centurian jitm

‘କୋଶଳ ପ୍ରବାହ’ର ୨୪ତମ ବାର୍ଷିକୋତ୍ସବ ଅନୁଷ୍ଠିତ

nschool
  • ଗନ୍ଧମାର୍ଦ୍ଦନ ପାହାଡ଼ର ଗୋଟିଏ ଇଂଚ୍‌ ବି କେହି ଧ୍ୱଂସ କରିପାରିବେ ନାହିଁ : ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗନ୍ଧମାର୍ଦ୍ଦନ ପାହାଡ଼ର ଗୋଟିଏ ଇଂଚ୍‌ ବି କେହି ଧ୍ୱଂସ କରିପାରିବେ ନାହିଁ ବୋଲି ‘କୋଶଳ ପ୍ରବାହ’ ସମ୍ବାଦପତ୍ରର ୨୪ତମ ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ କୁମାର ପୁରୋହିତ ନିଜ ବକ୍ତବ୍ୟରେ କହିଛନ୍ତି । ଆଜି ବଲାଙ୍ଗିର ଟାଉନ୍‌ ବାଳିକା ଉଚ୍ଚ ବିଦ୍ୟାଳୟର ସାଂସ୍କୃତିକ ମଞ୍ଚରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବରଗଡ଼ ଲୋକସଭା ସାଂସଦ ଶ୍ରୀ ପୁରୋହିତ ଯୋଗଦାନ କରିଥିଲେ । ବଲାଙ୍ଗିର ରାଜ୍ୟସଭା ସାଂସଦ ନିରଂଜନ ବିଶିଙ୍କ ସହ କଂଟାବାଂଜି ବିଧାୟକ ଲକ୍ଷ୍ମଣ ବାଗ, ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ବଲାଙ୍ଗିର ବ୍ଲକ୍‌ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ, ବିଜେପିର ବରିଷ୍ଠ ନେତା ଗୋପାଳଜୀ ପାଣିଗ୍ରାହୀ ଓ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ରନାଥ ମିଶ୍ର ବରେଣ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମର ବ୍ୟବସ୍ଥାପକ ପ୍ରସନ୍ନ କୁମାର ଗିରି ମଧ୍ୟ ମଂଚାସୀନ ଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ କବି ରାଜୀବ ଲୋଚନ ଆଚାର୍ଯ୍ୟ । ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ସାମ୍ବାଦିକ ରାଜେଶ କୁମାର ଦଣ୍ଡସେନା । ‘କୋଶଳ ପ୍ରବାହ’ର ୨୪ତମ ବାର୍ଷିକୋତ୍ସବ ଅବସରରେ ବିଶିଷ୍ଟ ସାରସ୍ୱତ ସାଧକ ତୁଳସୀ ଜୈନଙ୍କୁ ‘କୋଶଳ ପ୍ରବାହ ସମ୍ମାନ’ ପ୍ରଦାନ କରାଯାଇଥିବା ବେଳେ କବି ନୀଳାଦ୍ରି ମହାପାତ୍ରଙ୍କୁ ‘ଛନ୍ଦାଚରଣ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା । କବି ବିନୟ କୁମାର ଦାଶ ‘ଚତୁର୍ଭୁଜ ସାଆନ୍ତ ସ୍ମୃତି ସମ୍ମାନ’ ଗ୍ରହଣ କରିଥିଲେ । ବିଶିଷ୍ଟ କଣ୍ଠଶିଳ୍ପୀ ଦୁଃଖୀଶ୍ୟାମ ତ୍ରିପାଠୀଙ୍କୁ ଅତିଥିମାନେ ‘ବଲାଙ୍ଗିର ଗୌରବ ସମ୍ମାନ’ ପ୍ରଦାନ କରିଥିବା ବେଳେ ସଫଳ ଚାଷୀ ଭାବରେ ସମ୍ମାନିତ ହୋଇଥିଲେ ଚାଷୀ ସଂଜୟ କୁମାର ପଧାନ । କିଶୋର କ୍ରୀଡ଼ାବିତ୍‌ ଦିବ୍ୟମ୍‌ କେଜ୍ରିୱାଲଙ୍କୁ ମଧ୍ୟ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସମ୍ମାନିତ କରାଯାଇଥିଲା । ସେହିପରି ସଫଳ ଯୁବ ଉଦ୍ୟୋଗୀ ଭାବରେ ସମ୍ମାନିତ ହୋଇଥିଲେ ଶୁଭମ୍‌ ଦର୍ଜୀ । ଶ୍ରମିକ ନେତା ଶମ୍ଭୁ ନାଗଙ୍କୁ ଜଣେ ସଫଳ ଶ୍ରମିକ ନେତା ଭାବରେ ସମ୍ମାନିତ କରାଯାଇଥିବା ବେଳେ ସରପଞ୍ଚ ବନମାଳି ନାଏକଙ୍କୁ ଜଣେ ସମାଜସେବୀ ଭାବେ ସମ୍ମାନିତ କରାଯାଇଥିଲା । ଝାର୍‌ମୁଣ୍ଡା ଆଥେଲେଟିକ୍‌ ଏସୋସିଏସନ୍‌କୁ ସଫଳ ସଂଗଠନ ସମ୍ମାନ ପ୍ରଦାନ କରିଥିଲେ ଅତିଥି ସମୂହ । ‘କୋଶଳ ପ୍ରବାହ’ର ୨୪ତମ ବାର୍ଷିକୋତ୍ସବ ଉପଲକ୍ଷେ ଆୟୋଜିତ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅତିଥିମାନେ ପୁରସ୍କୃତ କରିଥିବା ବେଳେ ଓଡ଼ିଶାର ବିଭିନ୍ନ ଅଂଚଳରୁ ଆସି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ‘କୋଶଳ ପ୍ରବାହ’ର ସାମ୍ବାଦିକମାନଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ଶେଷରେ ବ୍ୟବସ୍ଥାପନ ଶ୍ରୀ ଗିରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!