ଆମେରିକାର ମହାବିନାଶକ କ୍ଷେପଣାସ୍ତ୍ର ପରୀକ୍ଷଣ : କ୍ଷେପିପାରେ ୮ ହଜାର କିଲୋମିଟର, ରଚିପାରେ ଧ୍ୱଂସର ତା‌ଣ୍ଡବ

ୱାଶିଂଟନ୍ : ରୁଷ୍‌ ଏବଂ ଚୀନ୍ ସହ ଚାଲିଥିବା ତିକ୍ତତା ମଧ୍ୟରେ ଆଟଲାଣ୍ଟିକ୍ ମହାସାଗରରେ ଆମେରିକା ସବ୍‌ମରିନ୍‌ରୁ ନିକ୍ଷେପ ହେଉଥିବା ମହାବିନାଶକ କ୍ଷେପଣାସ୍ତ୍ର ଟ୍ରାଇଡେଣ୍ଟ-୨କୁ ସଫଳତାର ସହ ପରୀକ୍ଷଣ କରିଛି । କୁହାଯାଇଛି, ଏହି କ୍ଷେପଣାସ୍ତ୍ର ଆଣବିକ ଅସ୍ତ୍ରଶସ୍ତ୍ର ବହନ କରିବାରେ ସକ୍ଷମ ଏକ କ୍ଷେପଣାସ୍ତ୍ର ୮ ହଜାର କିଲୋମିଟରକୁ ଛୁଇଁପାରେ । ସୂଚନାରେ ଆହୁରି କୁହାଯାଉଛି ଯେ, ଟ୍ରାଇଡେଣ୍ଟ କ୍ଷେପଣାସ୍ତ୍ର ଫ୍ଲୋରିଡା ଉପକୂଳରୁ ଯାଇ ଆଫ୍ରିକା ନିକଟ ଆସେନ୍ସନ୍ ଦ୍ୱୀପରୁ ଖସିପଡିଥିଲା। ଏହି ସମୟରେ କ୍ଷେପଣାସ୍ତ୍ର ପ୍ରାୟ ୮୨୦୦ କିଲୋମିଟର ଦୂରତା ଅତିକ୍ରମ କରିଥିଲା । କ୍ଷେପଣାସ୍ତ୍ର ଉତକ୍ଷେପଣ ସମୟରେ ଫ୍ଲୋରିଡାଠାରେ ସନ୍ଧ୍ୟା ସମୟରେ ଲୋକମାନେ ଅନୁଭବ କରିଥିଲେ ଯେ ବୋଧହୁଏ ଧୂମକେତୁ ଧୂଆଁ ଛାଡି ଛାଡ଼ି ଯାଉଛି । ଯେଉଁ ସମୟରେ ରୁଷ୍‌ ଏବଂ ଚୀନ୍ ସହିତ ତିକ୍ତତା ବୃଦ୍ଧି ପାଉଛି, ସେତେବେଳେ ଆମେରିକା ଏହି ପରୀକ୍ଷଣ କରିଛି । ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ଶତ୍ରୁ ଆକ୍ରମଣ ପରେ ଆମେରିକା ଏବଂ ବ୍ରିଟେନର ପ୍ରତିଶୋଧ ନେବାର କ୍ଷମତା ପରୀକ୍ଷା କରିବା ପାଇଁ ଏହି କ୍ଷେପଣାସ୍ତ୍ର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ।

Leave A Reply

Your email address will not be published.