ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜିଠୁ ଜେଇଇ ମେନ୍-୨ ପରୀକ୍ଷା ଆରମ୍ଭ ହୋଇଯାଇଛି । ଏହା ୧୮ ତାରିଖ ପର୍ୟ୍ୟନ୍ତ ଚାଲିବ । ପ୍ରତିଦିନ ଦୁଇଟି ସିଟିଂରେ ହେବ ପରୀକ୍ଷା । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ଣ ୩ଟାରୁ ସଂଧ୍ୟା ୬ଟା ମଧ୍ୟରେ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ । ଦେଶର ୩୩୧ଟି ସହର ମଧ୍ୟରୁ ଓଡ଼ିଶାର ୧୭ଟି ସହରରେ ପରୀକ୍ଷା କରାଯାଉଛି । ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ପୁରୀ ସମେତ ବିଭିନ୍ନ ସହରରେ ପରୀକ୍ଷା କରାଯାଉଛି । ତେବେ ରାଜ୍ୟର ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷା ବେଳେ କରୋନା ସମସ୍ତ ଗାଇଡ୍ ଲାଇନ୍ ମାନିବା ପାଇଁ ନିର୍ଦ୍ଦେଶ ରହିଛି । ଓଡ଼ିଆ ଓ ହିନ୍ଦୀ ସମେତ ୯ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ଅନୁଷ୍ଠିତ ହେଉଛି ।