ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ୬୦ ଲକ୍ଷ ମାଇଲଖୁଣ୍ଟ ଅତିକ୍ରମ କଲା

● କ୍ରମାଗତ ଅଷ୍ଟମ ଦିନରେ ମୃତ୍ୟୁ ସଂଖ୍ୟା ୧ ହଜାରରୁ କମ୍
● ସୁସ୍ଥଙ୍କ ମଧ୍ୟରୁ ଅଧାରୁ ଅଧିକ ସର୍ବାଧିକ ମାମଲା ଥିବା ୫ଟି ରାଜ୍ୟରୁ

ନୂଆଦିଲ୍ଲୀ, (ପିଆଇବି) : ଭାରତ ଆଜି ଆଉ ଏକ ଶୀର୍ଷକୁ ଉଠିଛି । କରୋନାରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୬୦ ଲକ୍ଷ (୬୦,୭୭,୯୭୬)ର ମାଇଲଖୁଣ୍ଟକୁ ଅତିକ୍ରମ କରିଛି ।
ଦେଶରେ ନିତିଦିନ ଅଧିକରୁ ଅଧିକ କୋଭିଡ ରୋଗୀ ସୁସ୍ଥ ହେବା ଦ୍ଵାରା ସୁସ୍ଥତା ହାର ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୯,୧୫୪ ଜଣ ସୁସ୍ଥ ହୋଇଛନ୍ତି ।
ଦେଶବ୍ୟାପୀ ମେଡିକାଲରେ ଆନୁଷଙ୍ଗିକ ବ୍ୟବସ୍ଥାରେ ବିକାଶ, କେନ୍ଦ୍ର ଦ୍ୱାରା ନିର୍ଦ୍ଧାରିତ ଚିକିତ୍ସା ପଦ୍ଧତିକୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ଦ୍ୱାରା ଗ୍ରହଣ, ଡାକ୍ତର, ପାରାମେଡିକ ଏବଂ ସ୍ୱାସ୍ଥ୍ୟ ସେବାର ଆଗୁଆ କର୍ମଚାରୀଙ୍କ ଉତ୍ସର୍ଗୀକୃତ ମନୋଭାବ ଯୋଗୁ ଦୈନିକ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
କ୍ରମାଗତ ଆଠ ଦିନ ଧରି ଦେଶରେ ମୃତ୍ୟୁ ସଂଖ୍ୟା ୧ ହଜାରରୁ ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୧୮ ଜଣଙ୍କ ମୃତ୍ୟୁ ହୋଇଛି ।
ଦେଶରେ ମୋଟ କରୋନା ସକ୍ରିୟ ମାମଲା ୮,୬୭,୪୯୬ରେ ରହିଛି । ସକ୍ରିୟ ମାମଲା ନିମ୍ନମୁଖୀ ହେବାରେ ଲାଗିଛି ଏବଂ ଗତ ୩ ଦିନ ଧରି ଏହା ୮ ଲକ୍ଷରୁ ତଳେ ରହିପାରିଛି ।
ଜାତୀୟ ସୁସ୍ଥ ହାର ୮୬.୧୭%କୁ ବୃଦ୍ଧି ପାଇଛି । ଦୈନିକ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ସର୍ବାଧିକ ସୁସ୍ଥ କ୍ଷେତ୍ରରେ ବିଶ୍ୱସ୍ତରରେ ଭାରତ ତାର ସ୍ଥାନ ବଜାୟ ରଖିପାରିଛି । ଯେଉଁ ୫ଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା (ମୋଟର ସକ୍ରିୟ ମାମଲାର ୬୧%) ରହିଛି ସେଠାରୁ ଅଧାରୁ ଅଧିକ (୫୪.୩%) ସୁସ୍ଥ ହୋଇଛନ୍ତି ।
ନୂତନ ସୁସ୍ଥଙ୍କ ମଧ୍ୟରୁ ୮୦% ୧୦ଟି ରାଜ୍ୟ; ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, ଉତ୍ତର ପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ଛତିଶଗଡ଼ରୁ ଆସିଛି ।
ମହାରାଷ୍ଟ୍ରରେ ସର୍ବାଧିକ ୨୬ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୪,୩୮୩ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି ।
ନୂଆ ମାମଲାରୁ ୮୦% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । କେରଳରେ ସର୍ବାଧିକ ନୂଆ ମାମଲା ଆସିଛି । ଏହା ପଛକୁ ମହାରାଷ୍ଟ୍ର ରହିଛି । ଉଭୟ ରାଜ୍ୟରୁ ୧୧ ହଜାରରୁ ଅଧିକ ନୂଆ ମାମଲା ଆସିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୧୮ ଜଣଙ୍କ ମୃତ୍ୟୁ ହୋଇଛି । ତନ୍ମଧ୍ୟରୁ ୮୪% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।
୩୦୮ ମୃତ୍ୟୁ ସହ ମହାରାଷ୍ଟ୍ରରେ ଗତକାଲି ମୋଟ ମୃତ୍ୟୁର ୩୩% ହୋଇଛି । ଏହା ପଛକୁ କର୍ଣ୍ଣାଟକରେ ୧୦୨ଟି ମୃତ୍ୟୁ ହୋଇଛି ।

Leave A Reply

Your email address will not be published.