ବିକ୍ଷୋଭ ପ୍ରଦର୍ଶନ କରିବା ସହ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ରାଜ୍ୟ ସରକାରଙ୍କ ଅପାରଗ ବିଜ୍ଞପ୍ତି ଦ୍ୱାରା ନାମକୁ ମାତ୍ର ବିଶ୍ୱବିଦ୍ୟାଳୟ ଘୋଷଣା କରିବା ଓ ରାଜ୍ୟର କୌଣସି ନୀତି ନିୟମ ମାଧ୍ୟମରେ ପ୍ରତିଷ୍ଠା କରାଯାଇ ନଥିବା କାରଣରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳକୁ ୟୁଜିସି ସ୍ୱୀକୃତି ଦେଇନଥିବା ବିଷୟରେ ଜାଣି ରାଜ୍ୟ ସରକାରଙ୍କୁ ଚେତେଇ ଦେବାକୁ ଯାଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ କରିବା ସହିତ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏଥିରେ ସରକାରଙ୍କ ଅପାରଗତାକୁ ନିନ୍ଦା କରିବା ସହିତ କିଭଳି ବିଶ୍ୱବିଦ୍ୟାଳୟର ସଂପୂର୍ଣ୍ଣ ତଥ୍ୟ ସ୍ପଷ୍ଟୀକରଣ କରିବେ ।ହାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଜ୍ୟ ସରକାରଙ୍କୁ ଦାବୀ ଜଣାଇବା ସହ କିଭଳି ରାଜ୍ୟ ସରକାର ବଲାଙ୍ଗିରର ଛାତ୍ର ସମାଜକୁ ଅନ୍ଧାରରେ ରଖି ଭୁଆଁ ବୁଲାଉଥିବା ନୀତିକୁ ନିନ୍ଦା କରିଥିଲେ । ଶେଷରେ ରାଜ୍ୟ-ସହ-ସମ୍ପାଦକ ବିଜୟ କଲତା ଓ ନଗର ସମ୍ପାଦକ ରାହୁଲ ପାଣିଗ୍ରାହୀଙ୍କ ନେତୃତ୍ୱରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୂଳପତି ଉମାବଲ୍ଲଭ ମହାପାତ୍ରଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ କଥା ହୋଇଥିଲେ ଏବଂ ସମସ୍ୟାର ସମାଧାନ ତୁରନ୍ତ କରିବା ପାଇଁ କୁଳପତି ଆଶ୍ୱାସନା ହୋଇଥିଲେ । ନଗର ସହ ସମ୍ପାଦକ ସାହିଲ ପାଣିଗ୍ରାହୀ, ନଗର କାର୍ଯ୍ୟକାରିଣୀ ସଦସ୍ୟ ଅଭିଷେକ ଭାଇ, ସରୋଜ ସାହୁ, ଲିପକ୍ ମିଶ୍ର, ଲଳିତ ଦାସ ଓ ଅନ୍ୟମାନେ ସମସ୍ତେ ଏଥିରେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.