oom

ମୁରିବାହାଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ବାର୍ଷକ ଉତ୍ସବ ‘ମୂର୍ଚ୍ଛନା’ ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ ‘ମୂର୍ଚ୍ଛନା’ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ପୀତାମ୍ବର ବେଶ୍ରାଙ୍କ ସଭାପତିତ୍ୱରେ ତଥା ସଂସ୍କୃତ ଶିକ୍ଷକ ଶିବଶଙ୍କର ସେଠଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁରିବାହାଲ ବ୍ଲକ ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲ ମୁଖ୍ୟ ଅତିଥି, ଡିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ ମୁଖ୍ୟ ବକ୍ତା, ବ୍ଲକ ଏବିଇଓ କୋଦଣ୍ଡଧର ଭୋଇ, ସାମ୍ବାଦିକ ଶ୍ରୀବତ୍ସ ବେହେରା, ସୁଦାମ ବଘାର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଅଧ୍ୟକ୍ଷ ଶ୍ରୀ ବେଶ୍ରା ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀ ତଥା ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ସ୍ଵତନ୍ତ୍ର ରୂପେ ପୁରସ୍କୃତ କରାଯାଇଥିଲା । ପରେ ଶିକ୍ଷକ ପ୍ରକାଶ କୁମାର ରାଉତ ଓ କେଶବାନନ୍ଦ ମଲ୍ଲିକଙ୍କ ସଂଯୋଜନାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଶେଷରେ ଶିକ୍ଷକ ଅରକ୍ଷିତ ନାଗ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ସହ ଶିକ୍ଷକ ଈଶ୍ୱର ଚନ୍ଦ୍ର ମଣ୍ଡଳ, ସୌମ୍ୟବ୍ରତ ଶତପଥୀ, ଶଶାଙ୍କ ଶେଖର କବାଟ, ମୁକ୍ତେଶ୍ଵର ଛୁରା, ପ୍ରଭାସ ରଂଜନ ମେହେର, ଆଲୋକ ଦାସ, ହିମାଂଶୁ ଭୁଏ, ରାଜୀବ ପୁଟେଲ, ସ୍ୱରୂପ ଠାକୁର, ରୋଶନ କୁମାର ମିଶ୍ର, ଛୋଟରାୟ ମାରାଣ୍ଡି, ଆକାଶ ହରପାଲ, ଶିକ୍ଷୟିତ୍ରୀ ରିଙ୍କି ହରପାଲ, ଗୀତାଞ୍ଜଳି ସେଠ, ଡୋଳାମଣି ବାଗ, ବାବୁଲାଲ ଠାକୁର ଓ ଦିବ୍ୟ ବାରିକ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.