om academy

ଗାଡ଼ି ସୁବିଧା ନ ମିଳିବାରୁ କରୋନାରେ ମୃତ ମହିଳାଙ୍କ ମୃତଦେହ ପଡ଼ି ରହିଛି ଡା‌କ୍ତରଖାନାରେ : ପରିବାର ଲୋକଙ୍କ ଅଭିଯୋଗ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବାବୁଉଲବା ଗ୍ରାମର ଜଣେ ୨୫ ବର୍ଷ ବୟସ୍କା ମହିଳାଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ମୃତ ମହିଳାଙ୍କ ପରିବାର ପକ୍ଷରୁ କୁହାଯାଇଛି । ତେବେ ଏହି ମହିଳା‌ଙ୍କ ଗତକାଲି ଅପରାହ୍ନରେ ମୃତ୍ୟୁ ଘଟିଥିବା ବେଳେ ଗାଡ଼ି ସୁବିଧା ନ ମିଳିବାରୁ କରୋନାରେ ମୃତ ମହିଳାଙ୍କ ମୃତଦେହ ପଡ଼ି ରହିଛି ଡ଼ା‌କ୍ତରଖାନାରେ ବୋଲି ପରିବାର ଲୋକେ କହିଛ‌ନ୍ତି । ଏଣୁ ଶବ ସତ୍‌କାର କରାଯାଇ ନ ଥିବା ଦେଖିବାକୁ ମିଳିଛି । ଏ ସଂପର୍କରେ ବଲା‌ଙ୍ଗିର ସିଡ଼ିଏମ୍‌ଓ ଡ଼ା. ଭୀମ ସାହୁ‌ଙ୍କୁ ପଚାରିବାରୁ ତା‌ଙ୍କଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ପାରିନାହିିଁ । ତେବେ ଅଞ୍ଚଳରେ ଖବର ପ୍ରସାର ହେବା ପରେ କରୋନା ସଂକ୍ରମଣକୁ ନେଇ ପୁଣି ଭୟର ବାତାବରଣ ଦେଖାଦେଇଛି ।

Leave A Reply

Your email address will not be published.