ବିଧାନସଭା ନିର୍ବାଚନ : ତାମିଲନାଡୁ, କେରଳ, ପୁଡୁଚେରୀରେ ଭୋଟ୍ ଏପ୍ରିଲ ୬ ରେ, ପଶ୍ଚିମବଙ୍ଗରେ ଆଠଟି ପର୍ୟ୍ୟାୟରେ ନିର୍ବାଚନ

ନୂଆଦି‌ଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋଡ଼ା ଶୁକ୍ରବାର ଦିନ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ, ପୁଡୁଚେରୀ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଏହି ପାଞ୍ଚଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ କେବଳ ଭାରତୀୟ ଜନତା ପାର୍ଟି ସରକାର ଆସାମରେ ଅଛନ୍ତି ।

ଆଠଟି ପର୍ୟ୍ୟାୟରେ ପଶ୍ଚିମବଙ୍ଗରେ ମତଦାନ ହେବ । ପ୍ରଥମ ପର୍ୟ୍ୟାୟ – ୩୦ ବିଧାନସଭା ଆସନ, ମାର୍ଚ୍ଚ ୨ ରେ ବିଜ୍ଞପ୍ତି ପ୍ରକାଶ ପାଇବ । ୯ ମାର୍ଚ୍ଚରେ ନାମାଙ୍କନ ପତ୍ରର ଶେଷ ଦିନ, ମତଦାନ ତାରିଖ ୨୭ ମାର୍ଚ୍ଚ । ଦ୍ୱିତୀୟ ପର୍ୟ୍ୟାୟ – ୩୦ ବିଧାନସଭା ଆସନ, ମାର୍ଚ୍ଚ ୫ ରେ ବିଜ୍ଞପ୍ତି ଜାରି କରାଯିବ । ୧୨ ମାର୍ଚ୍ଚରେ ନାମାଙ୍କନପତ୍ରର ଶେଷ ଦିନ, ଭୋଟ୍ ତାରିଖ ୧ ଏପ୍ରିଲ୍ । ତୃତୀୟ ପର୍ୟ୍ୟାୟ – ୩୧ ବିଧାନସଭା ଆସନ, ୧୨ ମାର୍ଚ୍ଚରେ ବିଜ୍ଞପ୍ତି ଜାରି କରାଯିବ । ୧୯ ମାର୍ଚ୍ଚରେ ନାମାଙ୍କନ ପତ୍ରର ଶେଷ ଦିନ, ମତଦାନ ତାରିଖ ୬ ଏପ୍ରିଲ । ଚତୁର୍ଥ ପର୍ୟ୍ୟାୟ – ୪୪ ବିଧାନସଭା ଆସନ, ବିଜ୍ଞପ୍ତି ୧୬ ମାର୍ଚ୍ଚରେ ପ୍ରକାଶ ପାଇବ । ୧୯ ମାର୍ଚ୍ଚରେ ନାମାଙ୍କନପତ୍ରର ଶେଷ ଦିନ, ଭୋଟ୍ ତାରିଖ ୧୦ ଏପ୍ରିଲ୍ । ପଞ୍ଚମ ପର୍ୟ୍ୟାୟ – ୪୫ ବିଧାନସଭା ଆସନ, ବିଜ୍ଞପ୍ତି ୨୩ ମାର୍ଚ୍ଚରେ ପ୍ରକାଶ ପାଇବ । ୩୦ ମାର୍ଚ୍ଚରେ ନାମାଙ୍କନ ପତ୍ରର ଶେଷ ଦିନ, ମତଦାନ ତାରିଖ ୧୭ ଏପ୍ରିଲ । ଷଷ୍ଠ ପର୍ୟ୍ୟାୟ – ୪୩ ବିଧାନସଭା ଆସନ, ୨୬ ମାର୍ଚ୍ଚରେ ବିଜ୍ଞପ୍ତି ପ୍ରକାଶ ପାଇବ । ୩ ଏପ୍ରିଲରେ ନାମାଙ୍କନ ପତ୍ରର ଶେଷ ଦିନ, ମତଦାନ ତାରିଖ ୨୨ ଏପ୍ରିଲ । ସପ୍ତମ ପର୍ୟ୍ୟାୟ – ୩୬ ବିଧାନସଭା ଆସନ, ୩୧ ମାର୍ଚ୍ଚରେ ବିଜ୍ଞପ୍ତି ଜାରି କରାଯିବ । ୭ ଏପ୍ରିଲରେ ନାମାଙ୍କନପତ୍ରର ଶେଷ ଦିନ, ଭୋଟ୍ ତାରିଖ ୨୬ ଏପ୍ରିଲ୍ । ସେହିପରି ଅଷ୍ଟମ ପର୍ୟ୍ୟାୟ – ୩୫ ବିଧାନସଭା ଆସନ, ୩୧ ମାର୍ଚ୍ଚରେ ବିଜ୍ଞପ୍ତି ଜାରି କରାଯିବ । ୭ ଏପ୍ରିଲରେ ନାମାଙ୍କନପତ୍ରର ଶେଷ ଦିନ, ଭୋଟ୍ ତାରିଖ ୨୯ ଏପ୍ରିଲ୍ ।

