oum

ଅଭାବନୀୟ ଘଟଣା : ନିଆଁ ଲିଭାଇବାକୁ ଯାଇ ବିଦ୍ୟୁତ ଆଘାତରେ ମା’ ଓ ପୁଅର ମୃତ୍ୟୁ

jsm

ଯାଜପୁର : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳୀପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗ୍ରାମର ସାରା ବିବିଙ୍କ ଘରେ ଶନିବାର ବିଳମ୍ବିତ ରାତିରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା । ନିଆଁକୁ ଲିଭାଇବା ପାଇଁ ସମସ୍ତେ ଉଦ୍ୟମ କରିଥିଲେ ସୁଦ୍ଧା ସଫଳ ହୋଇପାରି ନଥିଲେ । ତେବେ ଅଗ୍ନିକାଣ୍ଡର ଖବର ପାଇ ତାଙ୍କ ପଡୋଶୀ ଘରର ଜଣେ ମହିଳା ଓ ତାଙ୍କ ପୁଅ ଆସି ପହଞ୍ଚିଥିଲେ । ତେବେ ଚାଳ ଘରେ ନିଆଁ ଆୟତ୍ତ ହେବା ପରେ ପଡୋଶୀ ଘରର ମା’ ଓ ପୁଅ ଭିତରକୁ ଯାଇଥିଲେ । ଏହି ସମୟରେ ପାଖରେ ଏକ ଟିଣ ଘର ସର୍ଟସର୍କିଟ ହେବା ଫଳରେ ଉକ୍ତ ମା’ ଓ ବିଦ୍ୟୁତ ଆଘାତ ଲାଗିଥିଲା । ଏଥିରେ ଉଭୟା ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ମୃତ ମହିଳା ହେଉଛନ୍ତି ଚାନ୍ଦ୍‌ ବିବି ଓ ତାଙ୍କ ୭ ବର୍ଷର ପୁଅ । ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି ।

Leave A Reply

Your email address will not be published.