ଜାତୀୟ ଶିକ୍ଷାନୀତି-୨୦୨୦କୁ ଏଆଇଡିଏସ୍ଓ.ର ଦୃଢ ବିରୋଧ

ବଲାଙ୍ଗିର, (କେପିଏନ୍ଏସ୍) : କେନ୍ଦ୍ର କ୍ୟାବିନେଟ ଦ୍ୱାରା ଜାତୀୟ ଶିକ୍ଷାନୀତି-୨୦୨୦ ମଞ୍ଜୁରୀକୁ ଏଆଇଡିଏସ୍ଓ ଓଡିଶା ରାଜ୍ୟ କମିଟି ତରଫରୁ ଦୃଢ ବିରୋଧ କରାଯାଇଛି । ଏଆଇଡିଏସ୍ଓ ଓଡିଶା ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ ଓ ସଂପାଦକ ସୁବାସ ନାୟକ ଏକ ପ୍ରେସ ବିବୃତି ମାଧ୍ୟମରେ କହିଛନ୍ତି ଯେ, ଲକ୍ଡାଉନ ସୁଯୋଗ ନେଇ ସମସ୍ତ ଗଣତାନ୍ତ୍ରିକ ରୀତିନୀତିକୁ ପଦଦଳିତ କରି ତଥା ଛାତ୍ର ସଂଗଠନ, ଶିକ୍ଷକ ସମାଜ ଏବଂ ବୁଦ୍ଧିଜୀବୀମାନଙ୍କ ମତାମତ ଓ ପ୍ରସ୍ତାବକୁ ଭୃକ୍ଷେପ ନକରି କେନ୍ଦ୍ର କ୍ୟାବିନେଟ ଯେଉଁ ଜାତୀୟ ଶିକ୍ଷାନୀତି-୨୦୨୦କୁ ମଞ୍ଜୁରୀ ଦେଇଛି, ତାହା ଶିକ୍ଷାର ବ୍ୟବସାୟୀକରଣ, ଘରୋଇକରଣ ଓ ସାଂପ୍ରଦାୟୀକରଣ ପାଇଁ ଉଦ୍ଧିଷ୍ଟ । ଏହି ନୀତି ଉଭୟ ଦେଶୀ ଓ ବିଦେଶୀ ପୁଞ୍ଜିପତିମାନଙ୍କୁ ଲାଭ ଅର୍ଜନରେ ସାହାଯ୍ୟ କରିବ । ଏହି ନୀତିରେ ୫+୩+୩+୪ ପ୍ରଣାଳୀ ପାଇଁ ଯେଉଁ ସୁପାରିଶ ହୋଇଛି ତାହା ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଶିକ୍ଷାକୁ ଧ୍ୱଂସ କରିବ । ଉକ୍ତ ପ୍ରଣାଳୀରେ ଅଙ୍ଗନବାଡିକୁ ସ୍କୁଲରେ ମିଶାଇ ୩ ରୁ ୫ ବର୍ଷ ପର୍ଯ୍ୟନ୍ତ ଫାଉଣ୍ଡେସନ କୋର୍ସ, ତୃତୀୟ, ଚତୁର୍ଥ, ପଂଚମକୁ ପ୍ରିପାରେଟୋରୀ, ଷÂ, ସପ୍ତମ, ଅଷ୍ଟମକୁ ମିଡିଲ ଷ୍ଟେଜ୍, ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସେକେଣ୍ଡାରୀ ଷ୍ଟେଜ୍ ବୋଲି ବିବେଚନା କରାଯିବ । ଧ୍ୱଂସ ପ୍ରାୟ ଅଙ୍ଗନବାଡି ଶିକ୍ଷାକୁ ନ ସଜାଡି ଏହାକୁ ସ୍କୁଲରେ ମିଶାଇଲେ ଯାହା ବି ସ୍କୁଲ ଶିକ୍ଷା ଅଛି ତାହା ବି ଧ୍ୱଂସ ପାଇବ । ସେହିପରି ପ୍ରାଥମିକ ଶିକ୍ଷାର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀକୁ ଫାଉଣ୍ଡେସନରେ ମିଶାଇବା ଅତ୍ୟନ୍ତ ଅବୈଜ୍ଞାନିକ ବୋଲି କୁହାଯାଇଥିବା ବେଳେ ଷÂ ଶ୍ରେଣୀରୁ ଭୋକେସନାଲ ଶିକ୍ଷା ଚାଲୁ ପାଇଁ ସୁପାରିଶ କରିବା, ତୃତୀୟ, ପଂଚମ ଓ ଅଷ୍ଟମରୁ ଓପନ ଲର୍ଣ୍ଣଂ ଆରମ୍ଭର ସୁପାରିଶ ଅତ୍ୟନ୍ତ ମାରାତ୍ମକ । ଜାତୀୟ ଶିକ୍ଷାନୀତି-୨୦୨୦ ପାସ୍-ଫେଲ ପ୍ରଚଳନ ପାଇଁ ସଂପୂର୍ଣ୍ଣ ନୀରବ ରହିଛି । ଏହାଦ୍ୱାରା ସ୍କୁଲ ଶିକ୍ଷାର ଗୁଣାତ୍ମକମାନ ଆଦୌ ବୃଦ୍ଧି ହେବନାହିଁ । ସେହିଭଳି ଡିଗ୍ରୀରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭକ୍ତିକରଣକୁ ଉଠେଇବା, ଚାରି ବର୍ଷିଆ ଡିଗ୍ରୀ କୋର୍ସ ପାଇଁ ସୁପାରିଶ କରିବା, ସାରା ଦେଶ ପାଇଁ ଏକକ ଏଜେନି୍ସ ପ୍ରଚଳନ କରିବା, ସଂସ୍କୃତ ଶିକ୍ଷାକୁ ଗୁରତ୍ୱ ଦିଆଯାଇ ଇଂରାଜୀର ଗୁରୁତ୍ୱ ହ୍ରାସ କରିବା, ଇଂରାଜୀକୁ କେବଳ କଥୋପକଥନ ଓ ବ୍ୟବହାରିକ ଜ୍ଞାନ ବିକାଶ ପାଇଁ ସୀମିତ କରିଦେବା ଭଳି ବହୁ ଶିକ୍ଷା ବିରୋଧୀ ଓ ଅଗଣତାନ୍ତ୍ରିକ ପଦକ୍ଷେପ ପାଇଁ ଜାତୀୟ ଶିକ୍ଷାନୀତି-୨୦୨୦ ସୁପାରିଶ କରିଛି । ଇଡିସିପ୍ଳିନାରୀ ନାମରେ ଉଚ୍ଚ ଶିକ୍ଷାରେ ବିଭକ୍ତିକରଣକୁ ଉଠାଇ ଏହାକୁ ବିଶ୍ୱ ବଜାରରେ ବ୍ୟବସାୟ ପାଇଁ ଉନ୍ମୁକ୍ତ କରାଯାଇଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ସଂସ୍ଥାମାନଙ୍କୁ ଭାଙ୍ଗି କେବଳ ଗୋଟିଏ ସ୍ୱେଛାଚାରୀ ଏଚଇସିଆଇ ଗଠନ କରିବା, ବିଦେଶୀ ବିଶ୍ୱବିଦ୍ୟାଳୟ ମାନଙ୍କୁ ଭାରତରେ ଶାଖା ଖୋଲିବା ପାଇଁ ଅନୁମତି ଦେବା, ଡିଜିଟାଲାଇଜେସନ ନାଁରେ ଅନଲାଇନ ଶିକ୍ଷା ସୁକୌଶଳରେ ପ୍ରଣୟନ କରିବା ପାଇଁ ଯେଉଁସବୁ ପଦକ୍ଷେପ ଜାତୀୟ ଶିକ୍ଷାନୀତି-୨୦୨୦ ଜରିଆରେ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ତାହା ଶିକ୍ଷାକୁ ସଂପୂର୍ଣ୍ଣ ବଜାରରେ ପରିଣତ କରିବ ଏବଂ ଘରୋଇକଣ, ବ୍ୟବସାୟୀକରଣ ଓ ସାଂପ୍ରଦାୟୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ । ବିଜ୍ଞାନଭିତ୍ତିକ ଶିକ୍ଷା ବଦଳରେ ସିଲାବସରେ ବିଭିନ୍ନ ପ୍ରଚଳିତ ବିଶ୍ୱାସକୁ ସ୍ଥାନ ଦେବାକୁ ଏହି ନୀତି ସୁପାରିଶ କରିଛି । ଏହା ଅତ୍ୟନ୍ତ ମାରାତ୍ମକ ପଦକ୍ଷେପ । ୧୯୮୬ କଂଗ୍ରେସ ଅମଳର ଜାତୀୟ ଶିକ୍ଷାନୀତିରେ ଶିକ୍ଷାର ଯେଉଁ ବ୍ୟବସାୟୀକରଣ, ସାଂପ୍ରଦାୟୀକରଣ ଓ ଧନ୍ଦାମୂଖୀକରଣ ଆରମ୍ଭ ହୋଇଥିଲା ୨୦୨୦ ଜାତୀୟ ଶିକ୍ଷାନୀତି ତା’ର ଏକ ଧାରାବାହିକ ମାତ୍ର । ଦେଶରେ ଜାତୀୟ ଶିକ୍ଷାନୀତି-୨୦୨୦ ମୂଳ ଖସଡାର ତୀବ୍ର ବିରୋଧ କରାଯାଇଥିଲା । କିନ୍ତୁ ସରକାର ତୃଣମୂଳ ସ୍ତରରୁ ଗଣତାନ୍ତ୍ରିକ ଉପାୟରେ ଆଲୋଚନା ନକରି ଜୋର୍ଜବରଦସ୍ତ ଜନଗଣଙ୍କ ଉପରେ ଏହି ଶିକ୍ଷା ଧ୍ୱଂସକାରୀ ନୀତି ଉପରୁ ଚପେଇ ଦେବାକୁ ଯାଉଛନ୍ତି । ଆଇନରେ ପରିଣତ ହେବା ପୂର୍ବରୁ ଏହା ବିରୁଦ୍ଧରେ ଦୃଢ ଆନେ୍ଦାଳନ ସଂଗଠିତ କରିବା ପାଇଁ ଛାତ୍ର ସମାଜକୁ ଏଆଇଡିଏସଓ ବଲାଙ୍ଗିର ଜିଲ୍ଲା କମିଟି ସଭାପତି ରାଜେନ୍ଦ୍ର ରଣା, ସଂପାଦକ ମଧୁସୁଦନ ବାଗଙ୍କ ତାରଫରୁ ଆହ୍ୱାନ କରାଯାଇଛି ।

Leave A Reply

Your email address will not be published.