jayashree

ପ୍ରିୟଙ୍କା ଗାନ୍ଧୀ ରାମପୁରରେ କହିଛନ୍ତି – ‘କୃଷକମାନଙ୍କ ଉପରେ ଅତ୍ୟାଚାର କରାଯାଉଛି, ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ’

ରାମପୁର : ଜାନୁଆରୀ ୨୬ରେ ଗଣତନ୍ତ୍ର ଦିବସରେ ଦିଲ୍ଲୀ ହିଂସା ସମୟରେ ଟ୍ରାକ୍ଟର ଓଲଟି ପଡ଼ିବା ପରେ ମୃତ କୃଷକଙ୍କ ପରିବାର ପାଖରେ ପହଞ୍ଚି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଚାଷୀଙ୍କ ଉପରେ ଅତ୍ୟାଚାର କରାଯାଉଛି । ସମଗ୍ର ଦେଶ ଚାଷୀଙ୍କ ସହିତ ଛିଡା ହୋଇଛି । ସରକାର ତିନୋଟି କଳା ନିୟମ ପ୍ରତ୍ୟାହାର ନକରିବା ପର୍ୟ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି । ପ୍ରିୟଙ୍କା ଗାନ୍ଧୀ ମୃତ କୃଷକଙ୍କ ପରିବାର ସହିତ ସାକ୍ଷାତ କରି ସମବେଦନା ଜଣାଇଛନ୍ତି ।

ସେ କହିଛନ୍ତି ରାଜନୈତିକ କଥାବାର୍ତ୍ତା କରିବାର ଏହା ଏକ ସମୟ ନୁହେଁ, କିନ୍ତୁ ଆମେ ଏପରି ଅତ୍ୟାଚାରକୁ ସହ୍ୟ କରିପାରିବୁ ନାହିଁ । ସତ ହେଉଛି ସତ, ଏହା ଏକ ରାଜନୈତିକ ଆନ୍ଦୋଳନ ନୁହେଁ, ଏହା ଏକ ପ୍ରକୃତ ଆନ୍ଦୋଳନ । ଆମ୍‌ ଜନତା ଆନ୍ଦୋଳନ, ତେଣୁ ମୁଁ ଆଜି ଏଠାକୁ ଆସିଥିଲି । କାରଣ ମୁଁ ଚାହେଁ ଏହି ପରିବାରକୁ କହିବାକୁ ଯେ ତୁମେ ଏକା ନୁହଁ, ଏହି ଦେଶର ପ୍ରତ୍ୟେକ ଦେଶବାସୀ ତୁମ ସହିତ ଠିଆ ହୋଇଛନ୍ତି । ଜାତି ଧର୍ମ ନିର୍ବିଶେଷରେ ଏହି ଦେଶର କୋଣ ଅନୁକୋଣର କୃଷକମାନେ ତୁମ ସହିତ ଛିଡା ହୋଇଛନ୍ତି, ଆମେ ସମସେ୍‌ସ୍ତ ତୁମ ସହିତ ଛିଡା ହୋଇଛୁ ।

ପ୍ରିୟଙ୍କା ଗାନ୍ଧୀ ଆହୁରି କହିଛନ୍ତି- ‘ଆଜି ଆମର ହଜାର ହଜାର କଂଗ୍ରେସ କର୍ମୀ ଅଛନ୍ତି, ଯେଉଁମାନେ ମୋ ସହିତ ଅଛନ୍ତି । ମୁଁ ସର୍ଦ୍ଦାର ହରଜିତ ସିଂ ଜୀଙ୍କୁ କହିବାକୁ ଚାହେଁ ଯେ, ଆମେ ତୁମ ନାତିଙ୍କ ଶହୀଦକୁ ବ୍ୟର୍ଥ ହେବାକୁ ଦେବୁ ନାହିଁ, ମୁଁ ଏଠାକୁ ଆସିଛି, ଆଶା ତୁମର ମନରେ ସମାନ କଥା ରହିଥିବ । ଏହି ତିନୋଟି କଳା କାନୁନ ସରକାର ପ୍ରତ୍ୟାହାର ନକରିବା ପର୍ୟ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ।’

Leave A Reply

Your email address will not be published.