oum

କରୋନା ସଂକ୍ରମଣର ନଛୋଡ଼ବନ୍ଧା ସ୍ଥିତି : ଗତ ୨୪ ଘଂଟାରେ ଦେଶରେ ୩ ଲକ୍ଷ ୩୨ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ, ୨୨୫୬ ଜଣଙ୍କ ପ୍ରାଣ ନେଲା କରୋନା

jsm

ନୂଆଦିଲ୍ଲୀ : କରୋନା ସଂକ୍ରମଣର ନଛୋଡ଼ବନ୍ଧା ପରିସ୍ଥିତି ଯୋଗୁଁ ସାରା ଭାରତରେ ହାହାକାର ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ପୁଣି କେଉଁଠି ଅକ୍‌ସିଜେନ୍‌ ଅଭାବ ତ’ ଆଉ କେଉଁଠି ହସ୍‌ପିଟାଲ୍‌ରେ ବେଡ଼୍‌ ଅଭାବ ଯୋଗୁଁ ଲୋକେ ବିକଳ ହେଉଥିବା ଖବର ମଧ୍ୟ ଆସୁଛି । ଏଭଳି ସ୍ଥିତିରେ ଗତ ୨୪ ଘଂଟାରେ ଦେଶରେ ୩ ଲକ୍ଷ ୩୨ ହଜାର ୫୦୩ ଜଣ ସଂକ୍ରମିତ ହୋଇଥିବା ବେଳେ ୨୨୫୬ ଜଣଙ୍କ ମୂଲ୍ୟବାନ ଜୀବନ ହାନୀ ଘଟିଥିବା ରିପୋର୍ଟରେ କୁହାଯାଇଛି ।

ତେବେ ଦିନକୁ ଦିନ ଭାରତରେ ଭୟାନକ ସ୍ଥିତି ସୃଷ୍ଟି ହେବାରେ ଲାଗିଛି କରୋନା ସଂକ୍ରମଣକୁ ନେଇ । ଉପରମୁହାଁ କରୋନା ଯୋଗୁଁ ଦେଶରେ ଆତଙ୍କ ସୃଷ୍ଟି ହେବାରେ ଲାଗିଛି । ଆଗକୁ ପୁଣି କରୋନା କେଉଁ ବିଭତ୍ସ ପରିସ୍ଥିତି ସୃଷ୍ଟି କରିବ, ତାହାକୁ ନେଇ ଏବେ ଚିନ୍ତାରେ ଦେଶବାସୀ ।

Leave A Reply

Your email address will not be published.