଶ । ଆଗାମୀ ଦିନରେ ବରଗଡ଼ ଜିଲ୍ଲାର ଅନେକ ବିଦ୍ୟାଳୟ ମାନଙ୍କରେ ଏକ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମଧ୍ୟ ଡଃ ଅଜିତ କୁମାର ନାଥ ସୂଚନା ପ୍ରଦାନ କରିଛନ୍ତି । ଶେଷରେ ଶିଶୁ ମନ୍ଦିରର ସଭାପତି ସୁଶାନ୍ତ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.