ଖପ୍ରାଖୋଲ ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଖପ୍ରାଖୋଲ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ସହ ପରସ୍ପର ନିକଟତର ହୋଇ ସମସ୍ତ କାର୍ଯ୍ୟ କରିବା ଏବଂ ଜନସାଧାରଣଙ୍କ ମନରେ ପୋଲିସ ପ୍ରତି ଥିବା ବିଭିନ୍ନ ଭୟ ଭ୍ରାନ୍ତିକୁ ଦୂର କରିବାକୁ ଚେଷ୍ଟା କରାଯାଇଥିଲା । ପୋଲିସ ବିଭାଗର ଅନେକ ଗୁଡ଼ିଏ ନିୟମରେ ପରିବର୍ତ୍ତନ ଘଟିଛି, ୫ଟି ଲାଗୁ ହେବା ପରେ ଅଭିଯୋଗକାରୀ ଓ ଦୋଷୀମାନଙ୍କୁ ଥାନା ପକ୍ଷରୁ କୌଣସି ଦୁର୍ବ୍ୟବହାର ନ ଦେଖାଇ ଉତ୍ତମ ବ୍ୟବହାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ରହିଛି ଏଣୁ ପୋଲିସ ପ୍ରତି ଜନସାଧରଣ ଭୟ ଭିତ ହେବା କୌଣସି ଆବଶ୍ୟକ ନାହିଁ, ସମସ୍ତଙ୍କର ସ୍ଵାଧୀନ ଚିନ୍ତା ଧାରାରେ ପୋଲିସ ସହ ଯୋଗାଯୋଗ ରଖି କାର୍ଯ୍ୟ କଲେ ଅନେକ ସୁଫଳ ମିଳିବ ବୋଲି ଥାନା ଅଧିକାରୀ ଶ୍ରୀ ସାହୁ ଲୋକଙ୍କୁ ବୁଝାଇଥିଲେ । ଉକ୍ତ ବୈଠକରେ ଓଡ଼ିଆପାଲି ପଞ୍ଚାୟତ ସରପଞ୍ଚ ପ୍ରତିନିଧି ସୁବାଷ ଛୁରା ଏବଂ ୱାର୍ଡ ସଭ୍ୟ ପୀତବାସ ସାହୁ, ରାଇଧର ମାଝୀ ଉପସ୍ଥିତ ଥିବା ବେଳେ ଓଡ଼ିଆପାଲି ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଭଦ୍ରବ୍ୟକ୍ତି ଜେନାମଣି ସାହୁ, ଇନ୍ଦ୍ରମଣୀ ସାହୁ, ସୁଶୀଲ ବେହରା, ଗଣେଶ ସାହୁ, ଟୁଲୁ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ । ଅନ୍ୟପଟେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧିମାନେ ଏଥିରେ ଭାଗନେଇ ଲୋକଙ୍କ ସମସ୍ୟାକୁ ସାମ୍ନାକୁ ଆଣିଥିଲେ । ଖପ୍ରାଖୋଲ ଥାନାରୁ ଏସ ଆଇ ଗୋପୀନାଥ ମହାକୁଡ଼, ଏଏସଆଇ ସେୱାନ କେରକେଟା, ଏଏସଆଇ ନାରାୟଣ ସାହୁ, ଏଏସଆଇ ଗୋପାଳ କ୍ରିଷ୍ଣା କୁମୁଡା ଏବଂ ପୋଲିସ ଷ୍ଟାପ ଉପସ୍ଥିତ ଥିବା ବେଳେ ଆଗାମୀ ଦିନରେ ବିଭିନ୍ନ ଜନ ହିତକାରୀ କାର୍ୟ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.