୫୩ତମ ଜିଏସ୍‌ଟି ପରିଷଦ ବୈଠକର ସୁପାରିସ

  • ୨୦୧୭-୧୮, ୨୦୧୮-୧୯ ଏବଂ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସମ୍ପୂର୍ଣ୍ଣ ଟିକସ ୩୧.୦୩.୨୦୨୫ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିଲେ ସିଜିଏସ୍‌ଟି ଆଇନର ଧାରା ୭୩ (ଅର୍ଥାତ୍ ଠକେଇ, ଚାପ କିମ୍ବା ଜାଣିଶୁଣି ଭୁଲ ବୟାନ ଇତ୍ୟାଦି ମାମଲା) ଅଧୀନରେ ଜାରି କରାଯାଇଥିବା ଡିମାଣ୍ଡ ନୋଟିସ୍ ପାଇଁ ସୁଧ ଏବଂ ଜରିମାନା ଛାଡ଼ କରିବାକୁ ସୁପାରିସ କଲା ଜିଏସଟି ପରିଷଦ
  • ୨୦୧୭-୧୮, ୨୦୧୮-୧୯, ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୩୦.୧୧.୨୦୨୧ ପର୍ଯ୍ୟନ୍ତ ଦାଖଲ କରାଯାଇଥିବା କୌଣସି ଜିଏସ୍‌ଟିଆର ୩ବି ରିଟର୍ଣ୍ଣ ଜରିଆରେ ସିଜିଏସ୍‌ଟି ଆଇନର ଧାରା ୧୬(୪) ଅଧୀନରେ କୌଣସି ଚାଲାଣ କିମ୍ବା ଡେବିଟ୍ ନୋଟରୁ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ପାଇବାର ସମୟ ସୀମାକୁ ୩୦.୧୧.୨୦୨୧ ବୋଲି ବିବେଚନା କରାଯାଇପାରେ ବୋଲି ଜିଏସଟି ପରିଷଦ ସୁପାରିସ କଲା
  • ମାମଲା ବୋଝ କମାଇବା ପାଇଁ ବିଭାଗ ଦ୍ୱାରା ଅପିଲ ଦାଖଲ ନିମନ୍ତେ ଜିଏସ୍‌ଟି ଅପିଲ ଟ୍ରିବ୍ୟୁନାଲ ଲାଗି ୨୦ ଲକ୍ଷ ଟଙ୍କା, ହାଇକୋର୍ଟ ପାଇଁ ୧ କୋଟି ଟଙ୍କା ଏବଂ ସୁପ୍ରିମକୋର୍ଟ ଲାଗି ୨ କୋଟି ଟଙ୍କା ଆର୍ଥିକ ସୀମା ସୁପାରିସ କଲା ପରିଷଦ
  • ଜିଏସ୍‌ଟି ଅଧୀନରେ ଅପିଲ ଦାଖଲ ପାଇଁ ଦାଖଲ କରିବାକୁ ଥିବା ପ୍ରି-ଡିପୋଜିଟ୍ ପରିମାଣ ହ୍ରାସ କରିବାକୁ ଜିଏସଟି କାଉନସିଲ ସୁପାରିସ କଲା
  • ଜିଏସ୍‌ଟି କାଉନସିଲ ସିଜିଏସ୍‌ଟି ଆଇନର ବ୍ୟବସ୍ଥାରେ ସଂଶୋଧନ କରିବାକୁ ସୁପାରିସ କରିଛି, ଯେଉଁଥିରେ ସରକାର ବିଜ୍ଞପ୍ତି ପ୍ରକାଶ କରିବା ତାରିଖ ଠାରୁ ଜିଏସ୍‌ଟି ଆପିଲେଟ୍ ଟ୍ରିବ୍ୟୁନାଲରେ ଆବେଦନ ଦାଖଲ ପାଇଁ ତିନି ମାସର ଅବଧି ଆରମ୍ଭ ହେବ
  • ଟିକସଦାତାଙ୍କ ସୁଧ ବୋଝକୁ କମ୍ କରିବା ପାଇଁ ରିଟର୍ଣ୍ଣ ଫାଇଲ କରିବାର ନିର୍ଦ୍ଧାରିତ ତାରିଖରେ ଇଲେକ୍ଟ୍ରୋନିକ୍ କ୍ୟାସ୍ ଲେଜର (ଇସିଏଲ୍‌)ରେ ଉପଲବ୍ଧ ରାଶି ଉପରେ ଉକ୍ତ ରିଟର୍ଣ୍ଣ ଫାଇଲ କରିବାରେ ବିଳମ୍ବ ହେଲେ ସିଜିଏସଟି ଆଇନର ଧାରା ୫୦ ଅନୁଯାୟୀ ସୁଧ ଆଦାୟ ନ କରିବାକୁ ସୁପାରିସ କଲା ଜିଏସଟି ପରିଷଦ
  • ଲାଭଖୋରୀ ନିରାକରଣ ପାଇଁ କୌଣସି ନୂତନ ଆବେଦନ ଗ୍ରହଣ ପାଇଁ ୨୦୨୫ ଏପ୍ରିଲ ପହିଲାରୁ ଜିଏସଟି ପରିଷଦ ଅନ୍ତିମ ଧାରା ସୁପାରିସ କଲା
  • ୧ ଜୁଲାଇ, ୨୦୧୭ରୁ ଅଧିକୃତ କାର୍ଯ୍ୟ ପାଇଁ ଏସଇଜେଡ୍ ୟୁନିଟ୍ /ଡେଭଲପରଙ୍କ ଦ୍ୱାରା ଏସ୍‌ଇଜେଡରେ ଆମଦାନୀ ଉପରେ ଆଦାୟ କରାଯାଉଥିବା କ୍ଷତିପୂରଣ ସେସକୁ ଛାଡ଼ ପାଇଁ ସୁପାରିସ କଲା ଜିଏସ୍‌ଟି ପରିଷଦ
  • ଜିଏସ୍‌ଟି ପରିଷଦ ଦୁଗ୍ଧ କ୍ୟାନ୍ (ଇସ୍ପାତ, ଲୁହା, ଆଲୁମିନିୟମ), କାର୍ଟୁନ୍, ବକ୍ସ ଏବଂ ଉଭୟ ଆବରଣଯୁକ୍ତ ଏବଂ ଅଣ-ଆବରଣଯୁକ୍ତ କାଗଜ କିମ୍ବା କାଗଜ-ବୋର୍ଡ, ଏକକ କିମ୍ବା ଦ୍ୱିତୀୟ ଶକ୍ତି ଉତ୍ସର ସୌର କୁକର; ଅଗ୍ନି ଜଳ ସିଞ୍ଚନ ଯନ୍ତ୍ର ସମେତ ସିଞ୍ଚନ ଯନ୍ତ୍ର ଉପରେ ୧୨% ଜିଏସଟି ଲାଗୁ କରିବାକୁ ସୁପାରିସ କଲା
  • ଜିଏସ୍‌ଟି ପରିଷଦ ସାଧାରଣ ଲୋକଙ୍କୁ ଭାରତୀୟ ରେଳବାଇ ଦ୍ୱାରା ପ୍ରଦାନ କରାଯାଉଥିବା କେତେକ ସେବା ଏବଂ ଆନ୍ତଃ ରେଳ ଯୋଗାଣକୁ ଟିକସ ଛାଡ଼ କରିବାକୁ ସୁପାରିସ କରିଛି
  • ଜିଏସ୍‌ଟି କାଉନସିଲ ଆବାସ ସେବା, ଛାତ୍ରଛାତ୍ରୀ ଏବଂ କାର୍ଯ୍ୟରତ ବୃତ୍ତିଜୀବୀଙ୍କୁ ଆଶ୍ୱସ୍ତି ଦେବା ସମ୍ବନ୍ଧୀୟ କେତେକ ରିହାତି ସୁପାରିସ କରିଛି
  • ପର୍ଯ୍ୟାୟକ୍ରମେ ପଞ୍ଜୀକରଣ ଆବେଦନକାରୀଙ୍କ ବାୟୋମେଟ୍ରିକ ଆଧାରିତ ଆଧାର ପ୍ରମାଣୀକରଣକୁ ସମଗ୍ର ଦେଶରେ ଲାଗୁ କରିବାକୁ ଜିଏସଟି ପରିଷଦ ସୁପାରିସ କଲା

ନୂଆଦିଲ୍ଲୀ, (ପିାଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ୫୩ତମ ଜିଏସ୍‌ଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଗୋଆ ଓ ମେଘାଳୟ ମୁଖ୍ୟମନ୍ତ୍ରୀ, ବିହାର, ହରିୟାଣା, ମଧ୍ୟପ୍ରଦେଶ ଏବଂ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ; ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ (ବିଧାନସଭା ସହିତ)ର ଅର୍ଥମନ୍ତ୍ରୀଙ୍କ ସମେତ ଅର୍ଥ ମନ୍ତ୍ରଣାଳୟ ଓ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଏସ୍‌ଟି ପରିଷଦ ଅନ୍ୟାନ୍ୟ ବିଷୟ ସହିତ ଜିଏସ୍‌ଟି ଟିକସ ହାରରେ ପରିବର୍ତ୍ତନ, ବାଣିଜ୍ୟ ସୁବିଧା ପାଇଁ ପଦକ୍ଷେପ ଏବଂ ଜିଏସ୍‌ଟିରେ ଅନୁପାଳନକୁ ସୁବ୍ୟବସ୍ଥିତ କରିବା ପାଇଁ ପଦକ୍ଷେପ ସମ୍ପର୍କରେ ନିମ୍ନଲିଖିତ ସୁପାରିସ କରିଥିଲା ।
I.ଜିଏସ୍‌ଟି ଟିକସ ହାରରେ ପରିବର୍ତ୍ତନ :

୧. ବସ୍ତୁ ଉପରେ ଜିଏସ୍‌ଟି ହାର ସମ୍ବନ୍ଧୀୟ ସୁପାରିସ
