କୃଷକ ନେତା ତଥା ପଞ୍ଜାବୀ ଅଭିନେତାଙ୍କ ସମେତ ୪୦ ଜଣଙ୍କୁ ପଚରାଉଚରା ପାଇଁ ଡାକିଛି ଏନଆଇଏ

ନୂଆଦିଲ୍ଲୀ : ଜଷ୍ଟିସ୍ ଫର ଜଷ୍ଟିସ୍ (ଏସ୍‌ଏଫ୍‌ଜେ) ସମ୍ପର୍କିତ ଏକ ମାମଲାରେ ପଚରାଉଚରା ପାଇଁ କୃଷକ ନେତା ବଲଦେବ ସିଂ ସିର୍ସା ଏବଂ କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କୁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ପକ୍ଷରୁ ଡକାଯାଇଛି । ନ୍ୟାୟିକ ଅପରାଧିକ ପ୍ରକ୍ରିୟା ସଂହିତା ଧାରା ୧୬୦ ଅନୁଯାୟୀ ଶିଖ୍ ଫର ଜଷ୍ଟିସ୍ ସମ୍ବନ୍ଧୀୟ ମାମଲାର ସାକ୍ଷୀ ଭାବରେ ଏନଆଇଏ ପ୍ରାୟ ୪୦ ଜଣଙ୍କୁ ଡକାଇଛି ।

ତେବେ ଏହା‌ଦ୍ୱାରା କୃଷକ ଆନ୍ଦୋଳନକୁ ପ୍ରଭାବିତ କରିବାକୁ କେ‌ନ୍ଦ୍ର ସରକାର ଚାପ ପକାଉଥିବା କୁହାଯାଇଛି । ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ କହିଛ‌ନ୍ତି ଯେ, କେ‌ନ୍ଦ୍ର ସରକାର ‌ଦ୍ୱାରା ପରିଚାଳିତ ଏନଆଇଏକୁ ଚାପ ସୃ‌ଷ୍ଟି କରିବାକୁ ଲଗାଯାଉଛି ।

Leave A Reply

Your email address will not be published.

error: Content is protected !!