ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ : ଜଣେ ଅଟକ

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ । ଅଭିଯୋଗ ଅନୁସାରେ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କ ସ୍ଵାମୀ ଶିକ୍ଷା ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିବା ଜଣାପଡିଛି । ଉକ୍ତ ଆକ୍ରମଣରେ ତାଙ୍କ ନାକରୁ ରକ୍ତସ୍ରାବ ହେଉଥିବା ବେଳେ ଚିକିତ୍ସା ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବର୍ତ୍ତମାନ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ କରିବା ସହ ଆକ୍ରମଣ କରିଥିବା ମହିଳା କର୍ମଚାରୀଙ୍କ ସ୍ବାମୀଙ୍କୁ ପୁଲିସ୍ ଥାନାରେ ଅଟକ ରଖି ତଦନ୍ତ କରୁଥିବା ବ୍ରହ୍ମପୁର ଏସ୍ ଡି ପି ଓ ବିଷ୍ଣୁ ପତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.