କ. ସାମଗ୍ରୀର ଜିଏସ୍‌ଟି ହାରରେ ପରିବର୍ତ୍ତନ
୧ . ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅନୁଯାୟୀ ଏମ୍‌ଆର୍‌ଓ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଏଚ୍‌ଏସ୍‌ ବର୍ଗୀକରଣ ନିର୍ବିଶେଷରେ ବିମାନର ପାର୍ଟସ୍, ଯନ୍ତ୍ରାଂଶ, ପରୀକ୍ଷଣ ଉପକରଣ, ଉପକରଣ ଏବଂ ଟୁଲ୍-କିଟ୍ ଆମଦାନୀ ପାଇଁ ୫% ଆଇଜିଏସ୍‌ଟି ସମାନ ହାର ଲାଗୁ ହେବ ।
୨ . ସମସ୍ତ ଦୁଗ୍ଧ କ୍ୟାନ୍ (ଇସ୍ପାତ, ଲୁହା ଓ ଆଲୁମିନିୟମ୍) ବ୍ୟବହାର ନିର୍ବିଶେଷରେ ୧୨% ଜିଏସଟି ଲାଗୁ ହେବ ।
୩ . ‘କାର୍ଟୁନ୍, ବକ୍ସ ଏବଂ ଉଭୟ ଆବରଣଯୁକ୍ତ ଏବଂ ଅଣ- ଆବରଣଯୁକ୍ତ କାଗଜ କିମ୍ବା ପେପର-ବୋର୍ଡ’ (ଏଚ୍‌ଏସ୍ ୪୮୧୯ ୧୦; ୪୮୧୯ ୨୦) ଉପରେ ଜିଏସ୍‌ଟି ହାର ୧୮%ରୁ ୧୨%କୁ ହ୍ରାସ କରାଯିବ ।
୪ . ଏକକ କିମ୍ବା ଦ୍ୱୈତ ଶକ୍ତି ଉତ୍ସ ଥିବା ସମସ୍ତ ସୋଲାର କୁକର ଉପରେ ୧୨ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ ।
୫ . କୁକ୍କୁଟ ପାଳନ ଯନ୍ତ୍ରପାତିରୁ ୧୨% ଜିଏସ୍‌ଟି ଆଦାୟ କରୁଥିବା ପ୍ରଚଳିତ ଏଣ୍ଟ୍ରିରେ ସଂଶୋଧନ କରି “କୁକୁଡ଼ା ପାଳନ ଯନ୍ତ୍ରପାତିର ଅଂଶ”କୁ ବିଶେଷ ଭାବରେ ଅନ୍ତର୍ଭୁକ୍ତ କରିବା ଏବଂ ପ୍ରକୃତ ବ୍ୟାଖ୍ୟାଗତ ସମସ୍ୟାକୁ ଦୃଷ୍ଟିରେ ରଖି ‘ଯଥାସ୍ଥିତି’ ଆଧାରରେ ଅତୀତର ଅଭ୍ୟାସକୁ ନିୟମିତ କରାଯିବ ।
୬ . ଅଗ୍ନି ଜଳ ସିଞ୍ଚନ ଯନ୍ତ୍ର ସମେତ ସମସ୍ତ ପ୍ରକାର ସିଞ୍ଚନ ଯନ୍ତ୍ର ବା ସ୍ପ୍ରିଙ୍କଲର ଉପରେ ୧୨% ଜିଏସ୍‌ଟି ଲାଗୁ ହେବ ବୋଲି ସ୍ପଷ୍ଟ କରିବା ଏବଂ ପ୍ରକୃତ ବ୍ୟାଖ୍ୟାଗତ ସମସ୍ୟାକୁ ଦୃଷ୍ଟିରେ ରଖି ଅତୀତର ଅଭ୍ୟାସକୁ ‘ଯଥାସ୍ଥିତି’ ଆଧାରରେ ନିୟମିତ କରିବା ।
୭ . ପ୍ରତିରକ୍ଷା ବାହିନୀ ପାଇଁ ନିର୍ଦ୍ଦିଷ୍ଟ ସାମଗ୍ରୀ ଆମଦାନୀ ଉପରେ ଆଇଜିଏସ୍‌ଟି ଛାଡ଼କୁ ଆଉ ପାଞ୍ଚ ବର୍ଷ ପାଇଁ ୨୦୨୯ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
୮ . ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅନୁଯାୟୀ ଆଫ୍ରିକୀୟ-ଏସୀୟ-ଅଷ୍ଟ୍ରେଲୀୟ ମୌସୁମୀ ବିଶ୍ଳେଷଣ ଏବଂ ପୂର୍ବାନୁମାନ (ରାମା) କାର୍ଯ୍ୟକ୍ରମ ପାଇଁ ଗବେଷଣା ଆବଦ୍ଧ ସରଣୀ ଅଧୀନରେ ଆମଦାନୀ ହୋଇଥିବା ଗବେଷଣା ଉପକରଣ/ବୟ ଆମଦାନୀ ଉପରେ ଆଇଜିଏସ୍‌ଟି ଛାଡ଼ ଅବଧି ବୃଦ୍ଧି କରାଯିବ ।
୯ . ୦୧.୦୭.୨୦୧୭ ସୁଦ୍ଧା ଏସ୍‌ଇଜେଡ୍ ୟୁନିଟ୍ / ଡେଭଲପର୍ସଙ୍କ ଦ୍ୱାରା ଏସଇଜେଡ୍‌ରେ ଆମଦାନୀ ଉପରେ କ୍ଷତିପୂରଣ ସେସ୍ ଛାଡ଼ କରିବା ।
ଅନ୍ୟାନ୍ୟ ବିବିଧ ପରିବର୍ତ୍ତନ
୧୦ . ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ୟୁନିଟ୍ ରନ୍ କ୍ୟାଣ୍ଟିନ୍ ଦ୍ୱାରା ଅନୁମୋଦିତ ଗ୍ରାହକମାନଙ୍କୁ ଏରେଟେଡ୍ ପାନୀୟ ଏବଂ ଏନର୍ଜି ଡ୍ରିଙ୍କ୍ ଯୋଗାଣ ଉପରେ କ୍ଷତିପୂରଣ ସେସ୍ ଛାଡ଼ କରିବା ।
୧୧ . ଭାରତୀୟ ପ୍ରତିରକ୍ଷା ବାହିନୀ ପାଇଁ ଆମଦାନୀ କରାଯାଇଥିବା ଏକେ-୨୦୩ ରାଇଫଲ କିଟ୍ ପାଇଁ ବୈଷୟିକ ଦସ୍ତାବିଜ ଆମଦାନୀ ଉପରେ ଆଡହକ୍ ଆଇଜିଏସ୍‌ଟି ଛାଡ଼ ପ୍ରଦାନ କରିବା ।
I . ସେବା ଉପରେ ଜିଏସ୍‌ଟି ହାର ସମ୍ବନ୍ଧୀୟ ସୁପାରିସ
୧ . ଭାରତୀୟ ରେଳବାଇ ପକ୍ଷରୁ ସାଧାରଣ ଲୋକଙ୍କୁ ପ୍ରଦାନ କରାଯାଉଥିବା ସେବା ଯଥା ପ୍ଲାଟଫର୍ମ ଟିକେଟ ବିକ୍ରି, ରିଟାୟରିଂ ରୁମ୍/ୱେଟିଂ ରୁମ୍ ର ସୁବିଧା, କ୍ଲକ୍ ରୁମ୍ ସେବା ଏବଂ ବ୍ୟାଟେରୀ ଚାଳିତ କାର୍ ସେବାକୁ ଛାଡ଼ କରିବା ଏବଂ ଇଣ୍ଟ୍ରା-ରେଲୱେ କାରବାରକୁ ମଧ୍ୟ ଟିକସ କୋହଳ କରାଯିବ । ୨୦.୧୦.୨୦୨୩ରୁ ଏ ସଂକ୍ରାନ୍ତରେ କୋହଳ ବିଜ୍ଞପ୍ତି ପ୍ରକାଶ ତାରିଖ ପର୍ଯ୍ୟନ୍ତ ବିଗତ ଅବଧି ପାଇଁ ଏହି ଇସ୍ୟୁକୁ ନିୟମିତ କରାଯିବ ।
୨ . ଭାରତୀୟ ରେଳବାଇକୁ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଯାନ (ଏସ୍‌ପିଭି) ଦ୍ୱାରା ପ୍ରଦାନ କରାଯାଉଥିବା ସେବା ଉପରେ ଜିଏସ୍‌ଟି ଛାଡ଼ କରିବା, ରିହାତି ଅବଧି ମଧ୍ୟରେ ଭାରତୀୟ ରେଳବାଇ ଦ୍ୱାରା ନିର୍ମିତ ଏବଂ ମାଲିକାନାରେ ଥିବା ଭିତ୍ତିଭୂମି ଏବଂ ଏସପିଭିକୁ ଭାରତୀୟ ରେଳବାଇ ଦ୍ୱାରା ପ୍ରଦାନ କରାଯାଉଥିବା ରକ୍ଷଣାବେକ୍ଷଣ ସେବା ବ୍ୟବହାର କରିବାକୁ ଅନୁମତି ଦେବା । ୦୧.୦୭.୨୦୧୭ରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇବା ପର୍ଯ୍ୟନ୍ତ ‘ଯଥା ସ୍ଥିତି’ ଆଧାରରେ ଅତୀତର ପ୍ରସଙ୍ଗକୁ ନିୟମିତ କରାଯିବ ।
୩ . ସର୍ବନିମ୍ନ ୯୦ ଦିନ ପାଇଁ ଆବାସ ସେବା ଯୋଗାଇ ଦିଆଯିବା ସର୍ତ୍ତରେ ବ୍ୟକ୍ତି ପିଛା ମାସିକ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଆବାସ ସେବା ପ୍ରଦାନ କରିବା ପାଇଁ ବିଜ୍ଞପ୍ତି ନଂ ୧୨/୨୦୧୭- ସିଟିଆର୍‌ ୨୮.୦୬.୨୦୧୭ରେ ଏକ ପୃଥକ ଏଣ୍ଟ୍ରି ସୃଷ୍ଟି କରିବା । ଅତୀତ ମାମଲା ପାଇଁ ସମାନ ସୁବିଧା ପ୍ରଦାନ କରିବା । ସେବା ସମ୍ବନ୍ଧୀୟ ଅନ୍ୟନ୍ୟ ପରିବର୍ତ୍ତନ
