ପାକିସ୍ତାନ ସୀମାରେ ଥିବା ସାମ୍ବା ସେକ୍ଟରରେ ଆଉ ଏକ ସୁଡ଼‌ଙ୍ଗ ମିଳିଲା

ଜାମ୍ମୁ : ବୁଧବାର ସକାଳେ ଜାମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ପାକିସ୍ତାନ ସହ ଅନ୍ତର୍ଜାତୀୟ ସୀମାରେ ବିଏସଏଫ କର୍ମଚାରୀମାନେ ଆଉ ଏକ ସୁଡ଼‌ଙ୍ଗ ଠାବ କରିଛନ୍ତି । ସୀମା ସୁରକ୍ଷା ବାହିନୀ ଅଧିକାରୀ କହିଛନ୍ତି ଯେ, ପାକିସ୍ତାନ ସହାୟତାରେ ଆତଙ୍କବାଦୀମାନେ ସୀମାରୁ ଅନୁପ୍ରବେଶ ପାଇଁ ସାମ୍ବା ସେକ୍ଟରର ବବିୟାନ ଗ୍ରାମରେ ଏହି ସୁଡ଼‌ଙ୍ଗ ନିର୍ମାଣ କରିଥିଲେ ।

ତାଙ୍କ କହିବାନୁସାରେ, ଏହି ସୁଡ଼‌ଙ୍ଗର ବୟସ କେତେ ଏବଂ ଆତଙ୍କବାଦୀମାନେ ଏହି ସୁଡ଼‌ଙ୍ଗକୁ ଭାରତ ସୀମାରେ ପ୍ରବେଶ କରିବା ପାଇଁ ବ୍ୟବହାର କରିଛନ୍ତି କି ନାହିଁ ତାହା ନିଶ୍ଚିତ କରିବା କଷ୍ଟସାଧ୍ୟ । ବିଏସଏଫ ଜାମ୍ମୁ ରେଞ୍ଜ ଏନଏସ ଜାମୱାଲ ସୁଡ଼‌ଙ୍ଗ ପରିଦର୍ଶନ କରିବା ପରେ ସ୍ଥାନୀୟ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଅନ୍ତର୍ଜାତୀୟ ସୀମାରେ ମିଳୁଥିବା ଏହି ସୁଡ଼‌ଙ୍ଗର ଦୈର୍ଘ୍ୟ ପ୍ରାୟ ୧୫୦ ମିଟର ଏବଂ ଏହାର ଗଭୀରତା ପ୍ରାୟ ୨୫ ରୁ ୩୦ ଫୁଟ ।

ସେ ଏହା ମଧ୍ୟ କହିଛନ୍ତି ଯେ ଏହି ସୁଡ଼‌ଙ୍ଗର ମୁଖ ପ୍ରାୟ ଅଢେ଼ଇରୁ ତିନି ଫୁଟ । ଏହା ସୀମାଠାରୁ ପ୍ରାୟ ୩୦ ମିଟର ଦୂରରେ ଭାରତୀୟ ଅଞ୍ଚଳରେ ଖୋଲିଛି ।

Leave A Reply

Your email address will not be published.