୬୪ ବାଟାଲିଅନ ସିଆରପିଏଫ୍ ତରଫରୁ ବିଦ୍ୟାଳୟରେ ପାନୀୟଜଳ ଓ ଗ୍ରାମରେ ସୋଲାର ଲାଇଟ ପ୍ରଦାନ

କଳାହା‌ଣ୍ଡି, (ହେମ‌ନ୍ତ ସାହୁ) : ୬୪ ବାଟାଲିଅନ ସିଆରପିଏଫ୍ ତରଫରୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ଦୁର୍ଗାମାଧବ ସରକାରୀ ଉଚ୍ଚବିଦ୍ୟାଳୟ, ତଳସାଗରପଡ଼ା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ, ବ୍ଲକକଲୋନୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ, ଗ୍ରାମ ପଂଚାୟତ କାର୍ୟ୍ୟାଳୟ, ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ପାଣିଟାଙ୍କି ସହିତ ଆକ୍ୱାଗାର୍ଡ଼ ପ୍ରଦାନ କରିଥିଲେ । ସମସ୍ତ କାର୍ୟ୍ୟକ୍ରମରେ କମାଣ୍ଟେଣ୍ଟ ବିପ୍ଳବ ସରକାର, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ସୁବାସ କୁମାରଙ୍କ ନେତୃତ୍ୱନେଇ ଥିବାବେଳେ ବିଦ୍ୟାଳୟରେ ପାଣିଟାଙ୍କି ସହିତ ମଟୋଗଣ୍ଡା ଗ୍ରାମରେ ସୋଲାର ଲାଇଟ ପ୍ରଦାନ କରିଥିଲେ । ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଦିବାକର ସାହୁ ଏବଂ ବରିଷ୍ଠ ସାମ୍ବାଦିକ ଶୁଭେନ ପଟ୍ଟନାୟକ ଉପସ୍ଥିତ ରହିଥିଲେ । ସମସ୍ତ କାର୍ୟ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.