om academy

ଟ୍ରକ୍‌-କାର ଧକ୍କାରେ ୬ ମୃତ

jsm

ମହାରାଷ୍ଟ୍ର : ମହାରାଷ୍ଟ୍ର ନାଗପୁରରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ୍ ଓ କାର ଧକ୍କାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ବିଳମ୍ୱିତ ରାତ୍ରିରେ କାଟୋଲ-କଲମେଶ୍ୱର ରାସ୍ତାର ସୋନଖମ୍ବ ଗ୍ରାମ ନିକଟରେ ଘଟିଛି ଏହି ଦୁର୍ଘଟଣା । ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ବିବାହ ସମାରୋହରେ ଯୋଗଦେଇ କାର୍‌ରେ ଫେରୁଥିଲେ କିଛି ବ୍ୟକ୍ତି । ଠିକ୍ ଏହି ସମୟରେ ସୋୟାବିନ ବୋଝେଇ ଟ୍ରକ୍ ସେମାନଙ୍କ ଗାଡି ଧକ୍କାକୁ ଦେଇଥିଲା । ଫଳରେ ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ । ସେହିପରି ଅନ୍ୟ ତିନିଜଣଙ୍କୁ ନାଗପୁରକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ସେଠାରେ ସେମାନଙ୍କ ମୃତ୍ୟୁ ହୋଇଥିଲା । ଏବେବି ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇଥିବା ସେ କହିଛନ୍ତି ।

Leave A Reply

Your email address will not be published.