oom

ରାଜନୀତିରେ ପାରିବାରବାଦର ଅନ୍ତ ନିଶ୍ଚିତ, ତେଲେଙ୍ଗାନା-ପଶ୍ଚିମବଙ୍ଗରେ ଖୁବ ଶୀଘ୍ର ବିଜେପି ସରକାର : ଗୃହମନ୍ତ୍ରୀ ଅମିତ ଶାହା

jsmm

ହାଇଦ୍ରାବାଦ : ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପାରିବାରବାଦ, ଜାତିବାଦ ଏବଂ ତୁଷ୍ଟିକରଣ ରାଜନୀତି ଉପରେ ଘନଘୋର ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ, ଏଭଳି ରାଜନୀତି ସବୁଠାରୁ ବଡ ପାପ ଏବଂ ଦେଶ ବର୍ଷ ବର୍ଷ ଧରି ଏହା ଭୋଗୁଛି । କିନ୍ତୁ ବର୍ତ୍ତମାନ ବଂଶବାଦର ରାଜନୀତି ଶେଷ ହେବ । ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନାରେ ବିଜେପି ପାରିବାରିକ ରାଜନୀତିକୁ ଶେଷ କରିବ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଦେଶରେ ଆସନ୍ତା ୩୦ ରୁ ୪୦ ବର୍ଷ ପର୍ଯ୍ୟନ୍ତ ବିଜେପିର ଶାସନ ରହିବ ଏବଂ ଦଳ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଓଡିଶା ସମେତ ଅନ୍ୟ ସମସ୍ତ ରାଜ୍ୟରେ କ୍ଷମତା ହାସଲ କରିବା ସହିତ ବଂଶବାଦ ରାଜନୀତିକୁ ସମାପ୍ତ କରିବ ।

ଅମିତ ଶାହା ଆହୁରି କହିଛନ୍ତି ଯେ, କଂଗ୍ରେସ ଏକ ପାରିବାରିକ ଦଳ ହୋଇସାରିଛି । କଂଗ୍ରେସର ଅନେକ ନେତା ଦଳର ଆଭ୍ୟନ୍ତରୀଣ ଗଣତନ୍ତ୍ର ପାଇଁ ଲଢ଼ୁଛନ୍ତି । କିନ୍ତୁ ଗାନ୍ଧୀ ପରିବାର ସାଂଗଠନିକ ନିର୍ବାଚନ ହେବାକୁ ଦେଉନାହାନ୍ତି । ସେମାନଙ୍କୁ ଦଳ ଉପରେ ନିୟନ୍ତ୍ରଣ ହରାଇବାର ଭୟ ରହିଛି ।

jittmm
Leave A Reply

Your email address will not be published.