ସହରର ରାସ୍ତା କଡ଼ରେ ଗଦା ଗଦା ଅଳିଆ ଆବର୍ଜନା : ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କ ତାଗିଦ୍‌ ପରେ ବି ସଚେତନ ହେଉନାହାନ୍ତି ଲୋକେ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସହରର ରାସ୍ତା କଡ଼ରେ ଗଦା ଗଦା ଅଳିଆ ଆବର୍ଜନା ପଡ଼ି ରହିଥିବା ଦେଖିବାକୁ ମିଳୁଛି । ଅନେକ ଥର ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କ ତାଗିଦ୍‌ ପରେ ବି ସଚେତନ ହେଉନାହାନ୍ତି ଲୋକେ । ସହରର ଦୋକାନ, ବଜାର, ପ୍ରତ୍ୟେକ ନାଗରିକଙ୍କୁ ଜରି, ପୋଲିଥିନ୍, ଅଳିଆ ଆବର୍ଜନା ସବୁ ନିଜ ଡ‌ଷ୍ଟବିନ୍‌ରେ ରଖି ଏନ୍‌ଏସିର ଅଳିଆ ଗାଡ଼ିରେ ଦେବାକୁ ଅନେକ ଥର ସଚେତନ କରାଯାଇଛି । କିନ୍ତୁ କେହି ଏ ବିଷୟରେ ସଚେତନ ନହେବାରୁ ଆଜି ଘ:୦୧ଟା ୩୦ମି. ସମୟରେ ନିଜେ ଏନ୍‌ଏସି ନିର୍ବାହୀ ଅଧିକାରୀ ସହରରେ ବୁଲି ବୁଲି ପୁଣି ସଚେତନତା କରିଥିଲେ । କଣ୍ଟାବାଞ୍ଜି ସହରବାସୀ ନିଜ ସହରକୁ ପରିସ୍କାର ପରିଚ୍ଛନ୍ନ ରଖିବା ଦ୍ଵାରା ଭୂତାଣୁ ସଂକ୍ରମଣ ବା ରୋଗ ସୃଷ୍ଟି ହେବ ନାହିଁ ବୋଲି ବୁଦ୍ଧିଜୀବୀମାନେ ମଧ୍ୟ ମତ ରଖିଛ‌ନ୍ତି ।

Leave A Reply

Your email address will not be published.