ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ ବାର୍ତ୍ତାର ଉତ୍ତର ଦେଲେ, ଉଠାଇଲେ କାଶ୍ମୀର ମୁଦ୍ଦା

ଇସଲାମାବାଦ : ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ପୁଣିଥରେ କାଶ୍ମୀର ମୁଦ୍ଦାକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ ବାର୍ତ୍ତାର ଉତ୍ତରରେ ଧନ୍ୟବାଦ ଜଣାଇଛନ୍ତି । ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ କହିଛନ୍ତି ଯେ, ପାକିସ୍ତାନ ଭାରତ ସହ ଶାନ୍ତିପୂର୍ଣ୍ଣ ଏବଂ ସହଯୋଗୀ ସମ୍ପର୍କ ଚାହୁଁଛି । ସେ କହିଛନ୍ତି ଯେ, ପାକିସ୍ତାନ ଏବଂ ଭାରତ ମଧ୍ୟରେ ରହିଥିବା ଜାମ୍ମୁ କାଶ୍ମୀର ସମେତ ସମସ୍ତ ବିଚାରାଧୀନ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

Leave A Reply

Your email address will not be published.