om academy

ଭାରସାମ୍ୟ ହରାଇ ଓଲଟିଲା ବସ୍‌ : ୪ ଜଣ ଆହତ

jsm

ଖୋର୍ଦ୍ଧା : ଯାତ୍ରୀବାହୀ ବସ୍ ଓଲଟି ୪ ଆହତ । ବେଗୁନିଆ ବାଘମାରୀ ମଝିରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାଅନୁଯାୟୀ, ଶନିବାର ଭୋର ସମୟରେ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିବା ଏକ ଯାତ୍ରୀବାହୀ ବସ୍ ବେଗୁନିଆ ବାଘମାରୀ ମଝିରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଓଲଟିଲା । ଫଳରେ ୪ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.