କରୋନାର ଡେଲ୍ଟା ଭାରିଆଣ୍ଟ ଅପେକ୍ଷା ଓମିକ୍ରନ୍ ଅଧିକ ସଂକ୍ରାମକ !

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କହିଛି ଯେ, କରୋନା ଭୂତାଣୁର ନୂତନ ପ୍ରକାର ‘ଓମିକ୍ରନ୍’ ଡେଲଟା ଫର୍ମ ସମେତ ଅନ୍ୟ ଫର୍ମ ଅପେକ୍ଷା ଅଧିକ ସଂକ୍ରାମକ ଏବଂ ଏହା ଏକ ଗୁରୁତର ରୋଗ କି ନୁହେଁ ତାହା ସ୍ପଷ୍ଟ ନୁହେଁ । ଡବ୍ଲ୍ୟୁଏଚ୍‌ଓ କହିଛି, ଓମିକ୍ରନ୍ ସହିତ ଜଡିତ ଲକ୍ଷଣଗୁଡିକ ଅନ୍ୟ ପ୍ରକାରର ତୁଳନାରେ ଭିନ୍ନ ବୋଲି ସୂଚାଇବା ପାଇଁ କୌଣସି ସୂଚନା ଉପଲବ୍ଧ ନାହିଁ । ଏଥିପାଇଁ ଏକ ସପ୍ତାହ ପର୍ୟ୍ୟନ୍ତ ଲାଗିବ ।

ଏହା ପୂର୍ବରୁ କୁହାଯାଉଥିଲା ଯେ ଓମିକ୍ରନ୍ ଠାରୁ ନୂତନ ତରଙ୍ଗର ଆଶଙ୍କା ଅଧିକ ଅଛି, କାରଣ ଏହା ଡେଲ୍ଟା ଠାରୁ ୬ ଗୁଣ ଅଧିକ ଦ୍ରୁତ ଗତିରେ ବିସ୍ତାର କରୁଛି ଜ୍ଝ କେବଳ ଏତିକି ନୁହେଁ, ଏହା ମଧ୍ୟ ଦ୍ରୁତ ଗତିରେ ପରିବର୍ତ୍ତନ ହେବାକୁ ଯାଉଛି ।

Leave A Reply

Your email address will not be published.