୪ . ମୁଦ୍ରା ଚୁକ୍ତିରେ ବୀମାକାରୀଙ୍କୁ ବୀମା ସେବା ଯୋଗାଣ ପାଇଁ ପ୍ରମୁଖ ବୀମା କମ୍ପାନୀ ସହ ବୀମା କମ୍ପାନୀଙ୍କୁ ସହ-ବୀମା କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଥିବା ସହ-ବୀମା ପ୍ରିମିୟମକୁ ସିଜିଏସ୍‌ଟି ଆଇନ, ୨୦୧୭ର ଅନୁସୂଚୀ-୩ ଅଧୀନରେ କୌଣସି ଯୋଗାଣ ନଥିବା ଘୋଷଣା କରାଯାଇପାରିବ ଏବଂ ଅତୀତର ମାମଲାଗୁଡ଼ିକୁ ‘ଯେଉଁଠି ଯଥା ସ୍ଥିତି’ ଆଧାରରେ ନିୟମିତ କରାଯାଇପାରିବ ।
୫ . ବୀମା କମ୍ପାନୀ ଏବଂ ପୁନଃ ବୀମା କମ୍ପାନୀଙ୍କ ମଧ୍ୟରେ ସିଡିଂ କମିଶନ/ପୁନଃବୀମା ଆୟୋଗର କାରବାରକୁ ସିଜିଏସ୍‌ଟି ଆଇନ, ୨୦୧୭ର ଅନୁସୂଚୀ-୩ ଅଧୀନରେ କୌଣସି ଯୋଗାଣ ନଥିବା ଘୋଷଣା କରାଯାଇପାରିବ ଏବଂ ଅତୀତର ମାମଲାଗୁଡ଼ିକୁ ‘ ଯେଉଁଠି ଯେମିତି ଅଛି’ ଆଧାରରେ ନିୟମିତ କରାଯାଇପାରିବ ।
୬ . ୨୮.୦୬.୨୦୧୭ ବିଜ୍ଞପ୍ତି ନଂ ୧୨/୨୦୧୭-ସିଟି (ହାର)ର ଏସଆର ନଂ ୩୫ ଓ ୩୬ ଅଧୀନରେ ଥିବା ନିର୍ଦ୍ଦିଷ୍ଟ ବୀମା ଯୋଜନାର ପୁନଃବୀମା ସେବା ଉପରେ ଜିଏସ୍‌ଟି ଦେୟତା ୦୧.୦୭.୨୦୧୭ରୁ ୨୪.୦୧.୨୦୧୮ ପର୍ଯ୍ୟନ୍ତ ଅବଧି ପାଇଁ ‘ଯେଉଁଠି ଯଥା ସ୍ଥିତି’ ଆଧାରରେ ନିୟମିତ କରାଯାଇପାରିବ ।
୭ . ବିଜ୍ଞପ୍ତି ସଂଖ୍ୟା ୧୨/୨୦୧୭ ତାରିଖ ୨୮.୦୬.୨୦୧୭ ଏସ୍‌ଆର୍‌ ସଂଖ୍ୟା ୪୦ ଅଧୀନରେ ଆସୁଥିବା ଏବଂ ସରକାରଙ୍କ ଦ୍ୱାରା ମୋଟ୍‌ ପ୍ରିମିୟମ ପଇଠ କରାଯାଉଥିବା ବୀମା ଯୋଜନାଗୁଡ଼ିକର ପୁନଃବୀମା ସେବା ଉପରେ ଜିଏସଟି୍‌ ଦେୟତାକୁ ‘ଯେଉଁଠି ଯେମିତି ଅଛି’ ଆଧାରରେ ୦୧.୦୭.୨୦୧୭ ଠାରୁ ୨୬.୦୭.୨୦୧୮ ପର୍ଯ୍ୟନ୍ତ ନିୟମିତ କରାଯାଇପାରେ।
୮ . ‘ପୁନଃବୀମାର ପୁନଃବୀମା’ ରେଟ୍ରୋସେସନ ଅଟେ, ତେଣୁ ୨୮.୦୬.୨୦୧୭ ବିଜ୍ଞପ୍ତି ସଂଖ୍ୟା ୧୨/୨୦୧୭-ସିଟିଆରର ଏସ୍‌ଏଲ୍‌ ନଂ ୩୬ ଏ ଅଧୀନରେ ରିହାତି ପାଇଁ ଏହା ଯୋଗ୍ୟ ବୋଲି ସ୍ପଷ୍ଟୀକରଣ ଜାରି କରାଯାଇଛି ।
୯ . ରିଅଲ୍ ଇଷ୍ଟେଟ୍ ନିୟାମକ କର୍ତ୍ତୃପକ୍ଷ (ରେରା) ଦ୍ୱାରା କରାଯାଇଥିବା ବୈଧାନିକ ସଂଗ୍ରହ ଜିଏସ୍‌ଟିରୁ ମୁକ୍ତ ବୋଲି ସ୍ପଷ୍ଟୀକରଣ ଜାରି କରାଯାଇଛି, କାରଣ ଏହା ୨୮.୦୬.୨୦୧୭ ନଂ.୧୨/୨୦୧୭-ସିଟିଆରର ଏଣ୍ଟ୍ରି ୪ ପରିସରଭୁକ୍ତ ।
୧୦ . ସ୍ପଷ୍ଟୀକରଣ ଜାରି କରାଯାଇଛି ଯେ ଅଧିଗ୍ରହଣକାରୀ ବ୍ୟାଙ୍କ ଦ୍ୱାରା ଅନ୍ୟ ଅଂଶୀଦାରଙ୍କ ସହିତ ପ୍ରୋତ୍ସାହନକୁ ଆଗକୁ ବିତରଣ କରିବା, ଯେଉଁଠି ଏପରି ପ୍ରୋତ୍ସାହନକୁ ବିନିମୟ କରିବା ରୂପେ ଡେବିଟ୍‌ କାର୍ଡ ଏବଂ କମ୍‌ ମୂଲ୍ୟର ଭିମ-ୟୁପିଆଇ ନେଣଦେଣକୁ ପ୍ରୋତ୍ସାହନ ଯୋଜନା ଅଧୀନରେ ସ୍ପଷ୍ଟ ରୂପେ ପରିଭାଷିତ କରାଯାଇଛି ଏବଂ ଅଂଶଗ୍ରହଣକାରୀ ବ୍ୟାଙ୍କୁ ପରାମର୍ଶ ଦ୍ୱାରା ଏନ୍‌ପିସିଆଇ ଦ୍ୱାରା ଅନୁପାତ ଓ ନିର୍ଦ୍ଦିଷ୍ଟ ଉପରେ ନିର୍ଦ୍ଧାରଣ କରାଯାଇଛି ସେଠାରେ ଟିକସ ଲାଗୁ ହେବ ନାହିଁ ।
ଖ . ବାଣିଜ୍ୟକୁ ସୁଗମ କରିବା ପାଇଁ ପଦକ୍ଷେପ :
୧ . ୨୦୧୭-୧୮ ଆର୍ଥିକ ବର୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଧାରା ୭୩ ଅଧୀନରେ ଉଠାଯାଇଥିବା ଦାବି ସମ୍ବନ୍ଧୀୟ ସୁଧ କିମ୍ବା ଜରିମାନା କିମ୍ବା ଉଭୟର ସର୍ତ୍ତମୂଳକ ଛାଡ଼ର ବ୍ୟବସ୍ଥା କରିବା ସିଜିଏସ୍‌ଟି ଆଇନରେ ଧାରା ୧୨୮ଏ କୁ ସାମିଲ କରାଯାଇଛି : ଜିଏସ୍‌ଟି ଲାଗୁ ହେବାର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଟିକସଦାତାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଜିଏସ୍‌ଟି ପରିଷଦ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ସିଜିଏସ୍‌ଟି ଆଇନର ଧାରା ୭୩ ଅଧୀନରେ ଜାରି ହୋଇଥିବା ଡିମାଣ୍ଡ ନୋଟିସ୍ ପାଇଁ ସୁଧ ଏବଂ ଜରିମାନା ଛାଡ଼ କରିବାକୁ ସୁପାରିସ କରିଥିଲା । ୨୦୧୮-୧୯ ଏବଂ ୨୦୧୯-୨୦ରେ ଟିକସଦାତା ୩୧.୦୩.୨୦୨୫ ପର୍ଯ୍ୟନ୍ତ ନୋଟିସରେ ଦାବି କରାଯାଇଥିବା ସମ୍ପୂର୍ଣ୍ଣ ପରିମାଣର ଟିକସ ପୈଠ କରିଥିଲେ, ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଜିଏସ୍‌ଟି ପରିଷଦ ସିଜିଏସ୍‌ଟି ଆଇନ ୨୦୧୭ରେ ଧାରା ୧୨୮ଏକୁ ସାମିଲ କରିବାକୁ ସୁପାରିସ କରିଛି । ତେବେ ଏହି ଛାଡରେ ଭୁଲ ରିଫଣ୍ଡ ଦାବି କୁ ଅନ୍ତର୍ଭୁକ୍ତ କରାଯାଇନାହିଁ ।
୨ . ଜିଏସ୍‌ଟି ଅଧୀନରେ ଅପିଲ ଦାଖଲ ପାଇଁ ଆର୍ଥିକ ସୀମା ନିର୍ଦ୍ଧାରଣ କରି ସରକାରୀ ମାମଲା ହ୍ରାସ କରିବା: ସରକାରୀ ମାମଲାକୁ ହ୍ରାସ କରିବା ପାଇଁ ବିଭାଗ ଦ୍ୱାରା ଜିଏସ୍‌ଟି ଆପିଲେଟ ଟ୍ରିବ୍ୟୁନାଲ, ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିବା ପାଇଁ କେତେକ ବ୍ୟତିକ୍ରମକୁ ବାଦ୍ ଦେଇ ଆର୍ଥିକ ସୀମା ନିର୍ଦ୍ଧାରଣ କରିବାକୁ ପରିଷଦ ସୁପାରିସ କରିଛି । ପରିଷଦ ଦ୍ୱାରା ନିମ୍ନଲିଖିତ ଆର୍ଥିକ ସୀମା ସୁପାରିସ କରାଯାଇଛି :
• ଜିଏସ୍‌ଟିଏଟି: ୨୦ ଲକ୍ଷ ଟଙ୍କା
