om academy

ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀ ଅଭିଯୋଗ, ୮୦ ବର୍ଷ ବୟସ୍କ ବୃଦ୍ଧବୃଦ୍ଧାଙ୍କ ସମେତ ୧୦ଜଣ ଆମରଣ ଅନଶନରେ : ଆଲୋଚନା ବିଫଳ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ନଦେବାରୁ ଆଜି ଦିନ ୧୧ ଘଣ୍ଟାରୁ ୧୦ ଜଣ ହିତାଧିକାରୀ ପାଇକମାଲ ବ୍ଲକ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି । ଏହି ଆମରଣ ଅନଶନରେ ବସିଥିବା ୧୦ଜଣଙ୍କ ମଧ୍ୟରୁ ଚନ୍ଦ୍ର ମର୍ହି ଜଣେ ଆଦିବାସୀ ଗରିବ ଲୋକ ଯାହାଙ୍କ ବୟସ ୮୦ ବର୍ଷ ଏବଂ ଶ୍ରୀମତୀ ବିଶାଖା ସାହୁ ୮୨ ବର୍ଷ ଓ ଜଣେ ଦିବ୍ୟାଙ୍ଗ ଯାଦବ ସାହୁ ନିଜ ଘରେ ଆମରଣ ଅନଶନ କରୁଥିବା ପୋଲିସକୁ ସୂଚନା ଦେଇଛନ୍ତି । ଆଜି ସନ୍ଧ୍ୟାରେ ପଦ୍ମପୁର ଏସଡିପିଓ ବିଭୁତି ଭୂଷଣ ଭୋଇ, ପାଇକମାଲ ଆଇଆଇସି ବିଶ୍ବଜିତ ମନୋବଧ, ପାଇକମାଲ ବିଡିଓ ଶ୍ରୀମତୀ ଉପାଞ୍ଜଳି ମାଝୀ ଅନଶନ ସ୍ଥଳିକୁ ଆସି ଅନଶନକାରୀଙ୍କୁ ଅନଶନ ଭଙ୍ଗ କରିବା ପାଇଁ ବୁଝାଶୁଝା କରିଥିଲେ ମଧ୍ୟ ଅନଶନକାରୀ ମାନେ ଘର ଦିଆଯିବା ପାଇଁ ଲିଖିତ ପ୍ରତିଶୃତି ନ ମିଳିଲେ ଅନଶନ ଠାରୁ ଉଠିବେ ନାହିଁ ବୋଲି ନିଜ ଜିଦ୍‌ରେ ଅଟଳ ଅଛନ୍ତି । ୮୦ ବର୍ଷ ବୟସ୍କ ଚନ୍ଦ୍ର ମର୍ହି, ୮୨ ବର୍ଷ ବୟସ୍କ ଶ୍ରୀମତୀ ବିଶାଖା ସାହୁଙ୍କ ଅବସ୍ଥା ଗମ୍ଭୀର ଥିବାରୁ ଏମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନେବା ପାଇଁ ପ୍ରଶାସନ ଉଦ୍ୟମ କରିଥିଲେ ମଧ୍ୟ ସେମାନେ ହସ୍ପିଟାଲ ଯିବାକୁ ମନା କରି ଦେଇଥିବା ସୂଚନା ମିଳିଛି । ଘରେ ଅନଶନରେ ବସିଥିବା ଦିବ୍ୟାଙ୍ଗ ଯାଦବ ସାହୁଙ୍କ ଅବସ୍ଥା ମଧ୍ୟ ଠିକ୍‌ ନଥିବା ଜଣାପଡ଼ିଛି । ଅନଶନରେ ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ସାହୁ, ଜୟଦେବ ସାହୁ, ଦୁର୍ଯ୍ୟୋଧନ ସାହୁ, ଝସକେତନ ସାହୁ, ବିଶ୍ଵାମିତ୍ର ସାହୁ, ତାଣ୍ତି ସାହୁ, ହରିବୋଲ ସାହୁ, ଅକ୍ଷୟ ସାହୁ ସାମିଲ ହୋଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ପାଇକମାଲ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ନେଇ ପ୍ରବଳ ଜନ ଅସନ୍ତୋଷ ଅଛି । କେର୍ମେଲାବାହାଲ ଗ୍ରାମ ପଞ୍ଚାୟତରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାଟି ଦିଆଯାଇ ଥିବା ବେଳେ ବ୍ୟାପକ ଲାଞ୍ଚ କାରବାର କରି ଅନେକ ଧନୀ ଲୋକମାନଙ୍କୁ ବେଆଇନ ଭାବେ ଘର ଯୋଗାଇ ଦିଆଯାଉ ଥିବାରୁ ବହୁଦିନ ଧରି ପଞ୍ଚାୟତବାସୀ ଅଭିଯୋଗ କରୁଥିଲେ । ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୭ ତାରିଖ ଦିନ ଏହାର ପ୍ରତିବାଦରେ ଆମରଣ ଅନଶନ କରିବା ପାଇଁ ଗତ ୧୫ ଦିନ ତଳୁ ଅନଶନକାରୀ ମାନେ ବିଡିଓ, ଥାନା ଅଧିକାରୀ, ଜିଲ୍ଲାପାଳ, ୫ଟି ସଚିବ, ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଲିଖିତ ଭାବେ ଜଣାଇଥିଲେ । ଅନଶନକାରୀମାନଙ୍କୁ ସମର୍ଥନ ଜଣାଇ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ସମେତ ବିଜେପିର ବରିଷ୍ଠ ନେତୃ ମଣ୍ତଳୀ ସରୋଜ ସାମଲ, ଗୋବର୍ଦ୍ଧନ ଅଗ୍ରୱାଲ, ଶ୍ରୀକାନ୍ତ ମିଶ୍ର, ବଳରାମ ସାହୁ, କୌଲାସ ଦିଶ୍ରୀ, ସଞ୍ଜୟ ବେହେରା, ଭୀଷ୍ମଦେବ ସାହୁ, ଶୁଶାନ୍ତ ନାଗ, ସତ୍ୟ ବେହେରା, ବିରଞ୍ଚି ବେହେରା, ନରୋତ୍ତମ ଦାସ, ଯୋଗିନ୍ଦ୍ର ଭୋଇ, ରାଜ ମହମ୍ମଦ, ପୁରନ୍ଦର ସାହୁ, ରୋଶନ ପାଣିଗ୍ରାହୀ, ଇନ୍ଦ୍ରଜିତ ଭୋଇ, ହରେକୃଷ୍ଣ ସୁନା, ମହେନ୍ଦ୍ର ସାହୁ, ରାଜେନ୍ଦ୍ର ସେଠ ପ୍ରମୁଖ ଅନଶନକାରୀଙ୍କ ସହ ଧାରଣରେ ବସିଛନ୍ତି ।

Leave A Reply

Your email address will not be published.