ଘରେ ପଶି ଲୁଟ୍‌ ଅଭିଯୋଗ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଗ୍ରାମର ଘରେ ପଶି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଗ୍ରାମର ଜଣକ ଘରେ ୩ ଦୁର୍ବୃତ୍ତ ଘରେ ପଶିଥିଲେ । ଦୁର୍ବୃତ୍ତମାନେ ମହିଳାଙ୍କ ଗୋଡ ହାତ ବାନ୍ଧି ଲକ୍ଷାଧିକ ଟଙ୍କା ଓ ପିନ୍ଧା ସୁନା ଅଳଙ୍କାର ଲୁଟି ନେଇଥିଲେ । ତେବେ ଏହି ଲୁଟ୍ ବେଳେ ମହିଳାଙ୍କ କାନ ଛିଣ୍ଡି ଯିବାରୁ ସେ ଗୁରୁତର ହୋଇଛନ୍ତି । ମହିଳାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.