• ହାଇକୋର୍ଟ: ୧ କୋଟି ଟଙ୍କା
• ସୁପ୍ରିମକୋର୍ଟ: ୨ କୋଟି ଟଙ୍କା
୩ . ଜିଏସ୍‌ଟି ଅଧୀନରେ ଆପିଲ ଦାଖଲ ପାଇଁ ଆବଶ୍ୟକ ପ୍ରି-ଡିପୋଜିଟ ପରିମାଣ ହ୍ରାସ କରିବା ପାଇଁ ସିଜିଏସ୍‌ଟି ଆଇନର ଧାରା ୧୦୭ ଏବଂ ଧାରା ୧୧୨ରେ ସଂଶୋଧନ: ଟିକସଦାତାଙ୍କ ପାଇଁ ନଗଦ ପ୍ରବାହ ଏବଂ କାର୍ଯ୍ୟକାରୀ ପୁଞ୍ଜି ଅବରୋଧକୁ ସହଜ କରିବା ଲାଗି ଜିଏସ୍‌ଟି ଅଧୀନରେ ଆପିଲ ଦାଖଲ ନିମନ୍ତେ ପ୍ରି-ଡିପୋଜିଟ୍ ବା ପ୍ରାକ୍‌ ଜମା ପରିମାଣ ହ୍ରାସ କରିବାକୁ ଜିଏସ୍‌ଟି ପରିଷଦ ସୁପାରିସ କରିଛି । ଅପିଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବା ପାଇଁ ସର୍ବାଧିକ ରାଶି ସିଜିଏସ୍‌ଟି ଓ ଏଜିଏସ୍‌ଟି ଲାଗି ୨୫ କୋଟି ଲେଖାଏଁ ଟଙ୍କାରୁ ୨୦ କୋଟି ଟଙ୍କାକୁ ହ୍ରାସ କରାଯାଇଛି । ଆହୁରି ଏହା ବ୍ୟତୀତ ଅପିଲ ଟ୍ରିବ୍ୟୁନାଲରେ ଅପିଲ ଦାଖଲ କରିବା ଲାଗି ପ୍ରି-ଡିପୋଜିଟ୍‌ ପରିମାଣକୁ ୨୦% ବା ସିଜିଏସ୍‌ଟି ଏବଂ ଏସ୍‌ଜିଏସ୍‌ଟି ପାଇଁ ସର୍ବାଧିକ ୫୦ କୋଟି ଟଙ୍କାରୁ ୧୦% ବା ସର୍ବାଧିକ ସିଜିଏସ୍‌ଟି ୨୦ କୋଟି ଏବଂ ଏସ୍‌ଜିଏସ୍‌ଟି ୨୦ କୋଟି ଟଙ୍କାରୁ କମାଇ ଦିଆଯାଇଛି ।
୪ . ଏକ୍ସଟ୍ରା ନ୍ୟୁଟ୍ରାଲ ଆଲକୋହଲ (ଇଏନ୍‌ଏ) ଉପରେ ସାମଗ୍ରୀ ଓ ସେବା ଟିକସ ଜିଏସ୍‌ଟି ଅଧୀନରେ ଇଏନ୍‌ଏ ଟିକସ ଲାଗୁ କରିବା: ଜିଏସ୍‌ଟି ପରିଷଦ ଏହାର ୫୨ତମ ବୈଠକରେ ଜିଏସ୍‌ଟି ଆଇନରେ ସଂଶୋଧନ କରିବାକୁ ସୁପାରିସ କରିଥିଲା ଯାହା ଦ୍ୱାରା ସଂଶୋଧିତ ସ୍ପିରିଟ୍ /ଏକ୍ସଟ୍ରା ନ୍ୟୁଟ୍ରାଲ ଆଲକୋହଲ (ଇଏନ୍‌ଏ)କୁ ଜିଏସ୍‌ଟି ପରିସରରୁ ସ୍ପଷ୍ଟ ଭାବରେ ବାଦ୍ ଦିଆଯାଇଥିଲା । ମାନବ ବ୍ୟବହାର ପାଇଁ ମଦ ଉତ୍ପାଦନ ପାଇଁ ବ୍ୟବହୃତ ଅତିରିକ୍ତ ନିରପେକ୍ଷ ମଦ ଉପରେ ଜିଏସ୍‌ଟି ଆଦାୟ ନକରିବା ପାଇଁ ଜିଏସ୍‌ଟି କାଉନସିଲ ଏବେ ସିଜିଏସଟି ଆଇନ, ୨୦୧୭ର ଧାରା ୯ର ଉପଧାରା (୧)ରେ ସଂଶୋଧନ କରିବାକୁ ସୁପାରିସ କରିଛି ।
୫ . ଇସିଓମାନଙ୍କ ଜରିଆରେ ଯୋଗାଣ ପାଇଁ ଆଦାୟ କରାଯାଉଥିବା ଟିସିଏସ୍ ହାର ହ୍ରାସ: ଇଲେକ୍ଟ୍ରୋନିକ୍ କମର୍ସ ଅପରେଟର (ଇସିଓ) ସିଜିଏସ୍‌ଟି ଆଇନର ଧାରା ୫୨(୧) ଅନୁଯାୟୀ ନିଟ୍ ଟିକସଯୋଗ୍ୟ ଯୋଗାଣ ଉପରେ ଉତ୍ସରୁ ଆଦାୟ କରାଯାଇଥିବା ଟିକସ (ଟିସିଏସ୍) ଆଦାୟ କରିବା ଆବଶ୍ୟକ । ଜିଏସ୍‌ଟି ପରିଷଦ ଏଭଳି ଇସିଓ ମାଧ୍ୟମରେ ଯୋଗାଣ କରୁଥିବା ଯୋଗାଣକାରୀଙ୍କ ଉପରେ ଆର୍ଥିକ ବୋଝକୁ ହ୍ରାସ କରିବା ପାଇଁ ଟିସିଏସ ହାରକୁ ବର୍ତ୍ତମାନର ୧% (୦.୫% ସିଜିଏସଟି + ୦.୫% ଏସ୍‌ଜିଏସ୍‌ଟି / ୟୁଟିଜିଏସ୍‌ଟି, କିମ୍ବା ୧% ଆଇଜିଏସ୍‌ଟି) ରୁ ୦.୫% (୦.୨୫% ସିଜିଏସ୍‌ଟି + ୦.୨୫% ଏସ୍‌ଜିଏସ୍‌ଟି / ୟୁଟିଜିଏସ୍‌ଟି, ବା ୦.୫% ଆଇଜିଏସ୍‌ଟି)କୁ ହ୍ରାସ କରିବାକୁ ସୁପାରିସ କରିଛି ।
୬ . ଜିଏସ୍‌ଟି ଆପିଲେଟ୍ ଟ୍ରିବ୍ୟୁନାଲରେ ଆବେଦନ କରିବାର ସମୟ: ଜିଏସ୍‌ଟି ପରିଷଦ ସିଜିଏସ୍‌ଟି ଆଇନ, ୨୦୧୭ର ଧାରା ୧୧୨ରେ ସଂଶୋଧନ କରି ଆପିଲେଟ୍ ଟ୍ରିବ୍ୟୁନାଲରେ ଅପିଲ ଦାଖଲ ପାଇଁ ତିନି ମାସର ଅବଧିକୁ ଉକ୍ତ ବିଜ୍ଞପ୍ତି ତାରିଖ ପୂର୍ବରୁ ଦିଆଯାଇଥିବା ଅପିଲ/ ସଂଶୋଧନ ଆଦେଶ ସମ୍ପର୍କରେ ସରକାର ବିଜ୍ଞପ୍ତି ପ୍ରକାଶ କରିବାକୁ ଅନୁମତି ଦେବାକୁ ସୁପାରିସ କରିଛି । ଏହାଦ୍ୱାରା ଟିକସଦାତାଙ୍କୁ ବିଚାରାଧୀନ ମାମଲାରେ ଆପିଲେଟ୍ ଟ୍ରିବ୍ୟୁନାଲରେ ଆବେଦନ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ ।
୭ . ସିଜିଏସ୍‌ଟି ଆଇନର ଧାରା ୧୬(୪)ର ସର୍ତ୍ତରେ ରିହାତି:
କ) ଜିଏସ୍‌ଟି ଲାଗୁ ହେବାର ପ୍ରାରମ୍ଭିକ ବର୍ଷ, ଅର୍ଥାତ୍ ୨୦୧୭-୧୮, ୨୦୧୮-୧୯ , ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷ ସମ୍ପର୍କରେ:
ଜିଏସ୍‌ଟି ପରିଷଦ ସୁପାରିସ କରିଛି ଯେ ୨୦୧୭-୧୮, ୨୦୧୮-୧୯, ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୩୦.୧୧.୨୦୨୧ ପର୍ଯ୍ୟନ୍ତ ଦାଖଲ ହୋଇଥିବା ଫର୍ମ ଜିଏସ୍‌ଟିଆର ୩ବିରେ କୌଣସି ରିଟର୍ଣ୍ଣ ମାଧ୍ୟମରେ ସିଜିଏସ୍‌ଟି ଆଇନର ଧାରା ୧୬(୪) ଅଧୀନରେ କୌଣସି ଚାଲାଣ କିମ୍ବା ଡେବିଟ୍ ନୋଟ୍ ସମ୍ପର୍କରେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ପାଇବାର ସମୟ ସୀମା ୩୦.୧୧.୨୦୨୧ ବୋଲି ବିବେଚନା କରାଯାଇପାରେ । ଏଥିପାଇଁ ସିଜିଏସ୍‌ଟି ଆଇନର ଧାରା ୧୬(୪)ରେ ଆବଶ୍ୟକ ସଂଶୋଧନ ପାଇଁ ପରିଷଦ ସୁପାରିସ କରିଛି ।
ଖ) ପ୍ରତ୍ୟାହାର ପରେ ରିଟର୍ଣ୍ଣ ଦାଖଲ ହୋଇଥିବା ମାମଲା ସମ୍ପର୍କରେ:
ପଞ୍ଜୀକରଣ ବାତିଲ ତାରିଖ/ପଞ୍ଜୀକରଣ ବାତିଲ ତାରିଖଠାରୁ ପଞ୍ଜୀକରଣ ବାତିଲ ତାରିଖ ପର୍ଯ୍ୟନ୍ତ ରିଟର୍ଣ୍ଣ ପ୍ରଦାନ କରୁଥିବା କ୍ଷେତ୍ରରେ ସିଜିଏସ୍‌ଟି ଆଇନର ଧାରା ୧୬(୪)ର ବ୍ୟବସ୍ଥାକୁ ସର୍ତ୍ତମୂଳକ ଭାବେ କୋହଳ କରିବା ପାଇଁ ଜିଏସ୍‌ଟି ପରିଷଦ ସିଜିଏସ୍‌ଟି ଆଇନର ଧାରା ୧୬(୪)ରେ ପୁନର୍ବାର ସଂଶୋଧନ କରିବାକୁ ସୁପାରିସ କରିଛି । ପ୍ରତ୍ୟାହାର ଆଦେଶର ତିରିଶ ଦିନ ମଧ୍ୟରେ ପଞ୍ଜୀକୃତ ବ୍ୟକ୍ତିଙ୍କ ଦ୍ଵାରା ଦାଖଲ କରାଯାଇଛି ।
