ମୋବାଇଲ ଦୋକାନରୁ ସିନ୍ଧି ଚୋରି ଅଭିଯୋଗ

ବଙ୍ଗୋମୁଣ୍ଡା, (ଗୁରୁଦୟାଲ ହଂସ) : ବଙ୍ଗୋମୁଣ୍ଡା ଗୋଲାଇ ଛକରେ ଥିବା ସାବୀ ମୋବାଇଲ ଦୋକାନରୁ ବୁଧବାର ରାତିରେ ସିନ୍ଧି ଖୋଳି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଦୋକାନ ମାଲିକ ଗୋହିରାପଦର ଗ୍ରାମର ଜଳ ମେହେର ଗୁରୁବାର ଦିନ ଥାନାରେ ଏକ ଏତଲା ଦେଇଛନ୍ତି । ଦୋକାନରେ ଥିବା ମୋବାଇଳ ଫେସନ, କମ୍ପ୍ୟୁଟର ହାର୍ଡଡିକ୍ସ ଆଦି ୧୦ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଚୋରୀ ହୋଇଥିବା ସେ ଏତଲାରେ ଦର୍ଶାଇଛନ୍ତି । ପୁଲିସ ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.