କୃଷକ ଜିଦ୍‌ରେ ଅଟଳ : ୫ ଘଣ୍ଟା ବୈଠକରେ କେବଳ ୩୦ ମିନିଟ୍ କଥାବାର୍ତ୍ତା

ନୂଆଦିଲ୍ଲୀ : କୃଷକ ଏବଂ ସରକାରଙ୍କ ମଧ୍ୟରେ ଏକାଦଶ ରାଉଣ୍ଡ ଆଲୋଚନା ଆଜି ଶେଷ ହୋଇଛି । ଆଜି ଏକାଦଶ ରାଉଣ୍ଡ ଆଲୋଚନାରେ ମଧ୍ୟ କୌଣସି ନିଷ୍‌ଷ୍ପତ୍‌ତ୍ତି ଆସିନାହିିଁ । ବୈଠକରୁ ବାହାରିବା ପରେ କୃଷକମାନେ କହିଛନ୍ତି ଯେ, ଆଜି ବୈଠକରେ ମାତ୍ର ୩୦ ମିନିଟ୍ ଆଲୋଚନା ହୋଇଛି । ଏଥି ସହ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ସରକାର କୃଷକମାନଙ୍କୁ ସର୍ବୋତ୍ତମ ପ୍ରସ୍ତାବ ଦେଇଛନ୍ତି, ବର୍ତ୍ତମାନ ଚାଷୀଙ୍କୁ ଏହା ଉପରେ ବିଚାର କରିବାକୁ ପଡିବ । ଆଜିର ବାର୍ତ୍ତାଳାପରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ, ତାର ତାରିଖ ଦିଆଯାଇ ନାହିଁ । କୃଷକ ନେତାମାନେ ନିଶ୍ଚିତ ଭାବରେ ସୂଚାଇ ଦେଇଛନ୍ତି ଯେ ବର୍ତ୍ତମାନ ଦେଢ଼ ମାସ ପରେ ଆଲୋଚନା ହେବ ।

ଆଜିର ଆଲୋଚନା ବିଫଳ ହୋଇଛି ବୋଲି କୃଷକ ନେତାମାନେ କହିଛନ୍ତି । ଏଥି ସହିତ ୨୬ ଜାନୁଆରୀର ଟ୍ରାକ୍ଟର ସମାବେଶ ବିଷୟରେ କୃଷକମାନେ କହିଛନ୍ତି ଯେ, ଟ୍ରାକ୍ଟର ରାଲି ଅନୁଷ୍ଠିତ ହେବ । କିନ୍ତୁ ସରକାରଙ୍କ ଆଜିର ମନୋଭାବରୁ ଏହା ସ୍ପଷ୍ଟ ହୋଇଛି ଯେ ବର୍ତ୍ତମାନ ଚାଷୀଙ୍କ ଜିଦ୍‌ ସାମ୍‌ନା ସରକାର ନଇଁବେ ନାହିଁ । ସରକାର ପୁନର୍ବାର ଏହି ଆଇନକୁ ବଜାୟ ରଖିବାକୁ ପ୍ରସ୍ତାବ ଦେଇଛନ୍ତି ଏବଂ ସମୟକୁ ଦେଢ଼ ବର୍ଷ ବଢ଼ାଇବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ଚାଷୀମାନେ ମନା କରିଦେଇଛନ୍ତି ।

ସୂଚନାନୁସାରେ, ବୈଠକରେ ସରକାର ଏବଂ କୃଷକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ତିନୋଟି କୃଷି ଆଇନ ରଦ୍ଦ କରିବାକୁ ଦାବୀ କରି କୃଷକମାନେ ପୁନର୍ବାର କୃଷି ମନ୍ତ୍ରୀଙ୍କ ସାମ୍ନାରେ ଠିଆ ହୋଇଛନ୍ତି । ଏହି ବୈଠକରେ କୃଷକମାନେ ସ୍ପଷ୍ଟ ଭାବରେ କହିଛନ୍ତି – ଯଦି ସରକାର କୃଷି ଆଇନ ପ୍ରତ୍ୟାହାର ନକରନ୍ତି ତେବେ ଏହି ଆନ୍ଦୋଳନ ଶେଷ ହେବ ନାହିଁ । ତେବେ ସରକାରଙ୍କ ପ୍ରସ୍ତାବକୁ ପୁନର୍ବିଚାର କରିବାକୁ ନରେନ୍ଦ୍ର ସିଂ ତୋମାର କୃଷକମାନଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.