ସ୍କୁଲ ପରିସରରୁ ଡିକି ଭାଙ୍ଗି ଅଢ଼େଇ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

ବୌଦ୍ଧ, (ବଂଶୀଧର ମାଝୀ) : ସ୍କୁଲ ପରିସରରୁ ଡିକି ଭାଙ୍ଗି ଅଢ଼େଇ ଲକ୍ଷ ଟଙ୍କା ଲୁଟ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରସରା ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ବସନ୍ତ ସାହୁ ବୁଧବାର ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ ଡିକିରେ ରଖି ସ୍କୁଲକୁ ଫେରିଥିଲେ । ତେବେ ବାଇକ୍‌ଟି ସ୍କୁଲ ପରିସରରେ ଥିବା ବେଳେ ଡିକି ଭାଙ୍ଗି ଅଢ଼େଇ ଲକ୍ଷ ଟଙ୍କା ଲୁଟ୍‌ ‌ହୋଇଛି । ଏ ନେଇ ଅଭିଯୋଗ ପରେ ବୌଦ୍ଧ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.