ମର୍ମନ୍ତୁଦ ସଡକ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ନାଭାଲ ଫାଣ୍ଡି ଅନ୍ତର୍ଗତ ଛେଡ଼ାପଦର ଗ୍ରାମ ଛକରେ ଏକ ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳୀକାଟୁ ଅଞ୍ଚଳର ଯୁଧିଷ୍ଠିର ବେହେରାନାମକ ଜଣେ ବ୍ୟକ୍ତି ତାଙ୍କ ପରିବାରର ୪ ଜଣ ସଦସ୍ୟଙ୍କ ସହ ୩ ଟି ପିଲାଙ୍କୁ ନେଇ କାର ଯୋଗେ ଭୁବନେଶ୍ୱର ଏୟାରପୋର୍ଟକୁ ଆସିଥିଲେ । ତେବେ ସେଠାରେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଛାଡି ଘରକୁ ଫେରୁଥିବା ବେଳେ ବାଲୁଗାଁ ନିକଟସ୍ଥ ଛେଡ଼ାପଦର ଛକ ନିକଟରେ କାରଟି ଭାରସାମ୍ୟ ହାରାଇ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା କାରଟି । ଫଳରେ ବିଦ୍ୟୁତ ଖୁଣ୍ଟଟି ଭାଙ୍ଗି କାର ଉପରେ ପଡ଼ିଥିଲା । ସୌଭାଗ୍ୟବଶତଃ କେବଳ କାରଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଘଟଣାସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.