oom

ଡକାୟତି ଉଦ୍ଦେଶ୍ୟରେ ହତ୍ୟା ଉଦ୍ୟମକାରୀଙ୍କୁ ୩ ବର୍ଷ କାରାଦଣ୍ଡ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏସିଷ୍ଟେଣ୍ଡ ସେସନସ୍‌ ଜଜ୍‌ କମ୍‌ ସିନିୟର ସିଭିଲ ବିଚାରପତି ଏସ୍‌. କୁନମୁନ ଆଚାରୀ (ଏଲ୍‌ଆର ଏଣ୍ଡ ଏଲ୍‌ଟିଭି ବଲାଙ୍ଗିର) ସେସନ କେସ ନଂ.୧୩୪ ମସିହା ୨୦୨୨ ମାମଲାରେ ଶୁଣାଣି କରି ସାକ୍ଷ୍ୟମାନଙ୍କ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ସଂଜିବ ବିଶ୍ୱାଲଙ୍କୁ ଦୋଷୀ ସାବ୍ୟସ୍ତ କରି ଭାରତୀୟ ଦଣ୍ଡ ସଂହିତା ଅପରାଧ ଧାରା ୩୨୬ରେ ୩ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦୦୦ ଟଙ୍କା ଜରିମାନା ଅନାଦେୟରେ ଅଧିକ ୨ ମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ତାସଙ୍ଗେ ଧାରା ୩୨୩ ଦଫାରେ ୬ ମାସ କାରାଦଣ୍ଡ ଶୁଣାଇଛନ୍ତି । ସୂଚନା ମୁତାବକ ବଲାଙ୍ଗିର ତୁଷୁରା ଥାନା ଅନ୍ତର୍ଗତ ନରସିଂପୁର ଗ୍ରାମର ଭୋପାଲ ସିଂ ନିନାଙ୍କ ଜେସିଭି ଡ୍ରାଇଭର ହରିବିନ୍ଦର ସିଂ ରାତି ୯ଟାରେ ଜରାସିଂହା ଗ୍ରାମକୁ ନିଜ ଘରକୁ ଫେରୁଥିବା ସିନ୍ଦିରିବାହାଲି ଗ୍ରାମ ପାଖରେ ଡଙ୍ଗାରପଥର ଗ୍ରାମର ସଂଜିବ ବିଶ୍ୱାଲ ଏକ ଗଇଁତି ସାହାଯ୍ୟରେ ଅତିର୍କିତ ଆକ୍ରମଣ କରି ଲହୁ ଲୁହାଣ କରି ମୁଣ୍ଡ ଓ ଦେହରେ ଗଭିର ଆଘାତ କରିବା ସଙ୍ଗେ ପକେଟରୁ ପଇସାପତ୍ର ଛଡାଇ ନେଇଥିଲା ଓ ମରିଗଲା ଭାବି ପଳାୟନ କରୁଥିବା ବେଳେ ପାଖରେ ଥିବା ଭଦ୍ରବ୍ୟକ୍ତି ଘଟଣା ବାବଦରେ ଜେସିବି ମାଲିକ ଗୋପାଲ ସିଂ ନିନାଙ୍କ ଖବର ଦେବା ବେଳେ ଘଟଣା ସ୍ଥଳକୁ ପହଂଚି ରକ୍ତାକ୍ତ ଅବସ୍ଥାରେ ବି.ବି.ଏମ୍‌.ସି.ଏଚ୍‌.ରେ ଭର୍ତ୍ତି ଓ ଚିକିତ୍ସିତ କରି ଏ ବାବଦରେ ତୁଷୁରା ଥାନାରେ ଏତଲା କରିଥିଲେ । ଉକ୍ତ କେସର ପରିଚାଳନା ହରିବିନ୍ଦର ସିଂଙ୍କ ତରଫରୁ ସରକାରୀ ଓକିଲ ବୈଷ୍ଣବ ଚରଣ ସାହୁ ଓ ଅଭିଯୁକ୍ତଙ୍କ ତରଫରୁ (ସରକାରୀ) ଏଲ୍‌ଏଡିସି ଓକିଲ ଅରିବିନ୍ଦାକ୍ଷ ପୁଜାରି ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.