ଓଡ଼ିଶାରୁ ୧୯ ଜଣ ସିଭିଲ ସର୍ଭିସ ପରୀକ୍ଷାରେ ସଫଳ

ନୂଆଦିଲ୍ଲୀ, (କେପିଏନ୍ଏସ୍) : ଏଥର ଓଡ଼ିଶାରୁ ୧୯ ଜଣ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସଫଳତା ହାସଲ୍ କରି ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି । ଭାରତୀୟ ଲୋକସେବା ଆୟୋଗ (ୟୁପିଏସ୍ସି) ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୧୯ର ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ୮୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଟପ୍ ଟେନ୍ରେ ରହିଛନ୍ତି ପ୍ରଦୀପ ସିଂହ, ଯତୀନ କିଶୋର, ପ୍ରତିଭା ବର୍ମା, ହିମାଂଶୁ ଜୈନ, ଜୟଦେବ ସିଏସ, ବିଶାଖା ଯାଦବ, ଗଣେଶ କୁମାର ଭାସ୍କର, ଅଭିଷେକ ସରାଫ, ରବି ଜୈନ ଓ ସଂଜିତା ମହାପାତ୍ର । ହରିୟାନାର ପ୍ରଦୀପ ସିଂ ଚଳିତ ପରୀକ୍ଷା ଫଳରେ ଟପ୍ପର ହୋଇଛନ୍ତି । ଓଡ଼ିଶାରୁ ଦଶମ ସ୍ଥାନରେ ରହିଛନ୍ତି ସଂଜିତା ମହାପାତ୍ର, ୧୦୭ରେ ଅଂଶୁମାନ ରାଜ, ୧୨୦ରେ ଅନୁପ ଦାସ, ୧୨୫ରେ ନୱଲ କୁମାର ଜୈନ, ୧୮୨ରେ କୁମାର ବିଶ୍ୱରଂଜନ, ୧୯୦ରେ ଶୈଳଜା ଦାସ, ୧୯୫ରେ ବେଦଭୂଷଣ, ୨୨୫ରେ ହେମା ନାୟକ, ୨୨୯ରେ ଆରୁଷି ମିଶ୍ର, ୨୯୪ରେ ଅଙ୍କିତ ଶଙ୍କର ମିଶ୍ର, ୩୦୦ରେ ସୋନାଲି ମିଶ୍ର, ୩୦୪ରେ ବିଷ୍ଣୁ ଦାସ, ୩୧୨ରେ ଦିବ୍ୟା ମିଶ୍ର, ୩୬୧ରେ ଅର୍ଘ୍ୟ ପଟ୍ଟନାୟକ, ୩୭୯ରେ ଜୁବିନ ମହାପାତ୍ର, ୪୪୧ରେ ସମୀର କୁମାର ଜେନା, ୫୬୭ ମାନସ ରଂଜନ ସାହୁ, ୭୧୫ରେ ଓମପ୍ରସାଦ ମହାନ୍ତି ଏବଂ ୮୧୯ରେ ବିଭୂତି ଭୂଷଣ ନାୟକ । ରିପୋର୍ଟ ଅନୁଯାୟୀ ସାଧାରଣ ବର୍ଗରେ ୩୦୪ ଜଣ ସଫଳତା ପ୍ରାପ୍ତ ହୋଇଥିବା ବେଳେ ଅନୁସୁଚିତ ଜାତିର ୧୨୯, ଜନଜାତି ବର୍ଗର ୬୭, ଓବିସି ବର୍ଗର ୨୫୧ ଓ ଆର୍ଥିକ ତଥା ସାମାଜିକ ଦୁର୍ବଳ ବର୍ଗର ୭୮ ଜଣ ସିଭିଲ ସର୍ଭିସରେ ସଫଳତା ପ୍ରଦର୍ଶନ କରିଛନ୍ତି ।

Leave A Reply

Your email address will not be published.