ସ୍ୱର୍ଗତ ସତ୍ୟନାରାୟଣ ବେହେରାଙ୍କ ଦେହାନ୍ତ ମୋ ପାଇଁ ଅପୂରଣୀୟ କ୍ଷତି, ପାଟଣା ଷ୍ଟେଟ ଉପରେ କରିଥିବା ଗବେଷଣା ତାଙ୍କର ଅତୁଳନୀୟ ଅବଦାନ ଥିଲା : ପୁର୍ବତନ ମନ୍ତ୍ରୀ ତଥା ସାସଂଦ ଅନଙ୍ଗ ଉଦୟ ସିଂହଦେଓ

ବଲାଙ୍ଗିର , (କେପିଏନ୍‌ଏସ୍‌) : ସ୍ବର୍ଗତ ସତ୍ୟନାରାୟଣ ବେହେରା ଅର୍ଧଶତାବ୍ଦିରୁ ଉର୍ଦ୍ଧ୍ବ ଧରି ସାମ୍ବାଦିକ ଭାବରେ ସାରା ରାଜ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରି ପାରିଥିଲେ । ଏହି ବର୍ଷିୟାନ ସାମ୍ବାଦିକ ଏକ ବିରଳ ବ୍ୟକ୍ତିତ୍ବ ତଥା ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ସେ ଏକା ଧାରରେ ଜଣେ ସାମ୍ବାଦିକ, ସ୍ତମ୍ବକାର, ଲେଖକ, ଗବେଷକ, ନାଟ୍ୟକାର, ଚଳଚ୍ଚିତ୍ର ଅଭିନେତା ଭାବରେ ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ । ନିର୍ଭିକ, ସ୍ପଷ୍ଟବାଦୀ, ସ୍ୱାଧୀନଚେତା ସାମ୍ବାଦିକ ଭାବରେ ସାରା ରାଜ୍ୟରେ ସୁନାମ ଅର୍ଜନ କରିଥିଲେ । ସ୍ୱର୍ଗତ ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ସହିତ ତାଙ୍କର ବ୍ୟକ୍ତିଗତ ଭାବରେ ଘନିଷ୍ଠ ତଥା ମଧୁର ସମ୍ପର୍କ ଥିଲା । ସ୍ବର୍ଗତ ବେହେରା ମୋର ଜଣେ ଶୁଭାକାଂକ୍ଷୀ ତଥା ଶୁଭଚିନ୍ତକ ଥିଲେ । ସେ ସଦାସର୍ବଦା ପାଟଣା ଇତିହାସର ଗବେଷକ ଭାବରେ ନୂଆଁ ନୁଆଁ ତଥ୍ୟ ଲୋକଲୋଚନକୁ ଆଣିବାରେ ଅନବରତ ଚେଷ୍ଟିତ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ମୁଁ ଗଭୀର ଭାବରେ ମର୍ମାହତ । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ମୁଁ ଇଶ୍ବରଙ୍କ ପାଖରେ ପ୍ରାର୍ଥନା କରି ଦିବଙ୍ଗତ ସ୍ବର୍ଗତ ବେହେରାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ତାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

Leave A Reply

Your email address will not be published.