ଆସାମରେ ମତଦାନ ତିନିଟି ପର୍ୟ୍ୟାୟରେ ହେବ । ପ୍ରଥମ ପର୍ୟ୍ୟାୟ – ୪୭ ବିଧାନସଭା ଆସନ, ବିଜ୍ଞପ୍ତି ୨ ମାର୍ଚ୍ଚରେ ପ୍ରକାଶ ପାଇବ । ୯ ମାର୍ଚ୍ଚରେ ନାମାଙ୍କନ ପତ୍ରର ଶେଷ ଦିନ, ମତଦାନ ତାରିଖ ୨୭ ମାର୍ଚ୍ଚ । ଦ୍ୱିତୀୟ ପର୍ୟ୍ୟାୟ – ୩୯ ବିଧାନସଭା ଆସନ, ମାର୍ଚ୍ଚ ୫ ରେ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୧୨ ରେ ନାମାଙ୍କନପତ୍ରର ଶେଷ ଦିନ, ଏପ୍ରିଲ ୧ ଭୋଟ୍ ତାରିଖ । ତୃତୀୟ ପର୍ୟ୍ୟାୟ – ୪୦ ବିଧାନସଭା ଆସନ, ବିଜ୍ଞପ୍ତି ୧୨ ମାର୍ଚ୍ଚରେ ପ୍ରକାଶ ପାଇବ । ୧୯ ମାର୍ଚ୍ଚରେ ନାମାଙ୍କନ ପତ୍ରର ଶେଷ ଦିନ, ମତଦାନ ତାରିଖ ୬ ଏପ୍ରିଲ ।

କେରଳର ସମସ୍ତ ବିଧାନସଭା ଆସନ ପାଇଁ ମତଦାନ ଗୋଟିଏ ପର୍ୟ୍ୟାୟରେ ଅନୁଷ୍ଠିତ ହେବ । ମାର୍ଚ୍ଚ ୧୨ ରେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୦ ମାର୍ଚ୍ଚରେ ନାମାଙ୍କନପତ୍ରର ଶେଷ ତାରିଖ, ଭୋଟ୍ ତାରିଖ ୬ ଏପ୍ରିଲ୍ ।

ତାମିଲନାଡୁର ସମସ୍ତ ବିଧାନସଭା ଆସନ ପାଇଁ ମତଦାନ ଗୋଟିଏ ପର୍ୟ୍ୟାୟରେ ଅନୁଷ୍ଠିତ ହେବ । ମାର୍ଚ୍ଚ ୧୨ରେ ବିଜ୍ଞପ୍ତି ପ୍ରକାଶ ପାଇବ । ୧୯ ମାର୍ଚ୍ଚରେ ନାମାଙ୍କନ ପତ୍ରର ଶେଷ ଦିନ, ମତଦାନ ତାରିଖ ୬ ଏପ୍ରିଲ ।

ପୁଡୁଚେରୀର ସମସ୍ତ ବିଧାନସଭା ଆସନ ପାଇଁ ମତଦାନ ଗୋଟିଏ ପର୍ୟ୍ୟାୟରେ ଅନୁଷ୍ଠିତ ହେବ । ମାର୍ଚ୍ଚ ୧୨ ରେ ବିଜ୍ଞପ୍ତି ପ୍ରକାଶ ପାଇବ। ୧୯ ମାର୍ଚ୍ଚରେ ନାମାଙ୍କନ ପତ୍ରର ଶେଷ ଦିନ, ମତଦାନ ତାରିଖ ୬ ଏପ୍ରିଲ ।

ସମସ୍ତ ରାଜ୍ୟରେ ଭୋଟ୍ ଗଣନା ୨ ମଇରେ ହେବ ।

Leave A Reply

Your email address will not be published.