ଭାଲେଣ୍ଟାଇନ୍‌ ଡେ’ରେ ନାବାଳିକା ଗର୍ଲଫ୍ରେଣ୍ଡକୁ ହତ୍ୟା କରି ମୃତଦେହକୁ ଫିଙ୍ଗିଦେଲା ଆଖୁ କିଆରିରେ : ପ୍ରେମିକ ଗିରଫ୍‌

ବରେଲି : ଭାଲେଣ୍ଟାଇନ୍‌ ଡେ’ ୨୦୨୧ ଦିନ ଉତ୍ତରପ୍ରଦେଶର ବରେଲିରେ ପ୍ରେମିକ ନାବାଳିକାକୁ ଗଳା କାଟି ହତ୍ୟା କରିଥିବା ଘଟଣା ସାରା ଅଂଚଳରେ ଚହଳ ସୃଷ୍ଟି କରିଛି । ଏହି ଘଟଣା ନବାବଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ପୋଲିସ ଅଭିଯୁକ୍ତ ଯୁବକ ବିକାଶଙ୍କୁ ଗିରଫ କରି ଆଖୁ କିଆରି ଘଟଣାସ୍ଥଳରୁ ଝିଅର ମୃତଦେହ ଉଦ୍ଧାର କରିଛି । ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଝିଅର ସମ୍ପର୍କୀୟମାନେ କହିଛନ୍ତି ଯେ, ଫେବୃଆରୀ ୭ ରେ ନାବାଳିକା ତାଙ୍କ ମା’ ସହ ଔଷଧ ନେବାକୁ ଯାଇଥିଲେ । ସେତେବେଳେ ସେ ହଠାତ୍ ରାସ୍ତାରୁ ହଜି ଯାଇଥିଲେ । ପରିବାରର କହିବାନୁସାରେ, ନାବାଳିକା ଜଣକ ତାଙ୍କ ଘରୁ ସୁନା ଅଳଙ୍କାର ଏବଂ କିଛି ନଗଦ ଟଙ୍କା ନେଇଥିଲେ, ଯେଉଁଥିପାଇଁ ବିକାଶ ତାଙ୍କୁ ହତ୍ୟା କରିଥିଲେ । ଝିଅ ସହିତ ବଳାତ୍କାର ହୋଇଥିବା ମଧ୍ୟ ସଂଦେହ କରାଯାଉଛି ।

Leave A Reply

Your email address will not be published.