ପ୍ରଶାସନର ଅହଙ୍କାର ବିରୋଧରେ ସାମ୍ବାଦିକଙ୍କ ପ୍ରଚଂଡ଼ ରଣହୁଙ୍କାର : ସମାଧାନ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ନୟାଗଡ଼ ଜିଲ୍ଲାର ଦୁଇ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ଅବକାରୀ ବିଭାଗ ଏସ୍‌ଆଇ ଧନଂଜୟ ପାତ୍ର ଗାଳିଗୁଲଜ କରିବା ତଥା ମାଡ଼ ମାରିବା ଘଟଣାକୁ ରାଜ୍ୟର ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଥିବା ବେଳେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସଂପୃକ୍ତ ଏସ୍‌ଆଇଙ୍କ ଗିରଫ୍‌ ଦାବୀରେ ଧାରଣା ଦିଆଯାଇଛି । ଦୀର୍ଘ ଦୁଇଦିନ କାଳ ଟାଉନ୍‌ ଥାନା ସମ୍ମୁଖରେ ସାମ୍ବାଦିକମାନେ ଧାରଣାରେ ବସିବା ପରେ ଆଜି ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ଧାରଣାର ବସିଛନ୍ତି । ଉଚିତ ନ୍ୟାୟ ନମିଳିଲେ ସାରା ରାଜ୍ୟରେ ଏହି ଘଟଣାକୁ ନେଇ ଆନ୍ଦୋଳନ କରାଯିବ ବୋଲି ସାମ୍ବାଦିକ ସଂଘ ପକ୍ଷରୁ କୁହାଯାଇଛି । ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତିଭୂଷଣ କରଙ୍କ ଉପସ୍ଥିତିରେ ଧାରଣାରେ ଜିଲ୍ଲାର ବହୁ ବିଶିଷ୍ଟ ସାମ୍ବାଦିକ ତଥା ସାଂବାଦିକ ସଂଘର କର୍ମକର୍ତ୍ତା ସମୂହ ଉପସ୍ଥିତ ରହି ଏହି ଘଟଣାର ତୀବ୍ର ବିରୋଧ ପ୍ରଦର୍ଶନ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ନୟାଗଡ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାରେ ପ୍ରଶାସନର ଅହଙ୍କାର ବିରୋଧରେ ପ୍ରଚଂଡ଼ ରଣହୁଙ୍କାର ପରେ ପ୍ରଶାସନ ମୁଣ୍ଡ ନୁଆଁଇଛି । ସନ୍ଧ୍ୟା ୫ଟାରେ ୧୦ଜଣିଆ ସାମ୍ବାଦିକ ପ୍ରତିନିଧିଙ୍କ ସହ ଜିଲ୍ଲାପାଳ ଆଲୋଚନା ପାଇଁ ଡାକିଛନ୍ତି । ଆଲୋଚନାରେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତିଭୂଷଣ କର ମଧ୍ୟ ଉପସ୍ଥିତ ରହିବେ । ରାଜ୍ୟ ସଭାପତି ଦୁଇଟି ଦାବୀ ଉପରେ ଗୁରୁତ୍ୱ ଦେଇଛନ୍ତି । ସଂପୃକ୍ତ ଏସ୍‌ଆଇଙ୍କ ଗିରଫ୍‌ ଓ ସାମ୍ବାଦିକଙ୍କ ବିରୋଧରେ ହେଇଥିବା ମାମଲା ପ୍ରତ୍ୟାହାର ।

jittmm
Leave A Reply

Your email address will not be published.