oum

କର୍ଲାପାଟ ଅଭୟାରଣ୍ୟରେ ଆଉ ଗୋଟିଏ ହାତୀ ଛୁଆର ମୃତ୍ୟୁ

jsm

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ଆଜି ଆଉ ଗୋଟିଏ ହାତୀ ଛୁଆର ମୃତ୍ୟୁ ହୋଇଥିବା ଖବର ମଳିଛି । ହାତୀ ଛୁଆର ମୃତଦେହ ଘୁଷୁରିଗୁଡ଼ି ଅଞ୍ଚଳରୁ ଉଦ୍ଧାର ହୋଇଛି । ତେବେ ଏହି ଅଭୟାରଣ୍ୟରେ ୨୦ ଦିନ ମଧ୍ୟରେ ୭ ଟି ହାତୀର ମୃତ୍ୟୁ ହେଲାଣି ବୋଲି ଜଣାପଡିଛି । ସହାଣ ରୋଗ ଯୋଗୁଁ ହାତୀଙ୍କ ମୃତ୍ୟୁ ଘଟୁଥିବା କେନ୍ଦ୍ରୀୟ ଟିମ୍‌ ସ୍ପଷ୍ଟ କରିବା ପରେ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଗାଁରେ ଗୋରୁଙ୍କୁ ଟୀକା ଦିଆଯାଇଛି । ଏହାଛଡ଼ା ଜଳାଶୟ ଗୁଡ଼ିକରେ ବ୍ଲିଚିଂ ପକା ଯାଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.