ଆମେରିକାକୁ ପଛରେ ପକାଇଲା ଚୀନ୍‌ : ୟୁରୋପୀୟ ସଂଘର ସର୍ବବୃହତ ବାଣିଜ୍ୟ ଭାଗିଦାରୀ ହେଲା

ବେଜିଂ : ୨୦୨୦ ମସିହାରେ ଆମେରିକାକୁ ପଛରେ ପକାଇ ଚୀନ୍‌ ୟୁରୋପୀୟ ସଂଘର ସର୍ବବୃହତ ବାଣିଜ୍ୟିକ ଅଂଶୀଦାର ହୋଇପାରିଛି । ୟୁରୋପର ପ୍ରମୁଖ ଅଂଶୀଦାର ଦେଶ ମଧ୍ୟରେ କରୋନା ମହାମାରୀ ହେତୁ ବାଣିଜ୍ୟ ହ୍ରାସ ପାଇଲା । କିନ୍ତୁ ଚୀନ୍ ଏହି ବ୍ୟାପକ ଧାରାକୁ ରୋକିବାରେ ସଫଳ ହେଇଛି ।

ଗତ ବର୍ଷ ଚୀନ୍ ଏବଂ ୟୁରୋପୀୟ ୟୁନିଅନ୍ ମଧ୍ୟରେ ବାଣିଜ୍ୟ ୭୦୯ ବିଲିୟନ ଡ଼ଲାର୍ ଥିବା ବେଳେ ଏହି ତୁଳନାରେ ଆମେରିକାର ବାଣିଜ୍ୟ ୬୭୧ ବିଲିୟନ ଡ଼ଲାର୍ ଥିଲା । ଯଦିଓ କରୋନା ମହାମାରୀ ହେତୁ ପ୍ରଥମ ତିନି ମାସରେ ଚୀନ୍‌ର ଅର୍ଥନୀତି ଖରାପ ହୋଇଯାଇଥିଲା, କିନ୍‌ନ୍ତୁ ପରେ ଅର୍ଥନୈତିକ ସ୍ଥିତିରେ ସୁଧାର ଆସିବା ପରେ ବର୍ଷ ଶେଷରେ ୟୁରୋପୀୟ ୟୁନିଅନର ସାମଗ୍ରୀ ଚାହିଦା ବୃଦ୍ଧି ପାଇଥିଲା ।

ସାରା ବି‌ଶ୍ୱରେ ୨୦୨୦ ମସିହାରେ ଚୀନ୍ ଏକମାତ୍ର ଦେଶ, ଯେଉଁ ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ଦେଖା ଯାଇଥିଲା । ଏହି କାରଣରୁ, ୟୁରୋପୀୟ କାର ଏବଂ ବିଳାସପୂର୍ଣ୍ଣ ସାମଗ୍ରୀର ଚାହିଦା ଏଠାରେ ବୃଦ୍ଧି ପାଇଲା । ଏହି ସମୟରେ ମେଡିକାଲ ଉପକରଣ ଏବଂ ଇଲେକ୍ଟ୍ରୋନିକ୍ସର ଚାହିଦା ହେତୁ ୟୁରୋପରେ ଚୀନ୍ ରପ୍ତାନୀ କ୍ଷେତ୍ରରେ ମଧ୍ୟ ଲାଭବାନ ହେଲା ।

ୟୁରୋପୀୟ ୟୁନିଅନର ପରିସଂଖ୍ୟାନ କାର୍ୟ୍ୟାଳୟ ୟୁରୋଷ୍ଟାଟ ଅନୁଯାୟୀ, ୨୦୨୦ ରେ ଚୀନ୍ ୟୁରୋପୀୟ ୟୁନିଅନର ଏକ ପ୍ରମୁଖ ଅଂଶୀଦାର ଥିଲା । ଆମଦାନୀ (+ ୫.୬%) ଏବଂ ରପ୍ତାନି (+ ୨.୨%) ବୃଦ୍ଧି ହେତୁ ଏହିପରି ଫଳାଫଳ ଆସିଛି ।

Leave A Reply

Your email address will not be published.