ଅଯୋଧ୍ୟାର ଅକ୍ଷତ କଳସ ବଲାଙ୍ଗିର ନଗରରେ ବିତରଣ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ପୂଜିତ ଅକ୍ଷତ କଳସ ଆଜି ବଲାଙ୍ଗିର ନଗରରେ ବିଭିନ୍ନ ପଡାକୁ ସ୍ଥାନୀୟ ରାଧାରାଣୀପଡାସ୍ଥିତ ରାଧାକୃଷ୍ଣ ମନ୍ଦିରରେ ହୋମଯଜ୍ଞ ପୂଜନ ସହିତ ବଣ୍ଟନ କରାଗଲା । ଏହି କାର୍ଯ୍ୟକ୍ରମରେ ଖଲିଆପାଲି, ରାଧାରାଣୀପଡା, ବଜରଙ୍ଗ ନଗର, ଶାସ୍ତ୍ରୀ ନଗର, ଠିକାଦାର ପଡା, ପେଲେସ୍‌ ଲାଇନ୍, ମହାଲକ୍ଷ୍ମୀନଗର, ଇଚ୍ଛାପଡା, କନ୍ଧପାଲିପଡା, ସାଲେପାଲି, ଲର୍କିପାଲି, ସତ୍ୟନାରାୟଣ ପଡା, ଇନ୍ଦିରା ନଗର, ତୁଳସୀ ନଗର, କୋଶଲ ନଗର, ଶାନ୍ତିପଡା, ବୈଜନ୍ତିପଡା, ହାତୀପଡା, ସୁଦପଡା, ଖଦାଲପଡା, କ୍ଲବପଡା, ବାଜପେୟୀ ନଗର, ମାଳପଡା, କଂସାରିପଡା, ଜଗନ୍ନାଥପଡା, ତାଲପାଲିପଡା, ରାଜୀବନଗର, ବରପାଲି ପଡା, ବଜରଙ୍ଗନଗର, ଚିମିନିଭାଟି, ରାଜେନ୍ଦ୍ରପଡା, ହାଟପଦାପଡା, ରୁଗୁଡ଼ିପଡା, ରାମେଶ୍ଵର ନଗର, ସାଗର ପଡା, ଟିକ୍ରାପଡ଼ା, ଜୁହ୍ନାଁଡ଼ିହି, ବ୍ରାହ୍ମଣପଡାରୁ ଶତାଧିକ ମହିଳା ଓ ପୁରୁଷ ଶ୍ରୀରାମ ଭକ୍ତ କଳସ ଗ୍ରହଣ କରି ଶୋଭାଯାତ୍ରା ସହିତ ନିଜ ପଡାସ୍ଥିତ ମନ୍ଦିରକୁ ନେଇ ସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ନଗର ସଂଯୋଜକ ଗୋବିନ୍ଦ ଚନ୍ଦ୍ର ମିଶ୍ର ଓ ସହସଂଯୋଜକ ବାବୁଲାଲ ମିଶ୍ର ସଂଯୋଜନା କରିଥିବା ବେଳେ ଜିଲ୍ଲା ସହ ସଂଯୋଜକ ପବିତ୍ର କୁମାର ଦାଶ ଉପସ୍ଥିତ ଥିଲେ ।

Leave A Reply

Your email address will not be published.