jayashree

ଲୋ-ଭୋଲଟେଜ ଯୋଗୁଁ ବୈଦ୍ୟୁତିକ ଯନ୍ତ୍ର ନଷ୍ଟ ସହ ଅମୃତ ଧାରା ଅଚଳ ଅଭିଯୋଗ : ଦେଓଗାଁ ଡାକବଙ୍ଗଳାରେ ଟ୍ରାନ୍ସଫର୍‌ମର୍‌ ବସାଇବାକୁ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ମାସ ହେଲା ଦେଓଗାଁ ଡାକ ବଙ୍ଗଳାକୁ ସଂଯୋଗ କରୁଥିବା ବିଦ୍ୟୁତରେ ଲୋ-ଭୋଲଟେଜ ଯୋଗୁଁ ବଙ୍ଗଳା ଅଧିବାସୀ ଓ ଦୋକାନୀମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାସହ ଡାକବଙ୍ଗଳା ସମ୍ମୁଖରେ ଲାଗିଥିବା ଅମୃତଧାରାରୁ ମଧ୍ୟ ପାଣି ଠିକ୍‌ ଭାବେ ବାହାରୁ ନାହିଁ । ଯାହାଫଳରେ ଦୋକାନୀ, ଯାତ୍ରୀ, ପଥିକ ମହଳରେ ଘୋର ଅସନ୍ତୋଷ ଦେଖାଯାଇଛି । ବାରମ୍ବାର ବିଦ୍ୟୁତ ସରବରାହ ବିଷୟରେ ଅନୁଧ୍ୟାନ କରାଯିବାରୁ ଜଣାପଡ଼ିଛି ଯେ, ଡାକବଙ୍ଗଳା ନିକଟରେ ଥିବା ମେଷ ପ୍ରଜନନ କେନ୍ଦ୍ରରେ ବହୁ ବର୍ଷ ପୂର୍ବେ ଶହେ କେଭି ବିଦ୍ୟୁତ ଟ୍ରାନ୍ସଫରମର ଜରିଆରେ ଡାକବଙ୍ଗଳାକୁ ବିଦ୍ୟୁତ ଯୋଗାଇ ଦିଆଯାଉଥିଲା । ବର୍ତ୍ତମାନ ଦୋକାନ ସଂଖ୍ୟା ଅଧିକ ହୋଇଥିବାରୁ ବିଦ୍ୟୁତର ଆବଶ୍ୟକତା ମଧ୍ୟ ବଢ଼ିବାରେ ଲାଗିଛି କିନ୍ତୁ ଅଧିକ କ୍ଷମତା ସମ୍ପର୍ଣ୍ଣ ଟ୍ରାନ୍ସଫର୍‌ମର୍‌ ଲଗାଯାଇନାହିଁ । ବାରମ୍ବାର ବିଦ୍ୟୁତ ସରବରାହ ଫଳରେ ଅସୁବିଧାର ସମ୍ମୁଖୀନ ହେବା ସହ ବ୍ୟବହାର କରାଯାଉଥିବା ବୈଦ୍ୟୁତିକ ଯନ୍ତ୍ରଗୁଡ଼ିକ ମଧ୍ୟ ପ୍ରଭାବିତ ହେଉଛି । ତେଣୁ ଅଧିକ କ୍ଷମତା ସମ୍ପର୍ଣ୍ଣ କିମ୍ବା ଡାକ ବଙ୍ଗଳାରେ ଏକ ଟ୍ରାନ୍ସଫରମର ବସାଗଲେ ଠିକ୍‌ ଭାବେ ବିଦ୍ୟୁତ ପାଇପାରିବେ ବୋଲି ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.