ଆଜି ରାଜ୍ୟରେ ୧୪୩୪ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, ୨/୮: କରୋନାର ଭୟାବହତା ଘୋଟି ଚାଲିଛି । ରାଜ୍ୟରେ ଆଜି ୧୪୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ୍ରୁ ୮୮୯ ଜଣ ଓ ସ୍ଥାନୀୟ ଅଂଚଳରୁ ୫୪୫ ଜଣ ଚିହ୍ନଟ ହୋଇଥିବା କୁହାଯାଇଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଅନୁଗୁଳ – ୯, ବାଲେଶ୍ୱର – ୧୨, ବରଗଡ଼ – ୫, ଭଦ୍ରକ – ୨୫, ବୌଦ୍ଧ – ୫, କଟକ – ୧୨୩, ଦେବଗଡ଼ – ୨, ଢେଙ୍କାନାଳ – ୧୩, ଗଜପତି – ୯୧, ଗଂଜାମ – ୩୨୦, ଜଗତସିଂହପୁର – ୧୩, ଯାଜପୁର – ୫୭, ଝାରସୁଗୁଡ଼ା – ୬, କଳାହାଣ୍ଡି – ୧୮, କନ୍ଧମାଳ – ୪୪, କେନ୍ଦ୍ରାପଡ଼ା – ୨୨, କେଉଁଝର – ୨, ଖୋର୍ଦ୍ଧା – ୨୧୮, କୋରାପୁଟ – ୧୨, ମାଲକାନଗିରି – ୨୪, ମୟୁରଭଂଜ – ୧, ନବରଂଗପୁର – ୨, ନୟାଗଡ଼ – ୮, ନୂଆପଡ଼ା – ୭, ପୁରୀ – ୬୫, ରାୟଗଡ଼ା – ୧୯୭, ସମ୍ବଲପୁର – ୫୧, ସୋନପୁର – ୬ ଏବଂ ସୁନ୍ଦରଗଡ଼ – ୭୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ୭୫୬ ଜଣ ଆରୋଗ୍ୟ ହୋଇଥିବା ବେଳେ ସମୁଦାୟ ପୋଜିଟିଭ୍ ରହିଛନ୍ତି ୩୪,୯୧୩ । ଏମାନଙ୍କ ମଧ୍ୟରୁ ୨୧,୨୭୩ ଜଣ ସୁସ୍ଥ ହୋଇ ସାରିଛନ୍ତି । ବର୍ତ୍ତମାନ ଏକ୍ଟିଭ୍ କେସ୍ ରହିଛି ୧୩,୪୦୪ ।

Leave A Reply

Your email address will not be published.