ପ୍ରେମ ପାଇଁ ନିଜ ପିତାମାତାଙ୍କ ସହ ୭ ଜଣଙ୍କୁ ହତ୍ୟା କରିଥିବା ସବ୍‌ନମ୍‌ ଏବେ ଫାଶୀରେ ଚଢ଼ିବ

ଆମ୍‌ରୋହା : ଏହି କାହାଣୀଟି ଏକ ଏମିତି ଝିଅର, ଯିଏ ଜୀବନରେ ସବୁକିଛି ପାଇଥିଲା, ଯେଉଁସବୁ ପାଇଁ ଦେଶର ଲକ୍ଷ ଲକ୍ଷ ଝିଅ ସ୍ୱପ୍ନ ଦେଖନ୍ତି । ପିତାମାତାଙ୍କ ଉଚିତ ଲାଳନ ପାଳନ ତଥା ତତ୍ତ୍ୱାବଧାନରେ ଉଚ୍ଚ ଶକ୍ଷା ଲାଭ କରି ଶିକ୍ଷକତା କରୁଥିଲା । କିନ୍ତୁ ଅଚାନକ୍‌ ଏକ ଝଡ଼ ତା’ ଜୀବନକୁ ଛାର୍‌ଖାର୍‌ କରିଦେଲା । ସେ ନିଜ ଗାଁର ଜଣେ କମ୍‌୍‌ ଶିକ୍ଷିତ ଯୁବକକୁ ଭଲ ପାଇବା ପରେ ତା’ ଭାଗ୍ୟକୁ କଳା ବାଦଲ ଘୋଟି ଆସିଲା । ପରିବାରବର୍ଗ ତା’ ପ୍ରେମକୁ ବିରୋଧ କରୁଥିଲେ । କିନ୍ତୁ ପ୍ରେମରେ ପାଗଳ ହୋଇଯାଇଥିଲା ଯୁବତୀ ଜଣକ । ପ୍ରେମକୁ ସକାର କରିବା ପାଇଁ ସେହି ଯୁବତୀ ଜଣକ ଏମିତି ପଦକ୍ଷେପ ନେଇଥିଲା, ଯାହାର ପ୍ରଭାବ ଏବେ ମଧ୍ୟ ଆମ୍‌ରୋହାର ହାସନପୁର ଅଂଚଳରେ ଆଲୋଚନାର ବିଷୟବସ୍ତୁ ହୋଇ ରହିଯାଇଛି । ଜନ୍ମ ଦେଇଥିବା ନିଜ ପିତାମାତାଙ୍କ ସମେତ ୭ ଜଣଙ୍କୁ ହତ୍ୟା କରିଥିବା ସେହି ଯୁବତୀ ସବ୍‌ନମକୁ ଏବେ ଫାଶୀ ଦେବାର ସମସ୍ତ ରାସ୍ତା ସଫା ହୋଇଯାଇଛି ।

ଏହା ହେଉଛି ଉତ୍ତରପ୍ରଦେଶର ଆମ୍‌ରୋହା ଜିଲ୍ଲା ଅନ୍ତର୍ଗତ ହାସନପୁର ଗାଁର ବାୱାନକେଡିରେ ରହୁଥିବା ଶିକ୍ଷକ ସୌକତ ଅଲିଙ୍କ ଏକମାତ୍ର ଝିଅ ସବନମ୍‌ର କାହାଣୀ । ସୌକତ ଅଲିଙ୍କ ପରିବାରରେ ପତ୍ନୀ ହାସ୍‌ମୀ, ପୁଅ ଅନି, ରସିଦ, ବୋହୂ ଅଞ୍ଜୁମ, ଝିଅ ସବ୍‌ନମ ଏବଂ ୧୦ ମାସର ନିରୀହ ନାତି ଅର୍ସ ରହିଥିଲେ । ସୌକତ ଅଲି ଏକମାତ୍ର ଗେଲ୍‌ହା ଝିଅ ସବ୍‌ନମକୁ ସେହ୍ନ ଶ୍ରଦ୍ଧାର ସହ ଲାଳନ ପାଳନ କଲେ । ତାକୁ ଉଚ୍ଚ ଶିକ୍ଷତା କଲେ । ଏମଏ ପାସ୍‌ କରିବା ପରେ ସବ୍‌ନମ୍‌ ଶିକ୍ଷକତା କରୁଥିଲା । କିନ୍ତୁ ଏଇ ଭିତରେ ଗାଁର ଅଷ୍ଟମ ପାସ୍‌ କରିଥିବା ଯୁବକ ସଲିମକୁ ସେ ଭଲ ପାଇ ବସିଲା ଏବଂ ଏହି ଭଲ ପାଇବା ତା’ ପାଇଁ କାଳ ପ୍ରମାଣିତ ହୋଇଗଲା ।

୧୫ ଏପ୍ରିଲ ୨୦୦୮ ରେ, ୟୁପିର ଆମ୍‌ରୋହା ଜିଲ୍ଲାର ବାୱାନଖେଡି ଗାଁରେ ବିଳମ୍ବିତ ରାତି ପ୍ରାୟ ଦେଢ଼ଟାରୁ ଦୁଇଟା ହେବ । ପାଖ ପଡେ଼ାଶୀମାନେ ଏକ ଝିଅର ଚିତ୍କାର ଶୁଣି ଧାଇଁ ଆସି ରୁଣ୍ଡ ହୋଇଗଲେ । ଲୋକମାନେ ଶିକ୍ଷକ ସୌକତ ଅଲିଙ୍କ ଘରେ ପ୍ରବେଶ କଲା ପରେ ସେଠାରେ ଯାହା ପରିସ୍ଥିତି ଦେଖିଲେ ସେଥିରେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବିଭତ୍ସ ଭାବରେ ଘରେ ସାତ ସାତଟି ଶବ ପଡ଼ିଥିବା ବେଳେ ଘରର ଏକମାତ୍ର ସଦସ୍ୟ ସବ୍‌ନମ୍‌ ଜୋର୍‌ରେ ଚିକ୍ରାର କରୁଥାଏ । ୨୫ ବର୍ଷର ଯୁବତୀ ସବ୍‌ନମ୍‌ ନିଜ ପିତାମାତାଙ୍କ ସହ ପରିବାରର ୭ ଜଣଙ୍କୁ ବିଭିତ୍ସ ଭାବରେ ହତ୍ୟା କରିଦେଇଥାଏ ।

Leave A Reply

Your email address will not be published.