୮ . କମ୍ପୋଜିସନ୍ ଟିକସଦାତାଙ୍କ ପାଇଁ ଫର୍ମ ଜିଏସ୍‌ଟିଆର-୪ରେ ରିଟର୍ଣ୍ଣ ଦାଖଲ କରିବାର ଧାର୍ଯ୍ୟ ତାରିଖ ଏପ୍ରିଲ ୩୦ରୁ ଜୁନ୍ ୩୦ ପର୍ଯ୍ୟନ୍ତ ପରିବର୍ତ୍ତନ : ଜିଏସ୍‌ଟି ପରିଷଦ ସିଜିଏସ୍‌ଟି ନିୟମ, ୨୦୧୭ର ନିୟମ ୬୨ର ଉପ-ନିୟମ (୧)ର ଉପ-ନିୟମ (୨) ଏବଂ ଫର୍ମ ଜିଏସ୍‌ଟିଆର୍‌-୪ର ଧାରା (୨)ରେ ସଂଶୋଧନ ଆଣି କମ୍ପୋଜିସନ୍ ଟିକସଦାତାଙ୍କ ପାଇଁ ଫର୍ମ ଜିଏସ୍‌ଟିଆର୍‌-୪ରେ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖକୁ ଆର୍ଥିକ ବର୍ଷ ଶେଷ ହେବା ପରେ ଏପ୍ରିଲ ୩୦ରୁ ୩୦ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସୁପାରିସ କରିଛି । ଏହା ୨୦୨୪-୨୫ ଆର୍ଥିକ ବର୍ଷର ରିଟର୍ଣ୍ଣ ପାଇଁ ଲାଗୁ ହେବ । ଏହା ଦ୍ୱାରା କମ୍ପୋଜିସନ୍ ଶୁଳ୍କ ଅଧୀନରେ ଟିକସ ଦେବାକୁ ପସନ୍ଦ କରୁଥିବା ଟିକସଦାତାଙ୍କୁ ଉକ୍ତ ରିଟର୍ଣ୍ଣ ଦାଖଲ କରିବା ପାଇଁ ଅଧିକ ସମୟ ମିଳିବ ।
୯ . ସିଜିଏସ୍‌ଟି ନିୟମ, ୨୦୧୭ର ନିୟମ ୮୮ବିରେ ବିଳମ୍ବିତ ରିଟର୍ଣ୍ଣ ଦାଖଲ ଉପରେ ସିଜିଏସ୍‌ଟି ଆଇନର ଧାରା ୫୦ ଅଧୀନରେ ସୁଧ ସଂକ୍ରାନ୍ତରେ ନିୟମ ୮୮ ବିରେ ସଂଶୋଧନ, ଯେଉଁ କ୍ଷେତ୍ରରେ ଉକ୍ତ ରିଟର୍ଣ୍ଣ ଦାଖଲ କରିବାର ଧାର୍ଯ୍ୟ ତାରିଖରେ ଇଲେକ୍ଟ୍ରୋନିକ୍ କ୍ୟାସ୍ ଲେଜର (ଇସିଏଲ୍)ରେ କ୍ରେଡିଟ୍ ଉପଲବ୍ଧ ରହିଛି : ଜିଏସ୍‌ଟି ପରିଷଦ ସେହି ରାଶି ପ୍ରଦାନ କରିବା ପାଇଁ ସିଜିଏସ୍‌ଟି ନିୟମର ନିୟମ ୮୮ବିରେ ସଂଶୋଧନ କରିବାକୁ ସୁପାରିସ କରିଥିଲା । ଯାହା ଫର୍ମ ଜିଏସ୍‌ଟିଆର-୩ବିରେ ରିଟର୍ଣ୍ଣ ଦାଖଲ କରିବାର ନିର୍ଦ୍ଧାରିତ ତାରିଖରେ ଇଲେକ୍ଟ୍ରୋନିକ୍ କ୍ୟାସ୍ ଲେଜରରେ ଉପଲବ୍ଧ ଏବଂ ଉକ୍ତ ରିଟର୍ଣ୍ଣ ଦାଖଲ କରିବା ସମୟରେ ଡେବିଟ୍ ହୋଇଥାଏ, ଉକ୍ତ ରିଟର୍ଣ୍ଣ ଦାଖଲ କରିବାରେ ବିଳମ୍ବ ସମ୍ପର୍କରେ ସିଜିଏସ୍‌ଟି ଆଇନର ଧାରା ୫୦ ଅଧୀନରେ ସୁଧ ଗଣନା କରିବା ସମୟରେ ଅନ୍ତର୍ଭୁକ୍ତ ହେବ ନାହିଁ ।
୧୦ . ଜିଏସ୍‌ଟି ଆଇନ ଅଧୀନରେ ସାଧାରଣ ଅଭ୍ୟାସ ଯୋଗୁଁ ଆଦାୟ ହୋଇନଥିବା କିମ୍ବା ଅଳ୍ପ ଆଦାୟ ହୋଇନଥିବା ଶୁଳ୍କ ଆଦାୟ ନ କରିବାର କ୍ଷମତା ପ୍ରଦାନ କରିବା ପାଇଁ ସିଜିଏସ୍‌ଟି ଆଇନରେ ଧାରା ୧୧ଏକୁ ସାମିଲ କରିବା: ଜିଏସ୍‌ଟିର ଅଣ-ଶୁଳ୍କ କିମ୍ବା ଅଳ୍ପ ଟିକସକୁ ନିୟମିତ କରିବା ପାଇଁ ପରିଷଦର ସୁପାରିସ କ୍ରମେ ସରକାରଙ୍କୁ କ୍ଷମତା ପ୍ରଦାନ କରିବା ପାଇଁ ଜିଏସ୍‌ଟି ପରିଷଦ ସିଜିଏସ୍‌ଟି ଆଇନରେ ଏକ ନୂତନ ଧାରା ୧୧ଏ ଯୋଡ଼ିବାକୁ ସୁପାରିସ କରିଛି । ଯେଉଁଠାରେ ସାଧାରଣ ବାଣିଜ୍ୟ ଅଭ୍ୟାସ କାରଣରୁ ଟିକସ କମ୍ ଦିଆଯାଉଥିଲା କିମ୍ବା ପୈଠ କରାଯାଉନଥିଲା ।
୧୧ . ରପ୍ତାନି ପରେ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ଯୋଗୁଁ ପ୍ରଦାନ କରାଯାଇଥିବା ଅତିରିକ୍ତ ସମନ୍ୱିତ ଟିକସ (ଆଇଜିଏସ୍‌ଟି) ଫେରସ୍ତ: ରପ୍ତାନି ପରେ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ଯୋଗୁଁ ପ୍ରଦାନ କରାଯାଇଥିବା ଅତିରିକ୍ତ ଆଇଜିଏସ୍‌ଟି ଫେରସ୍ତ ଦାବି କରିବା ପାଇଁ ଜିଏସ୍‌ଟି ପରିଷଦ ଏକ ବ୍ୟବସ୍ଥା ନିର୍ଦ୍ଧାରଣ କରିବାକୁ ସୁପାରିସ କରିଛି । ରପ୍ତାନି ପରେ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ଯୋଗୁଁ ଅତିରିକ୍ତ ଆଇଜିଏସ୍‌ଟି ଦେବାକୁ ପଡ଼ୁଥିବା ବହୁ ସଂଖ୍ୟକ ଟିକସଦାତା ଏଭଳି ଅତିରିକ୍ତ ଆଇଜିଏସ୍‌ଟି ଫେରସ୍ତ ଦାବି କରିବାରେ ସୁବିଧା ପାଇବେ ।
୧୨ . ପ୍ରାପ୍ତକାରୀ ବ୍ୟକ୍ତିଙ୍କ ଦ୍ୱାରା ସେବା ଆମଦାନୀ ଯୋଗାଣର ମୂଲ୍ୟାଙ୍କନ ସମ୍ପର୍କରେ ସ୍ପଷ୍ଟୀକରଣ ଯେଉଁଠାରେ ପ୍ରାପ୍ତକାରୀ ସମ୍ପୂର୍ଣ୍ଣ ଇନ୍‌ପୁଟ ଟିକସ କ୍ରେଡିଟ୍ ପାଇଁ ଯୋଗ୍ୟ ଅଟନ୍ତି: ପରିଷଦ ସ୍ପଷ୍ଟ କରିବାକୁ ସୁପାରିସ କରିଛି ଯେ ଯେଉଁ କ୍ଷେତ୍ରରେ ବିଦେଶୀ ସହଯୋଗୀ ସମ୍ପୃକ୍ତ ଘରୋଇ ସଂସ୍ଥାକୁ କିଛି ସେବା ପ୍ରଦାନ କରୁଛନ୍ତି, ଯେଉଁଥିପାଇଁ ସମ୍ପୃକ୍ତ ଘରୋଇ ସଂସ୍ଥାକୁ ସମ୍ପୂର୍ଣ୍ଣ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଉପଲବ୍ଧ ଅଛି । ଉକ୍ତ ସମ୍ପୃକ୍ତ ଘରୋଇ ସଂସ୍ଥା ଦ୍ୱାରା ଚାଲାଣରେ ଘୋଷିତ ସେବା ଯୋଗାଣର ମୂଲ୍ୟ ସିଜିଏସ୍‌ଟି ନିୟମର ନିୟମ ୨୮(୧)ର ଦ୍ୱିତୀୟ ବ୍ୟବସ୍ଥା ଅନୁଯାୟୀ ଖୋଲା ବଜାର ମୂଲ୍ୟ ଭାବରେ ବିବେଚନା କରାଯାଇପାରେ । ଏହାବ୍ୟତୀତ, ଯେଉଁ କ୍ଷେତ୍ରରେ ଗ୍ରହଣକାରୀଙ୍କୁ ସମ୍ପୂର୍ଣ୍ଣ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଉପଲବ୍ଧ ଥାଏ, ଯଦି ସମ୍ପୃକ୍ତ ଘରୋଇ ସଂସ୍ଥା ଦ୍ୱାରା ବିଦେଶୀ ଅନୁବନ୍ଧିତ ସଂସ୍ଥା ଦ୍ୱାରା ପ୍ରଦାନ କରାଯାଉଥିବା କୌଣସି ସେବା ସମ୍ବନ୍ଧରେ ଚାଲାଣ ଜାରି କରାନଯାଏ, ତେବେ ସେହି ସେବାଗୁଡ଼ିକର ମୂଲ୍ୟକୁ ଶୂନ୍ୟ ବୋଲି ବିବେଚନା କରାଯାଇପାରେ ଏବଂ ସିଜିଏସ୍‌ଟି ନିୟମର ନିୟମ ୨୮(୧)ର ଦ୍ୱିତୀୟ ବ୍ୟବସ୍ଥା ଅନୁଯାୟୀ ଖୋଲା ବଜାର ମୂଲ୍ୟ ଭାବରେ ବିବେଚନା କରାଯାଇପାରେ ।
