ଚଳଚ୍ଚିତ୍ର ‘ବଡ ମା’ରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଭିନୟ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତା ସଂଗ୍ରାମୀ ତଥା ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜୀବନି ଉପରେ ଆଧାରିତ ଚଳଚ୍ଚିତ୍ର ‘ବଡ଼ ମା’ରେ ଅଭିନୟ କଲେ ରାଜନେତା ପ୍ରସନ୍ନ ଆଚାର୍ଯ୍ୟ । ୧୯୯୨ ମସିହାରେ ବରଗଡ଼ ପିଡବ୍ଲୁଡି ଡାକ ବଙ୍ଗଳା ଠାରେ ତତ୍‌କାଳୀନ ମୁଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକ ଏବଂ ସେତେବେଳେ ମନ୍ତ୍ରୀ ପଦରେ ଆସୀନ ଥିବା ପ୍ରସନ୍ନ ଆଚାର୍ଯ୍ୟ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ସହ ଏକ ଆଲୋଚନା ହୋଇଥିଲା । ଏହି ସୁଟିଂ ପାଇଁ ଶ୍ରୀ ଆଚାର୍ଯ୍ୟଙ୍କୁ ସ୍ୱତନ୍ତ୍ର କେଶ ବିନ୍ୟାସ ସହ ସେହି ସମୟର ଅବିକଳ ନକଲକୁ ଅଣାଯାଇଥିଲା । ଏହି ସମୟରେ ଚଳଚ୍ଚିତ୍ରର ପ୍ରଯୋଜକ ବିକାଶ ଗ୍ରୁପର ଅଧକ୍ଷ ଡି.ମୁରଲି କ୍ରିଷ୍ଣା, ନିର୍ଦ୍ଦେଶକ ଲିଟୁ ମହାନ୍ତି, କ୍ୟାମେରା ନିର୍ଦ୍ଦେଶକ ମାନଭଞ୍ଜନ ନାଏକ ଓ ସାଥି କଳାକାରମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.