om academy

ମହିଳାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନକାରୀଙ୍କ ଏବେ ସହରରେ ଲାଗିବ ପୋଷ୍ଟର : ଯୋଗୀ ସରକାରଙ୍କ ନିଷ୍ପତ୍ତି

jsm

ଲଖ୍‌ନଉ : ଉତ୍ତର ପ୍ରଦେଶର ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଉତ୍ତର ପ୍ରଦେଶରେ ମହିଳାମାନଙ୍କ ଉପରେ ଦୁର୍ବ୍ୟବହାର ପ୍ରଦର୍ଶନ ମାମଲା ସାମ୍ନାକୁ ଆସିବା ପରେ ଏହି ମାମଲା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି ରାଜ୍ୟ ସରକାର । ମହିଳାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନକାରୀଙ୍କ ଉପରେ କଡ଼ା ନଜର ରଖାଯିବାକୁ ମହିଳା ପୁଲିସକର୍ମୀଙ୍କ ତଦନ୍ତ ପ୍ରକିୟାକୁ ବି ବଢେ଼ଇ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଅଧିକାରୀମାନଙ୍କୁ କହିଛନ୍ତି ଯେ, ମହିଳାଙ୍କ ଉପରେ କୌଣସି ପ୍ରକାର ବି ଅପରାଧ କରୁଥିବା ଦୁରାଚାରୀଙ୍କୁ ମହିଳା ପୁଲିସ କର୍ମୀମାନଙ୍କ ଦ୍ୱାରା ହିଁ ଦଣ୍ଡିତ କରାଯାଉ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ମହିଳା ପୁଲିସ କର୍ମୀ ମହିଳାମାନଙ୍କ ପ୍ରତି ଅପରାଧ ଭିଆଁଉଥିବା ଅପରାଧୀମାନଙ୍କୁ ଏଭଳି ଉଚିତ ଶିକ୍ଷା ଦିଅନ୍ତୁ ଯେ ଯେମିତି କୌଣସି ବି ମହିଳାଙ୍କ ସହ ଦୁର୍ବ୍ୟବହାର କରିବାକୁ ଅପରାଧୀକୁ ଭୟ ଲାଗୁ । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଯୋଗୀ ମହିଳାମାନଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନକାରୀଙ୍କ ସହରରେ ପୋଷ୍ଟର ଲଗାଇବା ପାଇଁ ମଧ୍ୟ କହିଛନ୍ତି । ଏଭଳି ଆଦେଶ ଏଥିପାଇଁ ଦିଆଯାଇଛି ଯେ, ଅପରାଧୀମାନଙ୍କ ସଂପର୍କରେ ସମସ୍ତଙ୍କୁ ସୂଚନା ମିଳୁ ଏବଂ ସେମାନଙ୍କୁ ସାମାଜ ବହିଷ୍କାର କରୁ ।

Leave A Reply

Your email address will not be published.