୧୩ . ଅପ୍ଟିକାଲ ଫାଇବର କେବୁଲ (ଓଏଫ୍‌ସି)ର ନେଟୱର୍କରେ ବ୍ୟବହୃତ ନଳୀ ଏବଂ ମ୍ୟାନହୋଲ ଉପରେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି)ର ଉପଲବ୍ଧତା ସମ୍ପର୍କରେ ସ୍ପଷ୍ଟୀକରଣ: ସିଜିଏସ୍‌ଟି ଆଇନର ଧାରା ୧୭ର ଧାରା (ସି) ଅଧୀନରେ କିମ୍ବା ଉପଧାରା (୫)ର ଧାରା (ଡି) ଅଧୀନରେ ଅପ୍ଟିକାଲ ଫାଇବର କେବୁଲ (ଓଏଫସି)ର ନେଟୱର୍କରେ ବ୍ୟବହୃତ ନଳୀ ଏବଂ ମ୍ୟାନହୋଲ ସମ୍ବନ୍ଧରେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ସୀମିତ ନୁହେଁ ବୋଲି ପରିଷଦ ସ୍ପଷ୍ଟ କରିବାକୁ ସୁପାରିସ କରିଛି ।
୧୪ . ବ୍ୟାଙ୍କଗୁଡିକ ଦ୍ୱାରା ପ୍ରଦାନ କରାଯାଉଥିବା କଷ୍ଟଡିଆଲ ସେବା ଗୁଡିକ ପାଇଁ ପ୍ରଯୁଜ୍ୟ ଯୋଗାଣ ସ୍ଥାନ ଉପରେ ସ୍ପଷ୍ଟୀକରଣ:ଆଇଜିଏସ୍‌ଟି ଆଇନ, ୨୦୧୭ର ଧାରା ୧୩(୨) ଅନୁଯାୟୀ ଭାରତୀୟ ବ୍ୟାଙ୍କଗୁଡିକ ଦ୍ୱାରା ବିଦେଶୀ ପୋର୍ଟଫୋଲିଓ ନିବେଶକମାନଙ୍କୁ ପ୍ରଦାନ କରାଯାଉଥିବା କଷ୍ଟଡିଆଲ ସେବା ଯୋଗାଣର ସ୍ଥାନ ନିର୍ଦ୍ଧାରିତ ବୋଲି ପରିଷଦ ସ୍ପଷ୍ଟ କରିବାକୁ ସୁପାରିସ କରିଛି ।
୧୫ . ସିଜିଏସ୍‌ଟି ନିୟମ, ୨୦୧୭ର ନିୟମ ୨୮(୨) ଅନ୍ତର୍ଭୁକ୍ତ ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଦାନ କରାଯାଇଥିବା କର୍ପୋରେଟ୍ ଗ୍ୟାରେଣ୍ଟିର ମୂଲ୍ୟାଙ୍କନ ଉପରେ ସ୍ପଷ୍ଟୀକରଣ: ଜିଏସ୍‌ଟି କାଉନସିଲ ୨୬.୧୦.୨୦୨୩ରୁ ସିଜିଏସ୍‌ଟି ନିୟମର ନିୟମ ୨୮(୨)ରେ ସଂଶୋଧନ କରିବା ଏବଂ ସମ୍ପୃକ୍ତ ପକ୍ଷଙ୍କ ମଧ୍ୟରେ କର୍ପୋରେଟ୍ ଗ୍ୟାରେଣ୍ଟି ପ୍ରଦାନ ସେବାର ମୂଲ୍ୟାଙ୍କନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗକୁ ସ୍ପଷ୍ଟ କରିବା ପାଇଁ ଏକ ସର୍କୁଲାର ଜାରି କରିବାକୁ ସୁପାରିସ କରିଛି । ଏହା ସ୍ପଷ୍ଟ କରାଯାଇଛି ଯେ ସିଜିଏସ୍‌ଟି ନିୟମର ନିୟମ ୨୮(୨) ଅଧୀନରେ ମୂଲ୍ୟାୟନ ଏଭଳି ସେବା ଏବଂ ଯେଉଁଠାରେ ପ୍ରାପ୍ତକାରୀ ସମ୍ପୂର୍ଣ୍ଣ ଇନ୍‌ପୁଟ୍‌ ଟିକସ କ୍ରେଡିଟ୍ ପାଇବାକୁ ଯୋଗ୍ୟ ଅଟନ୍ତି ସେଠାରେ ରପ୍ତାନି କ୍ଷେତ୍ରରେ ଲାଗୁ ହେବ ନାହିଁ ।
୧୬ . ରିଭର୍ସ ଚାର୍ଜ ମେକାନିଜମ୍‌ (ଆର୍‌ସିଏମ୍‌) ଅଧୀନରେ ଗ୍ରହଣକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ଚାଲାଣ ସମ୍ବନ୍ଧରେ ସିଜିଏସ୍‌ଟି ଆଇନ, ୨୦୧୭ର ଧାରା ୧୬(୪)ର ବ୍ୟବସ୍ଥାର ପ୍ରୟୋଗ ସମ୍ପର୍କରେ ସ୍ପଷ୍ଟୀକରଣ: ପରିଷଦ ସ୍ପଷ୍ଟ କରିବାକୁ ସୁପାରିସ କରିଛି ଯେ ଅଣପଞ୍ଜୀକୃତ ଯୋଗାଣକାରୀଙ୍କଠାରୁ ପ୍ରାପ୍ତ ଯୋଗାଣ କ୍ଷେତ୍ରରେ, ଯେଉଁଠାରେ ରିଭର୍ସ ଚାର୍ଜ ମେକାନିଜମ୍ (ଆର୍‌ସିଏମ୍) ଅଧୀନରେ ଗ୍ରହଣକାରୀଙ୍କ ଦ୍ୱାରା ଟିକସ ପୈଠ କରିବାକୁ ପଡିବ ଏବଂ ଚାଲାଣ କେବଳ ଗ୍ରହଣକାରୀଙ୍କ ଦ୍ୱାରା ଜାରି କରାଯିବ। ସିଜିଏସ୍‌ଟି ଆଇନର ଧାରା ୧୬(୪)ର ବ୍ୟବସ୍ଥା ଅନୁଯାୟୀ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ପାଇବା ପାଇଁ ସମୟ ସୀମା ଗଣନା ପାଇଁ ସମ୍ପୃକ୍ତ ଆର୍ଥିକ ବର୍ଷ ହେଉଛି ସେହି ଆର୍ଥିକ ବର୍ଷ ଯେଉଁଥିରେ ଗ୍ରହଣକାରୀଙ୍କ ଦ୍ୱାରା ଚାଲାଣ ଜାରି କରାଯାଇଛି ।
୧୭ . ବାଣିଜ୍ୟ ଓ ଟିକସ ଅଧିକାରୀମାନଙ୍କୁ ସ୍ପଷ୍ଟତା ପ୍ରଦାନ କରିବା ଏବଂ ମାମଲା ହ୍ରାସ କରିବା ପାଇଁ ନିମ୍ନଲିଖିତ ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ:
I . କୌଣସି କମ୍ପାନୀ ଏହାର କର୍ମଚାରୀମାନଙ୍କୁ ପ୍ରଦାନ କରୁଥିବା ଇଏସ୍‌ଓପି/ଇଏସ୍‌ପିପି/ଆର୍‌ଏସ୍‌ୟୁ ଭାବରେ ସିକ୍ୟୁରିଟି/ସେୟାରଗୁଡ଼ିକୁ ପୁନଃ ନିଯୁକ୍ତି ଦେବାର ଟିକସଯୋଗ୍ୟତା ଉପରେ ସ୍ପଷ୍ଟୀକରଣ
II. ଜୀବନ ବୀମା ସେବାରେ ପ୍ରିମିୟମ୍ ପରିମାଣ ସମ୍ବନ୍ଧରେ ଇନ୍‌ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ପ୍ରତ୍ୟାହାରର ଆବଶ୍ୟକତା ଉପରେ ସ୍ପଷ୍ଟୀକରଣ, ଯାହା ସିଜିଏସ୍‌ଟି ନିୟମର ନିୟମ ୩୨(୪) ଅନୁଯାୟୀ ଟିକସଯୋଗ୍ୟ ମୂଲ୍ୟରେ ଅନ୍ତର୍ଭୁକ୍ତ ନୁହେଁ ।
III . ମୋଟର ବୀମା ଦାବିରେ ନଷ୍ଟ ଏବଂ ଉଦ୍ଧାର ମୂଲ୍ୟଗୁଡିକର ଟିକସ ଯୋଗ୍ୟତା ଉପରେ ସ୍ପଷ୍ଟୀକରଣ
IV . ଶେଷ ଗ୍ରାହକମାନଙ୍କୁ ନିର୍ମାତାମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ୱାରେଣ୍ଟି / ସମ୍ପ୍ରସାରିତ ୱାରେଣ୍ଟି ସମ୍ବନ୍ଧରେ ସ୍ପଷ୍ଟୀକରଣ
V . ମୋଟର ଯାନ ବୀମା ଦାବିର ପରିଶୋଧ ପଦ୍ଧତି କ୍ଷେତ୍ରରେ ବୀମା କମ୍ପାନୀଗୁଡିକ ଦ୍ୱାରା କରାଯାଇଥିବା ମରାମତି ଖର୍ଚ୍ଚ ଉପରେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟର ଉପଲବ୍ଧତା ସମ୍ପର୍କରେ ସ୍ପଷ୍ଟୀକରଣ ।
