ମହାନଦୀ ବ୍ରିଜ୍ ତଳେ ଅଜଣା ଯୁବକଙ୍କ ମୃତଦେହ

ସମ୍ବଲପୁର : ସମ୍ବଲପୁର ବୁର୍ଲା ସ୍ଥିତ ମହାନଦୀ ବ୍ରିଜ୍ ତଳେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି । ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଯୁବକଙ୍କ ବୟସ ପ୍ରାୟ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଥିବାରୁ ଆତ୍ମହତ୍ୟା ସନ୍ଦେହ କରାଯାଇଛି । ତେବେ ଏକ ପଥର ଉପରେ ଯୁବକ ଜଣଙ୍କ ପଡିଥିବାରୁ ଶରୀରରେ କ୍ଷତ ସୃଷ୍ଟି ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ବାମ କାନରେ ଏକ ରିଙ୍ଗ୍ ପିନ୍ଧିଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!