ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ଶାହା ଓ ରାଜନାଥ ସିଂହ ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ

ନୂଆଦିଲ୍ଲୀ : ପବିତ୍ର ମହାଶିବରାତ୍ରୀ ଆଜି । ଦେବ ଦେବ ମହାଦେବ‌ଙ୍କ ପୂଜନୋ‌ତ୍ସବ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶୈବ ପୀଠ । ମହାଦେବଙ୍କ ଜାଗର ଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଗୃହମନ୍ତ୍ରୀ ଅମିତ ଶାହା । ପ୍ରଧାନମନ୍ତ୍ରୀ ତାଙ୍କ ଟ୍ଵିଟରେ ଲେଖିଛନ୍ତି ଯେ, ଦେଶବାସୀଙ୍କୁ ମହାଶିବରାତ୍ରୀର ପାଳନ ଅବସରରେ ଅନେକ ଅନେକ ଶୁଭକାମନା । ହର ହର ମହାଦେବ ! ଗୃହ ମନ୍ତ୍ରୀ ଅମିତ ଶାହା ଲେଖିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ ମହାଶିବରାତ୍ରୀର ପାବନ ଅବସରରେ ହାର୍ଦ୍ଧିକ ଶୁଭକାମନା । ମହାଦେବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରଦାନ କରନ୍ତୁ । ଓଁ ନମଃ ଶିବାୟ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ଵିଟରେ ଲେଖିଛନ୍ତି ଯେ, ମହାଶିବରାତ୍ରୀର ପାବନ ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭକାମନା । ଭୋଳାନାଥ ଆପଣ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଶାନ୍ତି ପ୍ରଦାନ କରନ୍ତୁ । ଜୟ ଭୋଳାନାଥ ।

Leave A Reply

Your email address will not be published.