VI . ସମ୍ପୃକ୍ତ ବ୍ୟକ୍ତି କିମ୍ବା ଗୋଷ୍ଠୀ କମ୍ପାନୀମାନଙ୍କ ମଧ୍ୟରେ ପ୍ରଦାନ କରାଯାଇଥିବା ଋଣର ଟିକସଯୋଗ୍ୟତା ଉପରେ ସ୍ପଷ୍ଟୀକରଣ ।
VII . ହାମ୍ ପ୍ରକଳ୍ପ ଅଧୀନରେ ବାର୍ଷିକ ଦେୟ ଉପରେ ଯୋଗାଣ ସମୟ ଉପରେ ସ୍ପଷ୍ଟୀକରଣ ।
VIII . ଲାଇସେନ୍ସ ଶୁଳ୍କ ଏବଂ ସ୍ପେକ୍ଟ୍ରମ୍ ବ୍ୟବହାର ଶୁଳ୍କ କିସ୍ତିରେ ପ୍ରଦାନ କରାଯାଉଥିବା କ୍ଷେତ୍ରରେ ଟେଲିକମ୍ କମ୍ପାନିଗୁଡ଼ିକୁ ସ୍ପେକ୍ଟ୍ରମ୍ ଆବଣ୍ଟନ ସମ୍ପର୍କରେ ଯୋଗାଣ ସମୟ ସମ୍ପର୍କରେ ସ୍ପଷ୍ଟୀକରଣ ।
IX . ଅଣପଞ୍ଜୀକୃତ ବ୍ୟକ୍ତିମାନଙ୍କୁ ଯୋଗାଣ କରାଯାଉଥିବା ସାମଗ୍ରୀ ଯୋଗାଣ ସ୍ଥାନ ସମ୍ବନ୍ଧୀୟ ସ୍ପଷ୍ଟୀକରଣ, ଯେଉଁଠାରେ ବିତରଣ ଠିକଣା ବିଲିଂ ଠିକଣାଠାରୁ ଭିନ୍ନ ଅଟେ
X . ବିକ୍ରୟ ପରବର୍ତ୍ତୀ ରିହାତି ସଂକ୍ରାନ୍ତରେ ସିଜିଏସ୍‌ଟି ଆଇନ, ୨୦୧୭ର ଧାରା ୧୫(୩)(ବି)(୨)ର ସର୍ତ୍ତାବଳୀ ପାଳନ ପାଇଁ ଯୋଗାଣକାରୀଙ୍କ ଦ୍ୱାରା ପ୍ରମାଣ ପ୍ରଦାନ କରିବାର ବ୍ୟବସ୍ଥା ସମ୍ପର୍କରେ ସ୍ପଷ୍ଟୀକରଣ, ଯାହା ଦ୍ୱାରା ଉକ୍ତ ରାଶି ଉପରେ ଗ୍ରହଣକାରୀଙ୍କ ଦ୍ୱାରା ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ପ୍ରତ୍ୟାହାର କରାଯାଇଛି ।
XI . ପାନ ମସଲା, ତମାଖୁ ଇତ୍ୟାଦି ନିର୍ଦ୍ଦିଷ୍ଟ ଦ୍ରବ୍ୟ ଉତ୍ପାଦନକାରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରକ୍ରିୟା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ସ୍ପଷ୍ଟୀକରଣ ।

୧୮ . ପରିଷଦ ସିଜିଏସ୍‌ଟି ଆଇନର ଧାରା ୧୪୦(୭)ରେ ପିଛିଲା ଭାବେ ୦୧.୦୭.୨୦୧୭ରୁ ସଂଶୋଧନ ପାଇଁ ସୁପାରିସ କରିଛି । ନିର୍ଦ୍ଧାରିତ ତାରିଖ ପୂର୍ବରୁ ପ୍ରଦାନ କରାଯାଇଥିବା ସେବା ସମ୍ବନ୍ଧୀୟ ଚାଲାଣ ସଂକ୍ରାନ୍ତରେ ଟ୍ରାଞ୍ଜିସନାଲ କ୍ରେଡିଟର ବ୍ୟବସ୍ଥା କରାଯାଇଛି ଏବଂ ଯେଉଁଠାରେ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଇନପୁଟ୍ ସର୍ଭିସ୍ ଡିଷ୍ଟ୍ରିବ୍ୟୁଟର (ଆଇଏସ୍‌ଡି) ଦ୍ୱାରା ଚାଲାଣ ଗ୍ରହଣ କରାଯାଇଥିଲା ସେଠାରେ ଏହି ସଂଶୋଧନ ଲାଗୁ ହେବ ।

୧୯. ପରିଷଦ ସୁପାରିସ କରିଛି ଯେ ଟିକସଦାତାମାନେ ଟିକସ ଅବଧି ପାଇଁ ଫର୍ମ ଜିଏସ୍‌ଟିଆର୍‌ -୧ ରେ ବିବରଣୀ ସଂଶୋଧନ କରିପାରିବେ ଏବଂ / କିମ୍ବା ଉକ୍ତ ଟିକସ ଅବଧି ପାଇଁ ଫର୍ମ ଜିଏସ୍‌ଟିଆର୍‌ -୩ ବିରେ ରିଟର୍ଣ୍ଣ ଦାଖଲ କରିବା ପୂର୍ବରୁ ଯଦି କୌଣସି ଅତିରିକ୍ତ ବିବରଣୀ ଅଛି ତେବେ ଅତିରିକ୍ତ ବିବରଣୀ ଘୋଷଣା କରିପାରିବେ । ଏହା ଦ୍ୱାରା ଟିକସଦାତା ଉକ୍ତ ଟିକସ ଅବଧିର ଫର୍ମ ଜିଏସ୍‌ଟିଆର୍‌-୧ରେ ରିପୋର୍ଟିଂ କରିବାରେ ବଞ୍ଚିତ ହୋଇଥିବା ବର୍ତ୍ତମାନର ଟିକସ ଅବଧିର ଯୋଗାଣର କୌଣସି ବିବରଣୀ ଯୋଡିବାରେ କିମ୍ବା ଚଳିତ ଟିକସ ଅବଧିର ଫର୍ମ ଜିଏସଟିଆର -୧ରେ ପୂର୍ବରୁ ଘୋଷଣା କରାଯାଇଥିବା କୌଣସି ବିବରଣୀ (ଏକ ତ୍ରୈମାସିକର ପ୍ରଥମ ଏବଂ ଦ୍ୱିତୀୟ ମାସ ପାଇଁ ଆଇଏଫ୍‌ଏଫ୍‌ରେ ଘୋଷିତ ବିବରଣୀକୁ ମିଶାଇ) ସଂଶୋଧନ କରିବାରେ ସକ୍ଷମ ହେବେ । ଫଳରେ ଯଦି କୌଣସି ତ୍ରୈମାସିକ ଟିକସଦାତାଙ୍କ ପାଇଁ ଫର୍ମ ଜିଏସ୍‌ଟିଆର୍‌ -୩ବିରେ ସଠିକ୍ ଦାୟିତ୍ୱ ଅଟୋ ପପୁଲେଟେଡ୍‌ ରହିଛି ତାହା ସୁନିଶ୍ଚିତ ହୋଇପାରିବ ।
୨୦ . ପରିଷଦ ସୁପାରିସ କରିଛି ଯେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ମୋଟ ବାର୍ଷିକ କାରବାର କରୁଥିବା ଟିକସଦାତାଙ୍କ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଫର୍ମ ଜିଏସ୍‌ଟିଆର୍‌-୯/୯ଏରେ ବାର୍ଷିକ ରିଟର୍ଣ୍ଣ ଦାଖଲ କରିବା ଛାଡ଼ କରାଯାଇପାରେ ।
୨୧ . ସିଜିଏସ୍‌ଟି ଆଇନର ଧାରା ୧୨୨(୧ବି)ରେ ସଂଶୋଧନ କରିବାକୁ ସୁପାରିସ କରାଯାଇଛି, ଯାହା ଦ୍ୱାରା ସ୍ପଷ୍ଟ ହୋଇଛି ଯେ ଉକ୍ତ ଦଣ୍ଡ ବ୍ୟବସ୍ଥା କେବଳ ସେହି ଇ-କମର୍ସ ଅପରେଟରମାନଙ୍କ ପାଇଁ ପ୍ରଯୁଜ୍ୟ, ଯେଉଁମାନେ ସିଜିଏସ୍‌ଟି ଆଇନର ଧାରା ୫୨ ଅଧୀନରେ ଟିକସ ସଂଗ୍ରହ କରିବା ଆବଶ୍ୟକ, ଅନ୍ୟ ଇ-କମର୍ସ ଅପରେଟରମାନଙ୍କ ପାଇଁ ଏହା ପ୍ରଯୁଜ୍ୟ ନୁହେଁ ।
୨୨ . ସିଜିଏସ୍‌ଟି ନିୟମର ନିୟମ ୧୪୨ରେ ସଂଶୋଧନ ଏବଂ ଆବେଦନ ଦାଖଲ ପାଇଁ ପ୍ରି-ଡିପୋଜିଟ୍ ବା ପ୍ରାକ୍‌-ଜମା ଆକାରରେ ପ୍ରଦାନ କରାଯାଉଥିବା ରାଶି ତୁଳନାରେ ଫର୍ମ ଜିଏସ୍‌ଟି ଡିଆର୍‌ସି -୦୩ ମାଧ୍ୟମରେ ଦାବି ସମ୍ବନ୍ଧରେ ପ୍ରଦାନ କରାଯାଇଥିବା ରାଶିକୁ ଆଡଜଷ୍ଟ କରିବା ପାଇଁ ଏକ ବ୍ୟବସ୍ଥା ନିର୍ଦ୍ଧାରଣ କରିବାକୁ ପରିଷଦ ସୁପାରିସ କରିଛି ।
ଆଇନ ଏବଂ ପ୍ରକ୍ରିୟା ସମ୍ବନ୍ଧୀୟ ଅନ୍ୟାନ୍ୟ ପଦକ୍ଷେପ

୨୩ . ସର୍ବଭାରତୀୟ ଭିତ୍ତିରେ ବାୟୋମେଟ୍ରିକ ଭିତ୍ତିକ ଆଧାର ପ୍ରମାଣୀକରଣ କାର୍ଯ୍ୟକାରୀ କରିବା: ପଞ୍ଜୀକରଣ ଆବେଦନକାରୀଙ୍କ ବାୟୋମେଟ୍ରିକ୍ ଆଧାରିତ ଆଧାର ପ୍ରମାଣୀକରଣ କୁ ପର୍ଯ୍ୟୟକ୍ରମେ କାର୍ଯ୍ୟକାରୀ କରିବାକୁ ଜିଏସ୍‌ଟି ପରିଷଦ ସୁପାରିସ କରିଛି । ଏହା ଦ୍ୱାରା ଜିଏସ୍‌ଟିରେ ପଞ୍ଜୀକରଣ ପ୍ରକ୍ରିୟା ସୁଦୃଢ଼ ହେବା ସହ ନକଲି ଚାଲାଣ ଜରିଆରେ ହେଉଥିବା ଜାଲ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଦାବିର ମୁକାବିଲା କରିବାରେ ସହାୟକ ହେବ ।
୨୪ . ସିଜିଏସ୍‌ଟି ଆଇନ, ୨୦୧୭ର ଧାରା ୭୩ ଏବଂ ଧାରା ୭୪ରେ ସଂଶୋଧନ ଏବଂ ସିଜିଏସ୍‌ଟି ଆଇନରେ ଏକ ନୂତନ ଧାରା ୭୪ ଏକ କୁ ସାମିଲ କରିବା, ଯେଉଁଥିରେ ଠକେଇ, ଚାପ ପ୍ରୟୋଗ, ଇଚ୍ଛାକୃତ ଭୁଲ ବୟାନ ଇତ୍ୟାଦି ସମ୍ପୃକ୍ତ ହେଉ ନା କାହିଁକି ଡିମାଣ୍ଡ ନୋଟିସ୍ ଏବଂ ଆଦେଶ ଜାରି କରିବା ପାଇଁ ସାଧାରଣ ସମୟ ସୀମା ରଖାଯାଇଛି: ବର୍ତ୍ତମାନ, ଡିମାଣ୍ଡ ନୋଟିସ୍ ଏବଂ ଡିମାଣ୍ଡ ଅର୍ଡର ଜାରି କରିବା ପାଇଁ ଏକ ଭିନ୍ନ ସମୟ ସୀମା ରହିଛି । ଯେଉଁ କ୍ଷେତ୍ରରେ ଠକେଇ, ଚାପପ୍ରୟୋଗ, ଇଚ୍ଛାକୃତ ଭୁଲ ବୟାନ ଇତ୍ୟାଦି ଅଭିଯୋଗ ସମ୍ପୃକ୍ତ ନଥାଏ ଏବଂ ଯେଉଁ କ୍ଷେତ୍ରରେ ସେହି ଅଭିଯୋଗ ସମ୍ପୃକ୍ତ ଥାଏ, ସେହି ଉଭୟ କ୍ଷେତ୍ରରେ ଏହା ଲାଗୁ ହୋଇଥାଏ । ଏହି ବ୍ୟବସ୍ଥାଗୁଡ଼ିକର କାର୍ଯ୍ୟକାରିତାକୁ ସରଳ କରିବା ପାଇଁ ଜିଏସ୍‌ଟି ପରିଷଦ, ଯେଉଁ କ୍ଷେତ୍ରରେ ଠକେଇ କିମ୍ବା ଇଚ୍ଛାକୃତ ଭୁଲ ବୟାନ ଅଭିଯୋଗରେ ସମ୍ପୃକ୍ତି ନାହିଁ ଏବଂ ଠକେଇ କିମ୍ବା ଇଚ୍ଛାକୃତ ଭୁଲ ବୟାନ ଇତ୍ୟାଦି ଅଭିଯୋଗ ସହିତ ଜଡିତ ନୁହେଁ ସେହି କ୍ଷେତ୍ରରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଦାବି ସମ୍ବନ୍ଧରେ ଡିମାଣ୍ଡ ନୋଟିସ୍ ଓ ଆଦେଶ ଜାରି କରିବା ପାଇଁ ଏକ ସମାନ ସମୟ ସୀମା ପ୍ରଦାନ କରିବାକୁ ସୁପାରିସ କରିଛି । ଏଥିସହିତ ଟିକସଦାତାଙ୍କ ପାଇଁ ସୁଧ ସହିତ ଦାବି କରାଯାଇଥିବା ଟିକସ ପୈଠ କରି କମ୍ ଜରିମାନାର ଲାଭ ଉଠାଇବାର ସମୟ ସୀମାକୁ ୩୦ ଦିନରୁ ୬୦ ଦିନକୁ ବୃଦ୍ଧି କରିବାକୁ ସୁପାରିସ କରାଯାଇଛି ।
୨୫ . ଜିଏସ୍‌ଟି ଅଧୀନରେ ଲାଭଖୋରୀ ନିରାକରଣ ପାଇଁ ଏକ ଅନ୍ତିମ ଧାରା ପ୍ରଦାନ କରିବା ଏବଂ ଜିଏସ୍‌ଟି ଆପିଲେଟ୍ ଟ୍ରିବ୍ୟୁନାଲ (ଜିଏସ୍‌ଟିଏଟି)ର ପ୍ରମୁଖ ଖଣ୍ଡପୀଠ ଦ୍ୱାରା ଲାଭଖୋରୀ ନିରୋଧୀ ବା ଆଣ୍ଟି ପ୍ରଫିଟିୟରିଂ ମାମଲା ପରିଚାଳନାର ବ୍ୟବସ୍ଥା କରିବା ପାଇଁ ପରିଷଦ ସିଜିଏସ୍‌ଟି ଅଧିନିୟମ, ୨୦୧୭ର ଧାରା ୧୭୧ ଏବଂ ଧାରା ୧୦୯ରେ ସଂଶୋଧନ ପାଇଁ ସୁପାରିସ କରିଛି । ଆଣ୍ଟି-ପ୍ରଫିଟିୟରିଂ ସମ୍ପର୍କରେ କୌଣସି ନୂତନ ଆବେଦନ ଗ୍ରହଣ ପାଇଁ ପରିଷଦ ୦୧.୦୪.୨୦୨୫ ଅନ୍ତିମ ତାରିଖ ସୁପାରିସ କରିଛି ।
୨୬ . ଆଇଜିଏସ୍‌ଟି ଆଇନର ଧାରା ୧୬ ରେ ସଂଶୋଧନ ଏବଂ ରପ୍ତାନି ଶୁଳ୍କ ଦେୟଯୋଗ୍ୟ ମାମଲାରେ ଆଇଜିଏସ୍‌ଟିର ରିଫଣ୍ଡକୁ ହ୍ରାସ କରିବା ପାଇଁ ସିଜିଏସ୍‌ଟି ଆଇନର ଧାରା ୫୪ ରେ ସଂଶୋଧନ: ରପ୍ତାନି ଶୁଳ୍କ ଅଧୀନରେ ଥିବା ସାମଗ୍ରୀ ସମ୍ପର୍କରେ ରିଫଣ୍ଡ ପ୍ରଦାନ କରିବା ପାଇଁ ପରିଷଦ ଆଇଜିଏସ୍‌ଟି ଆଇନର ଧାରା ୧୬ ଏବଂ ସିଜିଏସ୍‌ଟି ଆଇନର ଧାରା ୫୪ରେ ସଂଶୋଧନ କରିବାକୁ ସୁପାରିସ କରିଛି । ଉପରୋକ୍ତ ବସ୍ତୁଗୁଡିକ ବିନା ଟିକସ ଦେୟରେ କିମ୍ବା ଟିକସ ପୈଠ ସହିତ ରପ୍ତାନି କରାଯାଉ ନା କାହିଁକି, ନିଷିଦ୍ଧ ଅଟେ, ଏବଂ ଯଦି ଏହି ପରି ସାମଗ୍ରୀ ଗୁଡିକ କୌଣସି ଏସଇଜେଡ୍ ଡେଭଲପର୍ କିମ୍ବା ଅଧିକୃତ କାର୍ଯ୍ୟ ପାଇଁ ଏସ୍‌ଇଜେଡ୍ ୟୁନିଟକୁ ଯୋଗାଇ ଦିଆଯାଏ ତେବେ ଏଭଳି ପ୍ରତିବନ୍ଧକ ମଧ୍ୟ ଲାଗୁ ହେବା ଉଚିତ୍ ।
୨୭. ଫର୍ମ ଜିଏସ୍‌ଟିଆର-୧ ର ସାରଣୀ-୫ରେ ବି୨ସି ଆନ୍ତଃରାଜ୍ୟ ଯୋଗାଣର ରିପୋର୍ଟିଂ ପାଇଁ ସୀମାକୁ ୨.୫ ଲକ୍ଷ ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ହ୍ରାସ କରିବାକୁ ସୁପାରିସ କରାଯାଇଛି ।
୨୮ . ସିଜିଏସ୍‌ଟି ଆଇନର ଧାରା ୫୧ ଅନୁଯାୟୀ ଉତ୍ସରେ ଟିକସ କାଟିବାକୁ ଥିବା ପଞ୍ଜୀକୃତ ବ୍ୟକ୍ତିମାନେ ଦାଖଲ କରିବାକୁ ଥିବା ଫର୍ମ ଜିଏସ୍‌ଟିଆର-୭ରେ ରିଟର୍ଣ୍ଣ ପ୍ରତି ମାସରେ ଦାଖଲ କରିବାକୁ ପରିଷଦ ସୁପାରିସ କରିଛି । ଶୂନ୍ୟ ଫର୍ମ ଜିଏସ୍‌ଟିଆର୍‌-୭ ରିଟର୍ଣ୍ଣ ଫାଇଲ କରିବାରେ ବିଳମ୍ବ କଲେ କୌଣସି ବିଳମ୍ବ ଶୁଳ୍କ ଦେବାକୁ ପଡ଼ିବ ନାହିଁ ବୋଲି ସୁପାରିସ କରାଯାଇଛି । ଏହାବ୍ୟତୀତ ଉକ୍ତ ଫର୍ମ ଜିଏସ୍‌ଟିଆର-୭ ରିଟର୍ଣ୍ଣରେ ଚାଲାଣ ଭିତ୍ତିକ ବିବରଣୀ ଦାଖଲ କରିବାକୁ ସୁପାରିସ କରାଯାଇଛି ।
ଟିପ୍ପଣୀ : ଜିଏସ୍‌ଟି ପରିଷଦର ସୁପାରିସଗୁଡିକ ଏହି ବିଜ୍ଞପ୍ତିରେ ଉପସ୍ଥାପିତ କରାଯାଇଛି ଯେଉଁଥିରେ ଅଂଶୀଦାରମାନଙ୍କ ସୂଚନା ପାଇଁ ସରଳ ଭାଷାରେ ନିଷ୍ପତ୍ତିର ପ୍ରମୁଖ ବିଷୟବସ୍ତୁ ରହିଛି । ସମ୍ପୃକ୍ତ ସର୍କୁଲାର/ବିଜ୍ଞପ୍ତି/ଆଇନ ସଂଶୋଧନ ମାଧ୍ୟମରେ ସୁପାରିସଗୁଡ଼ିକ କାର୍ଯ୍ୟକାରୀ ହେବ, ଯେଉଁଥିରେ କେବଳ ଆଇନର ଗୁରୁତ୍ୱ ରହିବ ।

Leave A Reply

Your email address will not be published.